ବିଚାର

ବାରବିକ୍ୟୁ ଖାଦ୍ଯ ଖାଇବାକୁ ପସନ୍ଦ କରୁଛନ୍ତି ? ସାବଧାନ୍, ଆପଣଙ୍କ ଫୁସଫୁସ୍ ହୋଇପାରେ ନଷ୍ଟ

ବାରବିକ୍ୟୁ ଖାଦ୍ଯ ଖାଇବାକୁ ପସନ୍ଦ କରୁଛନ୍ତି । ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । କାଠି କିମ୍ବା କୋଇଲାରେ ରନ୍ଧା ହୋଇଥିବା ଭୋଜନ ଖାଇବା ଦ୍ବାରା ଆପଣଙ୍କ ଫୁସଫୁସ ଉପରେ ଖରାପ ପ୍ରଭାବ ପକାଇବା ସହ ମୃତ୍ୟୁକୁ ମଧ୍ୟ ଡାକି ଆଣିଥାଏ। ବିଶେଷଜ୍ଞଙ୍କ ମତରେ ଗ୍ଯାସ୍ କିମ୍ବା ଚୁଲିରେ ପସ୍ତୁତ ଖାଦ୍ଯ ଖାଉଥିବା ଲୋକଙ୍କ ତୁଳନାରେ ୩୬ ପ୍ରତିଶତ ଅଧିକ ଲୋକ ଶ୍ବାସ ସମ୍ବନ୍ଧୀୟ ରୋଗରେ ପୀଡିତ ହୋଇଥାନ୍ତି ଯେଉଁମାନେ କାଠ କିମ୍ବା କୋଇଲାରେ ପ୍ରସ୍ତୁତ ଖାଦ୍ଯ ଖାଆନ୍ତି ।

ବିଶେଷଜ୍ଞଙ୍କ ଅନୁଯାୟୀ କିମ୍ବା କୋଇଲାରେ ପ୍ରସ୍ତୁତ ଖାଦ୍ଯ ଖାଇଲେ ଫୁସଫୁସରେ ଛେଦ ହେବାର ଭୟ ଥାଏ। ଏହା ବିଶେଷ ଭାବରେ ସେହି ଲୋକମାନଙ୍କ ପାଇଁ ଯେଉଁମାନେ ବାରବିକ୍ୟୁରେ ବନା ହୋଇଥିବା ଖାଦ୍ୟକୁ ପସନ୍ଦ କରିଥାନ୍ତି।

barbecue

କାଠି କିମ୍ବା କୋଇଲାକୁ ଜଳାଇବା ଦ୍ବାରା ଶ୍ବାସ ଜନିତ ରୋଗ ବଢ଼ିଥାଏ। ବିଶେଷ ଭାବରେ ଏକ ଛୋଟ କଣିକା ଯାହା ଫୁସଫୁସ ମଧ୍ୟକୁ ପ୍ରବେଶ କରିଥାଏ । ଏହା ଦ୍ବାରା ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ଯା ହେବା ସହ ଫୁସଫୁସ ଜନିତ ବିଭିିନ୍ନ ରୋଗ ଦେଖା ଦେଇଥାଏ ।

barbicue

ଦୁନିଆର ପ୍ରାୟ ୩ ଆରବ ଲୋକ ଘରେ ରହିଥାନ୍ତି ଯେଉଁମାନେ ନିୟମିତ ଭାବରେ କାଠି, କୋଇଲା ବା ଅନ୍ୟ ସ୍ବଚ୍ଛ ଇନ୍ଧନରେ ଖାଦ୍ୟକୁ ରାନ୍ଧିଥାନ୍ତି। ସାଧାରଣ ଭାବରେ ଏହା ନିମ୍ନ ଏବଂ ମଧ୍ୟମ ଆୟ କରୁଥିବା ଦେଶର ଗ୍ରାମୀଣ କ୍ଷେତ୍ରରେ ଦେଖିବାକୁ ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button