ଧର୍ମ

ଶନି ଦେବଙ୍କୁ ଖୁସି କରିବା ପାଇଁ ଏହି 6 ଉପାୟରୁ ଗୋଟିଏ ବି କରିଦେଲେ, ମିଳିବ ମାନଚାହୁଁଥିବା ବରଦାନ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବ ଗ୍ରହମାନଙ୍କର ନ୍ୟାୟାଧୀଶ ଅଟନ୍ତି । ସେ ଆପଣଙ୍କୁ ଆପଣଙ୍କ କର୍ମ ଅନୁସାରେ ହିଁ ଫଳ ଦେଇଥାନ୍ତି । ସାଧାରଣତଃ ଶନିଦେବଙ୍କୁ ସମସ୍ତେ ଭୟ କରନ୍ତି । ଏମିତିରେ ଯଦି ଆପଣଙ୍କ ଉପରେ ଶନିଦେବ କ୍ରୋଧିତ ଅଛନ୍ତି ତେବେ ଶନିଦେବଙ୍କ କ୍ରୋଧରୁ ବଞ୍ଚିବା ପାଇଁ ଅର୍ଥାତ ଶନିଦେବଙ୍କୁ ଖୁସି କରିବାର ୬ଟି ଉପାୟ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

ଅନ୍ୟ ପଟେ ଯଦି ଶନିଦେବଙ୍କ କୃପା ଯଦି ଆପଣଙ୍କ ଉପରେ ଅଛି ତେବେ ଆପଣଙ୍କର ସବୁ ମନୋସ୍କାମନା ପୂର୍ଣ ହୋଇଯିବ । ଯାହାର ବି ଶନିଦେବଙ୍କ କୋପ ଦୃଷ୍ଟି ପଡିଛି ସେମାନେ ଭୟଭୀତ ନ ହୋଇ ଏହି ୬ ଟି ଉପାୟ କରନ୍ତୁ ନିଶ୍ଚିତ ଭାବେରେ ଶନିଦେବଙ୍କ କୃପା ମିଳିବ ।

ପ୍ରଥମ ଉପାୟ

ଆପଣଙ୍କ ସାମର୍ଥ୍ୟ ଅନୁସାରେ ଶଭୁ ଶନିବାର ଦିନ କାଲା ରାଶି, କଳା କପଡା, କମ୍ବଳ, ଲୁହାର ବାସନ, ବିରି ଡାଲି ଏଥି ମଧ୍ୟରୁ କୌଣସି ଜିନିଷ ଗରିବ ବ୍ୟକ୍ତିକୁ ଦାନ କରନ୍ତୁ କାହିଁକି ନା ଏହି ଜିନିଷ ଗୁଡିକ ଶନିଦେବଙ୍କ ଅତି ପ୍ରିୟ ଅଟେ । ଏହିଭଳି କରିବା ଦ୍ୱାରା ଆପଣଙ୍କୁ ଶନିଦେବଙ୍କ କୃପା ମିଳିଥାଏ ।

ଦ୍ଵିତୀୟ ଉପାୟ

ଶନିବାର ଦିନ ତମ୍ବାର ପାତ୍ରରେ ପାଣି ରଖି ସେଥିରେ କଳା ରାଶି ମିଶାଇ ଶିବ ଲିଙ୍ଗରେ ଅର୍ପଣ କରନ୍ତୁ । ଏହିଭଳି କରିବା ଦ୍ୱାରା ଆପଣ ସବୁ ପ୍ରକାର ରୋଗରୁ ମୁକ୍ତି ପାଇଯିବେ ଓ ଶିବଙ୍କ କୃପାରୁ ଧନ ପ୍ରାପ୍ତ ହେବ ।

ତୃତୀୟ ଉପାୟ

ଶନିବାର ଦିନ ସକାଳୁ ଗାଧୋଇ ସାରି ଅଶ୍ୱସ୍ଥ ଗଛ ଚାରିପଟେ ୭ ଥର ପରିକ୍ରମା କରି ଜଳ ଅର୍ପଣ କରନ୍ତୁ । ଏହା ପରେ ସୁର୍ଯ୍ୟାସ୍ତ ସମୟରେ ସୁନସାନ ଜାଗାରେ କିମ୍ବା ମନ୍ଦିର ପାଖରେ ଥିବା ଅଶ୍ୱସ୍ଥ ଗଛ ମୂଳରେ ଦୀପ ଜଳାନ୍ତୁ । ଏହା ଦ୍ଵାରା ବି ଶନିଦେବଙ୍କ କ୍ରୁପା ମିଳିଥାଏ ।

ଚତୁର୍ଥ ଉପାୟ

ଶନିବାର ଦିନ ସ୍ନାନ କାର୍ଯ୍ୟ ସାରି ଗୋଟିଏ ପାତ୍ରରେ ତେଲ ନେଇ ସେଥିରେ ନିଜର ଚେହେରାକୁ ଦେଖନ୍ତୁ । ସେହି ତେଲକୁ କୌଣସି ଗରିବ ଲୋକଙ୍କୁ ଦାନ କରି ଦିଅନ୍ତୁ । ଏହିଭଳି କରିବା ଦ୍ୱାରା ଶନିଦେବଙ୍କ କୃପା ଆପଣଙ୍କ ଉପରେ ବର୍ଷିବ ଓ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ।

ପଞ୍ଚମ ଉପାୟ

ଶନିବାର ଦିନ ଶନିଦେବଙ୍କୁ ପୂଜା କରିବା ବେଳେ ନୀଳ ଫୁଲ ଅର୍ପଣ କରିବା ଉଚିତ । ଏହା ସହ ଆପଣ ଶନିଦେବଙ୍କ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ଏହା ଫଳରେ ଶନିଦେବଙ୍କ ଅଶେଷ କୃପା ମିଳିଥାଏ ଓ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯାଏ ।

ଷଷ୍ଠ ଉପାୟ

ଆପଣ ମାନେ ଜାଣିଥିବେ କି ଲଙ୍କାରେ ଶନିଦେବ ଗୋଟିଏ ପିଲରରେ ବନ୍ଦୀ ଥିଲେ । ଏହି ସମୟରେ ବଜାରଙ୍ଗବାଲି ହନୁମାନ ତାଙ୍କୁ ଉଧାର କରିଥିଲେ । ସେହି ସମୟରେ ଶନିଦେବ ବଜାରଙ୍ଗବଳୀଙ୍କୁ କହିଥିଲେ କି ଯେଉଁ ବ୍ୟକ୍ତି ଶନିବାର ଦିନ ଆପଣଙ୍କୁ ପୂଜା କରିବ ସେହି ଦିନ ତାକୁ ଶନିଦେବଙ୍କର ବି କୃପା ମିଳିବ । ସେଥିପାଇଁ ଶନିବାର ଦିନ ହନୁମାନ ଚାଲିଶା ପାଠ କରିବା ଉଚିତ ଏହା ଛଡା ଶନିବାର ଦିନ ମାଙ୍କଡଙ୍କୁ ଚଣା ଓ ଗୁଡ଼ ଖାଇବାକୁ ଦିଅନ୍ତୁ ଶନିଦେବଙ୍କ କୃପା ଦୃଷ୍ଟି ପଡିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button