ଧର୍ମ

ପୂଜାରେ ଭୁଲରେ ମଧ୍ୟ ଭୋଗ କରନ୍ତୁ ନାହିଁ ଏହି ଫଳ, ନଚେତ୍ ହୋଇପାରନ୍ତି ବରବାଦ

ହିନ୍ଦୁ ଧର୍ମରେ ପୂଜାପାଠକୁ ନେଇ ବିଭିନ୍ନ ପ୍ରକାରର ନିୟମକାନୁନ୍ ରହିଛି। ପରମ୍ପରା ଅନୁଯାୟୀ ସେହି ପରମ୍ପରାର ପାଳନ କରିବା ନିହାତି ଜରୁରୀ ହୋଇଥାଏ। ଯଦି ତାହାକୁ ପାଳନ କରାନଯାଏ ତେବେ ଜୀବନରେ ଅନେକ ପ୍ରକାରର ବାଧାବିଘ୍ନ ହେବା ସହ ବରବାଦ ହେବାର ମଧ୍ୟ ଅନେକ ସମ୍ଭାବନା ରହିଥାଏ। ତେବେ ଆସନ୍ତୁ ଜାଣିବା ପୂଜା ସମୟରେ କେଉଁ ଫଳ ପୂଜା କଲେ ଆପଣଙ୍କ ପାଇଁ ଖରାପ ହୋଇଥାଏ।

pears

ଭାରତୀୟ ପରମ୍ପରା ଅନନୁଯାୟୀ, ପୂଜା ସମୟରେ ଦେବୀଦେବତାଙ୍କୁ ଫଳମୂଳ ଭୋଗ ଭାବେ ଚଢ଼ାଯାଇଥାଏ। କିନ୍ତୁ ଏପରି କିଛି ଫଳ ରହିଛି ଯାହା ଦ୍ବାରା ଲାଭ ମିଳିବା ସ୍ଥାନରେ କ୍ଷତି ହୋଇଥାଏ। ଭୁଲରେ ମଧ୍ୟ ନାସପତିକୁ ପୂଜାରେ ଚଢ଼ାଇବା ଉଚିତ୍ ନୁହଁ। ଏହାକୁ ଭୋଗ ଲଗାଇବା ଦ୍ବାରା ଜୀବନରେ ଅଶୁଭ ବଢ଼ିବା ସହ ଲାଭ ବଦଳରେ କ୍ଷତି ହୋଇଥାଏ। ଏହି ଫଳକୁ ପୂଜାରେ ନିଷେଦ୍ଧ ଏହାର ନାମ ପାଇଁ କରାଯାଇଛି।

ଘରେ ପୂଜା କରିବା ପୂର୍ବରୁ ନିଶ୍ଚିତ ଭାବରେ ପାଳନ କରନ୍ତୁ ଏହି ସବୁ ନିୟମ, ତାହେଲେ ଯାଇ ମିଳିବ ଭଗବାନଙ୍କ ଆଶୀର୍ବାଦ

ଆମେ ସମସ୍ତେ ଜାଣିଛେ ଯେ ପୂଜା ସବୁ ଘରେ ହୁଏ । ଯେଉଁଠି ଲୋକମାନେ ନିଜ ଇଷ୍ଟ ଦେବତାଙ୍କୁ ପୂଜା କରିଥାନ୍ତି । କିନ୍ତୁ ବେଳେ ବେଳେ ଏମିତି ହୁଏ ଯେତେ ପୂଜା କଲେ ମଧ୍ୟ ମନସ୍କାମନା ପୁରା ହୋଇନଥାଏ । ଆଉ ଆମେ କେବଳ ଭଗବାନଙ୍କୁ ଦୋଷ ଦେଇଥାଉ । କିନ୍ତୁ ଏହି ଦୋଷ ଭଗବାନଙ୍କର ନୁହେଁ ଆପଣଙ୍କର । ପୂଜା ବିଧି ଭୁଲ୍ କଲେ ଭଗବାନଙ୍କର କୃପା ମିଳିନଥାଏ । ଆଜି ଆମେ ଆପଣଙ୍କୁ ପୂଜା ନେଇ କିଛି ବିଶେଷ ଉପାୟ ବତାଇବୁ ।

– ଯେଉଁ ଆସନରେ ବସି ପୂଜା କରୁଛନ୍ତି ତାକୁ କେବେ ବି ଗୋଡରେ ଏପଟ ସେପଟ କରନ୍ତୁ ନାହିଁ ।

– ସବୁ ପୂଜାରେ କୂଳ ଦେବତା, କୂଳ ଦେବୀ, ଘରର ବାସ୍ତୁ ଦେବତା, ଗ୍ରାମ ଦେବତାଙ୍କ ପୂଜା କରିବା ନିହାତି ଜରୁରୀ ।

– ଘରେ କିମ୍ବା ମନ୍ଦିରରେ ଯଦି କୌଣସି ପୂଜା କରୁଛନ୍ତି ତେବେ ନିଜର ଇଷ୍ଟ ଦେବଙ୍କ ସହ କଳସ, ନବଗ୍ରହ ଦେବତା, ପଂଚ ଲୋକପାଳ, ଷୋଡଶ ମାତୃକା, ସପ୍ତ ମାତୃକାଙ୍କ ପୂଜା ମଧ୍ୟ କରାଯିବା ଉଚିତ୍ । ବିଶେଷ ପୂଜା କଲେ କୌଣସି ପଣ୍ଡିତଙ୍କ ସାହାଯ୍ୟରେ କରିବା ଉଚିତ୍ । ଯାହା ଫଳରେ ପୂଜା ସମ୍ପୂର୍ଣ୍ଣ ବିଧି ଭାବେ ହେବ ।

– ପୂଜା ସ୍ଥଳକୁ ପବିତ୍ର ରଖିବା ପାଇଁ ଭୁଲରେ ବି ସେ ସ୍ଥାନକୁ ଚପଲ କିମ୍ପା ଯୋତା ପିନ୍ଧି ଯାଆନ୍ତୁ ନାହିଁ ।

– ସେହିପରି ପୂଜାସ୍ଥଳରେ ଅଳିଆ ଆବର୍ଜନା ରଖନ୍ତୁ ନାହିଁ ।

– ସେହିପରି ପୂଜା ଘରେ ଦୀପ ସବୁବେଳେ ଭଗବାନଙ୍କ ସାମ୍ନାରେ ରଖନ୍ତୁ ।

– ଘିଅ ଦୀପରେ ସର୍ବଦା ଧଳା ବତୀ ବ୍ୟବହାର କରନ୍ତୁ । ସେହିପରି ତେଲ ଦୀପ ପାଇଁ ନାଲି ସୂତା ହେଉଛି ବତୀ ଶ୍ରେଷ୍ଠ ।

– ସୂର୍ଯ୍ଯ, ଗଣେଶ, ଦୁର୍ଗା, ଶିବ ଏବଂ ବିଷ୍ଣୁ ଏହି ପଂଚଦେବଙ୍କ ପୂଜା ସମସ୍ତ କାର୍ଯ୍ଯରେ ଅନିବାର‌୍ୟ୍ୟ ଭାବରେ କରାଯିବା ଉଚିତ୍ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button