ସ୍ୱାସ୍ଥ୍ୟ

ଏହି ୪ଟି ଭୁଲ୍‌ ଆପଣଙ୍କୁ କରିଦେବ ଅସୁନ୍ଦର! ଏବେଠୁ ହୋଇଯାଆନ୍ତୁ ସାବଧାନ

ସୁନ୍ଦର ଦେଖାଯିବାକୁ ସବୁ ମହିଳା ଚାହାଁନ୍ତି। ଏଥିପାଇଁ ସେମାନେ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି। ଆଉ ଖୁବ୍‌ ମହଙ୍ଗା ବିଉଟି ପ୍ରଡକ୍ଟ ଆପଣାଇବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଘଣ୍ଟା ଘଣ୍ଟା ଧରି ପାର୍ଲରରେ ବସି ପଇସା ଖର୍ଚ୍ଚ କରନ୍ତି। କିନ୍ତୁ ଏତେ ସବୁ ପରେ ବି ମହିଳାମାନେ କିଛି ନା କିଛି ଭୁଲ୍‌ କରି ବସନ୍ତି, ଯେଉଁଥିପାଇଁ ସେମାନଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଆଜି ଆମେ ସେହି ଭୁଲ୍‌ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ, ଯାହାକି ଅଜଣାତରେ ମହିଳାମାନଙ୍କୁ ଅସୁନ୍ଦର କରିଦେଇଥାଏ।

-ଅନେକ ଯୁବତୀ ଏବଂ ମହିଳା ଚେହେରାରୁ ବ୍ରଣ ହଟାଇବା ପାଇଁ ତତ୍ପର ହୋଇଯାଆନ୍ତି। କେତେ କେବେ ସେମାନେ ନିଜ ହାତରେ ମଧ୍ୟ ବ୍ରଣ ଫଟାଇ ଦିଅନ୍ତି। ଏହାଦ୍ୱାରା ଚେହେରା ସଫା ହେବା ବଦଳରେ କଳା ଦାଗ ସବୁ ହୋଇଯାଏ। ଆଉ ସେହି ସ୍ଥାନଟି ଗାଡ଼ ହୋଇଯାଏ।

122

-କିଛି ମହିଳା ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ଗୋଟିଏ ମେକ୍‌ଅପ ବ୍ରଶ ହିଁ ବ୍ୟବହାର କରିଆସନ୍ତି। କିନ୍ତୁ ମନେ ରଖନ୍ତୁ, ମଝିରେ ମଝିରେ ଏହାକୁ ସଫା ରଖିବା ବହୁତ ଜରୁରୀ। କାରଣ, ବ୍ରଶରେ ବହୁତ ବ୍ୟାକ୍ଟେରିଆ ଜମା ହୋଇଥାଆନ୍ତି, ଯଦ୍ଦ୍ଵାରା ଇନ୍‌ଫେକ୍ସନ ହେବାର ସମ୍ଭାବନା ଥାଏ।

-କିଛି ମହିଳା ଘରୁ ବାହାରକୁ ଗଲେ ଚେହେରାରେ ସନ୍‌ସ୍କ୍ରିନ୍‌ ଲଗେଇବାକୁ ଭୁଲିଯାଆନ୍ତି। ଏମିତି କଲେ, ଆପଣଙ୍କ ମୁହଁ ସୂଯ୍ୟର୍ଙ୍କ ଅତି ବାଇଗେଣୀ ରଶ୍ମୀ ସଂସ୍ପର୍ଶରେ ଆସି କଳା ପଡ଼ିଯିବ। ଆଉ ଆପଣ ଅସୁନ୍ଦର ଦେଖାଯିବେ।

124

-ସାରା ଦିନ ଚେହେରାରେ ମେକ୍‌ଅପ ରଖିବା ଦ୍ୱାରା ସ୍କିନ୍‌ ଇନ୍‌ଫେକ୍ସନର ସମ୍ଭାବନା ଅଧିକ ବଢ଼ିଯାଇଥାଏ। ଏହା ତ୍ୱଚାର ପ୍ରାକୃତିକ ସୁନ୍ଦରତାକୁ ହରାଇ ଦେଇଥାଏ। ତେଣୁ ଆପଣ ୫-୬ ଘଣ୍ଟା ପରେ ଚେହେରାରୁ ମେକ୍‌ଅପ ହଟାଇ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button