ବିଚାର

ଆପଣ ଶାକାହାରୀ ଭାବି ଖାଉଥିବା ଏହି ଜିନିଷ ବାସ୍ତବରେ ଆମିଷ

ଆମ ମଧ୍ୟରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଆମିଷ ଖାଇବା ଆଦୌ ପସନ୍ଦ କରନ୍ତି ନାହିଁ। ଯଦି ଆପଣ ମଧ୍ୟ ଜଣେ ଶାକାହାରୀ ତେବେ ଏହି ଖବର ଖାସ ଆପଣଙ୍କ ପାଇଁ। ବାସ୍ତବରେ ଦୈନନ୍ଦିନ ଜୀବନରେ ଆମେ ଏପରି ଅନେକ ଜିନିଷ ଖାଉଛୁ ଯାହା ବାସ୍ତବରେ ଶାକାହାରୀ ନୁହଁ ଆମିଷ। ଆଜି ଆମେ ଆପଣଙ୍କୁ ସେହିପରି କିଛି ଖାଦ୍ଯ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଶାକାହାରୀ ଭାବି ଖାଇଥାନ୍ତି।

ସୁପ୍

ସୁପ୍ ଖାଇବା କାହାକୁ ବି ନାପସନ୍ଦ। ତେବେ ଆପଣ ଯଦି ସୁଧ ଶାକାହାରୀ ତେବେ ସୁପ୍ ଖାଇବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ। କାରଣ ଦୋକାନରେ ସୁପ୍ ପ୍ରସ୍ତୁତ କରିବା ପାଇଁ ଯେଉଁ ସମସ୍ତ ସାମଗ୍ରୀ ବ୍ଯବହାର କରାଯାଇଥାଏ ସେଥିରେ ବାସ୍ତବରେ ମାଛରୁ ଉତ୍ପାଦ ହୋଇଥିବା କିଛି ଅଂଶ ବିଶେଷ ରହିଥାଏ। ଏଣୁ ରେଷ୍ଟୋରେଣ୍ଟରେ ସୁପ୍ ଅଡ଼ର କରିବା ପୂର୍ବରୁ ନିହାତି ଭାବେ ରୁହନ୍ତୁ ସାବଧାନ।

soup

ତେଲ

ଯେଉଁ ଖାଇବା ତେଲରେ ଓମେଗା ୩ ଫେଟି ଏସିଡ଼ସର ମିଳିଥାଏ ତାହା ବାସ୍ତବରେ ଶାକାହାରୀ ହୋଇନଥାଏ। ଏପରିକି ଯେଉଁ ତେଲ ମାନଙ୍କରେ ଭିଟାମିନ ଡ଼ି ଥିବାର କୁହାଯାଇଥାଏ ସେଥିରେ ବାସ୍ତବରେ ମେଣ୍ଢାରୁ ମିଳିଥିବା ଲେନୋଲିନରେ ପ୍ରସ୍ତୁତ ହୋଇଥାଏ।

oil

ଧଳା ଚିନି

ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ କିନ୍ତ ଚିନିକୁ ସଫା କରିବା ପାଇଁ ଯେଉଁ ପ୍ରକ୍ରିୟା ଆପଣାଯାଇଥାଏ ସେଥିରେ ନେଚୁରାଲ କାର୍ବନ ବ୍ଯବହାର କରାଯାଇଥାଏ। ଏହା ବାସ୍ତବରେ ଜୀବଜନ୍ତୁଙ୍କ ହାଡ଼ରୁ ପ୍ରସ୍ତୁତ କରାଯାଇଥାଏ। ଏଣୁ ଶାକାହାରୀ ବ୍ଯକ୍ତି ଭୁଲରେ ମଧ୍ୟ ରିଫାଇଣ୍ଡ ଚିନି କିଣନ୍ତୁ ନାହିଁ।

sugar

ଜାମ୍

ଯଦି ଆପଣଙ୍କୁ ମଧ୍ୟ ଜେଲି ଏବଂ ଜାମ୍ ଖାଇବା ପସନ୍ଦ କରନ୍ତି ତେବେ ସାବଧାନ। କାରଣ ଏଥିରେ ରହିଥାଏ ଜେଲୋଟିନ୍। ଯାହାକୁ ଜୀବଜନ୍ତୁଙ୍କ ଠାରୁ ପ୍ରସ୍ତୁତ କରାଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button