ଦେଶ ବିଦେଶ

ଏହି ୫ ଭାରତୀୟ ମସଲା ବଢ଼ାଇ ପାରିବ ଆପଣଙ୍କ ସୁନ୍ଦରତା, ବ୍ୟବହାର କରି ଦେଖନ୍ତୁ

ତ୍ବଚାକୁ ସୁସ୍ଥ ଏବଂ ସୁନ୍ଦର ରଖିବା ପାଇଁ ଆପଣ ଦୈନ୍ୟନ୍ଦିନ ଖାଉଥିବା ଖାଦ୍ୟରେ କିଛି ମସଲାକୁ ସାମିଲ କରିପାରିବେ। ଏହି ମସଲା ଆପଣଙ୍କ ତ୍ବଚାକୁ ଚମକ କରିବା ସହିତ ତ୍ବଚା ସମ୍ବଦ୍ଧୀୟ ସମସ୍ୟାକୁ କମ୍ କରିଥାଏ।
ତ୍ବଚାର ସୁନ୍ଦରତା ବଢ଼ାଇବା ପାଇଁ ପ୍ରାୟ ସମସ୍ତେ ଚାହିଁଥାନ୍ତି। କାରଣ ଏହା ମଣିଷର ଆକର୍ଷଣକୁ ବଢ଼ାଇଥାଏ। କିନ୍ତୁ ଲୋକମାନେ ନିଜ ଜୀବନରେ ଏତେ ଅଧିକ ବ୍ୟସ୍ତ ରହିଯାଉଛନ୍ତି ଯେ ସେମାନଙ୍କୁ ତ୍ବଚା ଏବଂ ସ୍ବାସ୍ଥ୍ୟର ଯତ୍ନ ନେବା ପାଇଁ ସମୟ ହୋଇନଥାଏ। ଠିକ ଭାବରେ ତ୍ବଚାର ଯତ୍ନ ନନେବା କାରଣରୁ ତ୍ବଚା ରୂକ୍ଷୀ ଏବଂ ଶୁଷ୍କ ହୋଇଯାଇଥାଏ।

Spicesଯଦି ଆପଣଙ୍କ ପାଖରେ ତ୍ବଚାର ଯତ୍ନ ନେବା ପାଇଁ ସମୟ ନଥାଏ ତେବେ ଆପଣ ନିଜର ଖାଦ୍ୟରେ କିଛି ସାମିଲ କରି ତ୍ବଚାର ସୁନ୍ଦରତାକୁ ବଢ଼ାଇପାରିବେ। ଏମିତି କିଛି ମସଲା ଅଛି ଯାହାକୁ ବ୍ୟବହାର କରିବା ପରେ କେବଳ ଆପଣଙ୍କ ତ୍ବଚା ସୁନ୍ଦର ହୋଇନଥାଏ ବରଂ ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଫାଇଦା ପୂର୍ଣ୍ଣ ହୋଇଥାଏ। ଏହି ମସଲାରେ ବହୁତ ପ୍ରକାର ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିଛି ଯାହା ଆପଣଙ୍କ ତ୍ବଚାକୁ ପୋଷକ ପ୍ରଦାନ କରିଥାଏ ଏବଂ ତ୍ବଚା ସମ୍ବଦ୍ଧୀୟ ସମସ୍ୟାକୁ ଦୂର କରିଥାଏ।

ଡାଲଚିନି :

Cinnamon Powderଏଥିରେ ଆଣ୍ଟି ବ୍ୟାକ୍ଟିରିଆଲ ଗୁଣ ରହିଥାଏ ଯାହା ରକ୍ତ ସଞ୍ଚାଳନକୁ ଭଲ କରିଥାଏ। ବ୍ରଣରୁ ମୁକ୍ତି କରିବା ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଇଥାଏ। ଡାଲଚିନି ତ୍ବଚାକୁ ପୁନର୍ଜିବୀତ କରିଥାଏ ଏବଂ ବୟଷ ବଢ଼ାଇବା ଲକ୍ଷଣକୁ ମଧ୍ୟ ସହଜରେ କମ କରିଥାଏ।

ହଳଦୀ :

turmeric powderହଳଦୀରେ ଆଣ୍ଟି ଏଜୀଙ୍ଗ୍, ଆଣ୍ଟି ବାୟୋଟିକ୍ ଏବଂ ଆଣ୍ଟି ସେପ୍ଟିକ୍ ଗୁଣ ରହିଥାଏ ଯାହା ତ୍ବଚାକୁ ସଂକ୍ରମଣରୁ ରକ୍ଷା କରିଥାଏ। ଏହା ତ୍ବଚାରେ ରହିଥିବା ବ୍ୟାକ୍ଟେିରିଆ ଏବଂ ଫଂଗ୍ସ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ। ଅନେକ ବିୟୁଟି ପ୍ରଡକ୍ଟସରେ ହଳଦୀର ବ୍ୟବହାର କରାଯାଇଥାଏ। ଏଥିରେ ସ୍କିନ ଲାଇଟେନିଙ୍ଗ୍ ଗୁଣ ମଧ୍ୟ ରହିଥାଏ।

କଳା ମରୀଚ :

kali mirch କଳା ମରୀଚ ଏକ୍ସଫୋଲିଏଟର ଭାବରେ କାମ କରିଥାଏ ଯାହା ତ୍ବଚାକୁ ଚମକାଇବାରେ ସାହାଯ୍ୟ କରିଥାଏ। ଏହା ବ୍ରଣ ଦ୍ବାରା ହୋଇଥିବା କଳା ଦାଗକୁ ମଧ୍ୟ ସହଜରେ କମ କରିଦେଇଥାଏ। କଳା ମରୀଚ ଏବଂ ଦହିର ପେଷ୍ଟକୁ ଲଗାଇବା ଏକ ପ୍ରଭାବୀ ବିକଳ୍ପ ହୋଇଥାଏ।

ଅଦା :

ginger powderଅଦା ତ୍ବଚାର ରଙ୍ଗକୁ ବଢ଼ାଇଥାଏ ଏବଂ ତ୍ବଚାକୁ ନୂଆ ଜୀବନ ଦେବାରେ ସାହାଯ୍ୟ କରିଥାଏ। ଅଦାରେ ରହିଥିବା ଆଣ୍ଟିଅକ୍ସିଡେଣ୍ଟ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ତ୍ବଚାକୁ ସୁସ୍ଥ ରଖିଥାଏ ଏବଂ ପୋଷଣ ପ୍ରଦାନ କରିଥାଏ।

ଧଣିଆ :

Coriander Seeds Powderଧଣିଆରେ କୁଲିଙ୍ଗ ଏବଂ ସୁଦିଙ୍ଗ୍ ଗୁଣ ରହିଥାଏ। ଏହି କାରଣରୁ ଏହାକୁ ଅନେକ ବିୟୁଟି ପ୍ରଡକ୍ଟସ, କ୍ରୀମ୍ ଏବଂ ଲୋଶନ ଆଦିରେ ବ୍ୟବହାର କରାଯାଇଥାଏ। ଏହା ରକ୍ତ ସଞ୍ଚାଳନକୁ ଭଲ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button