ସ୍ୱାସ୍ଥ୍ୟ

ଶରୀର ପାଇଁ କ୍ଷତିକାରକ ଶାଗୁଦାନା ଖିଚିଡି, ଅଧିକ ଖାଇବା ଆଗରୁ ହୋଇଯାଆନ୍ତୁ ସାବଧାନ

ମହିଳାମାନେ ଓଷା ବ୍ରତ କଲେ ଶାଗୁ ଖାଇଥାନ୍ତି। ଏହାଛଡା ଅନେକ ସମୟରେ ଶାଗୁକୁ ଲୋକେ ଜଳଖିଆ ଭାବେ ବ୍ୟବହାର କରିଥାନ୍ତି। ଶାଗୁ ଖାଇବା ଶରୀର ପାଇଁ ଲାଭଦାୟକ। କିନ୍ତୁ ବେଳେ ବେଳେ ଏହାକୁ ଅଧିକ ମାତ୍ରାରେ ଖାଇବା ଯୋଗୁଁ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ। କିନ୍ତୁ ଯଦି ଆପଣ ପ୍ରତିଦିନ ଶାଗୁ ଖାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏହାକୁ ଅଧିକ ଖାଇବା ଦ୍ୱାରା ଏହା ଶରୀରକୁ ହାନି ପହଞ୍ଚାଇଥାଏ।

ଶାଗୁ ଅଧିକ ଖାଇଲେ ବ୍ଲଡ ସୁଗାର ବଢିଯିବାର ସମ୍ଭାବନା ରହିଥାଏ। ଯାହା ଯୋଗୁଁ ଆପଣଙ୍କୁ ଡାଇବେଟିଜ ଭଳି ରୋଗ ହୋଇପାରେ।

kidney

ଶାଗୁଦାନା ଖାଇବା ଦ୍ୱାରା କ୍ୟାଲସିୟମ ମାତ୍ରା ଅଧିକ ହୋଇଯିବା ଫଳରେ କିଡନୀ ଷ୍ଟୋନ ସମସ୍ୟା ଦେଖାଦିଏ।

ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଶାଗୁ କମ୍‌ ଖାଆନ୍ତୁ। ଶାଗୁରେ ଅଧିକ କ୍ୟାଲୋରୀ ରହିଥାଏ। ଏହାକୁ ଖାଇବା ଦ୍ୱାରା ଓଜନ ବଢିଥାଏ।

weight

ହୃଦୟ ଏବଂ ମସ୍ତିଷ୍କ ପାଇଁ ହାନିକାରକ ହୋଇଥାଏ ଶାଗୁ। ଏହାକୁ ଅଧିକ ଖାଇଲେ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ। ଯେଉଁଥିପାଇଁ କେବେ କେବେ ଏହା ମୃତ୍ୟୁର କାରଣ ପାଲଟିଥାଏ। ଏହାଛଡା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ, ଛାତିରେ ଯନ୍ତ୍ରଣା, ବାନ୍ତି, ଥାଇରଏଡ ଏବଂ ମୁଣ୍ଡ ବ୍ୟଥା ଭଳି ରୋଗ ଦେଖାଦିଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button