ଧର୍ମ

ସପ୍ତାହରେ ଏହି ଦିନ ଭୁଲରେ ମଧ୍ୟ ଛିଡାନ୍ତୁ ନାହିଁ ତୁଳସୀ ପତ୍ର, ନଚେତ ଭୋଗିପାରନ୍ତି ଦୁର୍ଦ୍ଦଶା

ହିନ୍ଦୁ ଧର୍ମରେ ତୁଳସୀ ଗଛର ବିଶେଷ ମହତ୍ତ୍ବ ରହିଛି। ଘରେ ତୁଳସୀ ଗଛ ଲଗାଇବା ଦ୍ବାରା ସୁଖଶାନ୍ତି ଏବଂ ସମୃଦ୍ଧି ଆସିଥାଏ। ତୁଳସୀ ଗଛ ମାତା ଲକ୍ଷ୍ମୀଙ୍କର ପ୍ରତୀକ ଅଟେ। ଏହାକୁ ଘରେ ଲଗାଇବା ଦ୍ବାରା ଧନର ଅଭାବ ହୋଇ ନଥାଏ। ଏହା ଛଡା ସକାରାତ୍ମକ ଉର୍ଜ୍ଜା ଆସିଥାଏ। ଶାସ୍ତ୍ରରେ ତୁଳସୀ ଗଛର ପତ୍ରକୁ ଛିଡାଇବା ଏବଂ ଲଗାଇବାରେ କିଛି ନିୟମ ବିଷୟରେ କୁହାଯାଇଛି।

ବାସ୍ତୁ ଅନୁସାରେ ତୁଳସୀ ଗଛକୁ ସବୁବେଳେ ଘରର ଉତ୍ତର ଏବଂ ପୂର୍ବ ଦିଗରେ ଲଗାଇବା ଉଚିତ। ଦକ୍ଷିଣ ଦିଗ ଏବଂ ରୋଷେଇ ଘର ପାଖରେ କେବେବି ତୁଳସୀ ଗଛ ଲଗାଇବା ଉଚିତ ନୁହେଁ।

Tulsi-HF-News

ଶାସ୍ତ୍ରରେ ତୁଳସୀ ପତ୍ରକୁ ତୋଳିବାର ନିୟମ କୁହାଯାଇଛି। ଯେଉଁଥି ପାଇଁ ରବିବାର ଏବଂ ମଙ୍ଗଳବାରରେ ତୁଳସୀର ପତ୍ରକୁ ତୋଳିବା ଉଚିତ ନୁହେଁ। ରବିବାର ଦିନକୁ ଭଗବାନ ବିଷ୍ଣୁଙ୍କର ସବୁଠୁ ପ୍ରୀୟ ଦିନ ବୋଲି ଧରାଯାଏ। ଏହାଛହା ତୁଳସୀ ଭଗବାନ ବିଷ୍ଣୁଙ୍କର ପ୍ରୀୟ ହୋଇଥାଏ। ଏଥିପାଇଁ ରବିବାରରେ ତୁଳସୀ ପତ୍ରକୁ ଛିଡାଇବା ଉଚିତ ନୁହେଁ।

Lord-Vishnu

ଏକାଦଶୀ, ସଂକ୍ରାନ୍ତି, ସୁର୍ଯ୍ଯଗ୍ରହଣ, ଚନ୍ଦ୍ର ଗ୍ରହଣ ଏବଂ ସନ୍ଧ୍ୟା ସମୟରେ ତୁଳସୀ ପତ୍ରକୁ ତୋଳିବା ଉଚିତ ନୁହେଁ। ଏହା ସହିତ କେବେବି ଅଯଥାରେ ତୁଳସୀ ପତ୍ରକୁ ଛିଡାଇବା ଉଚିତ ନୁହେଁ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button