ଦେଶ ବିଦେଶ

ଶୀତ ଦିନରେ ମଧ୍ୟ ହେବ ନାହିଁ ରୁପି ଏବଂ ଝଡ଼ିବନି କେଶ, ଖାଲି ଆପଣାନ୍ତୁ ଏହି ଟିପ୍ସ

ସାଧାରଣତଃ ଥଣ୍ଡା ଦିନରେ କେଶ ଝଡ଼ିବା ସହ ମୁଣ୍ଡରେ ରୁପିର ସମସ୍ଯା ଦେଖାଯାଇଥାଏ। ଏଣୁ ଏହି ଋତୁରେ କେଶକୁ ନରମ, ସୁନ୍ଦର ରଖିବା ସହ ଭଲ ବଢ଼ିଇବା ପାଇଁ କିଛି ସାଧାରଣ ଜିନିଷର ଅବଲମ୍ବନ କରିବା ଦରକାର। ଆପଣ ମଧ୍ୟ କିଛି ଘରୋଇ ଜିନିଷର ବ୍ଯବହାର କରି ନିଜ କେଶର ସୁରକ୍ଷା ଶୀତ ଦିନରେ କରିପାରିବେ।

hair

-ଅଣ୍ଡାର ଧଳା ଅଂଶରେ ଟିକେ ଅଲିଭ୍ ତେଲକୁ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ସପ୍ତାହରେ ଥରେ ଲେଖାଁ କେଶରେ ମାଲିସ କରନ୍ତୁ। ଏହାପରେ ଯେକୌଣସି ସାମ୍ପୁରେ ଧୋଇ ଦିଅନ୍ତୁ ଦେଖିବେ କେଶ ଝଡ଼ିବା ବହୁ ମାତ୍ରାରେ କମ ହୋଇଯିବ। କାରଣ ଅଣ୍ଡାରେ ପ୍ରୋଟିଏ, ସଲଫର ଏବଂ ଆଇରନ ଭଳି ତତ୍ବ ରହିଥାଏ । ଯାହା କେଶକୁ ସୁନ୍ଦର ଏବଂ ମଜବୁତ କରିଥାଏ।

hair-care

-ଦହିରେ ଦୁଇଟି ଲେମ୍ବୁକୁ ଚିପୁଡ଼ି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ କେଶର ମୂଳରେ ଆଙ୍ଗୁଠିରେ ମସାଜ କରନ୍ତୁ। ଏହାପରେ ହାଲୁକା ଉଷୁମ୍ ପାଣିରେ ତାହାକୁ ଧୋଇ ଦିଅନ୍ତୁ। ଦେଖିବେ କେଶର ଚମକ ବଢ଼ିବା ସହ ରୁପି ସମସ୍ଯା ମଧ୍ୟ ଦୂର ହେବ।

-କେଶକୁ ନିୟମିତ ଭାବେ କୁଣ୍ଡାଇବା ସହ ଏହାର ମୂଳରେ ମସାଜ କରନ୍ତୁ। ଯଦି ଦୈନିକ କରିପାରୁ ନାହାନ୍ତି ତେବେ ସପ୍ତାହକୁ ୨-୩ଥର ମସାଜ କରିବାକୁ ଚେଷ୍ଟା କରନ୍ତୁ।

grey-hair-causes

– ଅଁଳା ରସରେ ଘିକୁଆଁରୀ ମିଶାଇ କେଶର ମୂଳରେ ଲଗାନ୍ତୁ। ଯଦି କେଶକୁ ଗହଳିଆ କରିବାର ଅଛି ତେବେ ଏହି ମିଶ୍ରଣରେ କିଛି ପରିମାଣର ରିଠା ମଧ୍ୟ ମିଶାଇ ପାରିବେ। ଏହାପରେ ସେହି ମିଶ୍ରଣକୁ କେଶରେ ଲଗାଇ ଧୋଇ ଦିଅନ୍ତୁ। ଦେଖିବେ କେଶ ଝଡ଼ିବା ବନ୍ଦ ହେବା ସହ ଗହଳିଆ ଏବଂ ଚମକଦାର ରହିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button