ବିଚାର

ଜାଣିଛନ୍ତି କି ସମସ୍ତ ମହିଳା ନାକ ଫୋଡ଼ାଇବା ଦରକାର, ହୋଇଥାଏ ଅନେକ ଫାଇଦା

ମହିଳାଙ୍କ ନୋଥ କେବଳ ଏକ ସୌନ୍ଦର୍ଯ୍ଯ ବର୍ଦ୍ଧକ ଭାବେ ନୁହଁ ବରଂ ଏହା ପଛରେ ରହିଛି ଅନେକ କାରଣ। ନୋଥ ପିନ୍ଧିବା ପାଇଁ କରାଯାଇଥିବା ଛିଦ୍ର ଦ୍ବାରା ଅନେକ ସ୍ବାସ୍ଥ୍ଯାଗତ ଫାଇଦା ହୋଇଥାଏ। ଖାଲି ତାହା ନୁହଁ ଏହା ପଛରେ ରହିଥିବା ଅନେକ ଫାଇଦା ବିଷୟରେ ଜ୍ଯୋତିଷଶାସ୍ତ୍ରରେ ମଧ୍ୟ ଉଲ୍ଲେଖ କରାଯାଇଛି।

-ଯେଉଁ ଭାବେ ଶରୀରର ବିଭିନ୍ନ ଅଂଶକୁ ଦବାଇବା ଦ୍ବାରା ଏକ୍ବୁପ୍ରେସରର ଲାଭ ମିଳିଥାଏ ଠିକ୍ ସେହିପରି ନାକ ଫୋଡ଼ାଇବା ଦ୍ବାରା ଏକ୍ବୁପ୍ରେସରର ଫାଇଦା ମିଳିଥାଏ। ଏହା ଦ୍ବାରା  ଶ୍ବାସ ସମ୍ବନ୍ଧୀୟ ରୋଗରୁ ରକ୍ଷା ମିଳିବା ସହ ଥଣ୍ଡା-କାଶରୁ ମଧ୍ୟ ଲାଭ ମିଳିଥାଏ।

nosefi

-ସେହିପରି ଆର୍ୟୁବେଦ ଅନୁଯାୟୀ, ନାକର ସଠିକ୍ ସ୍ଥାନରେ ଫୋଡ଼ାଇବା ଦ୍ବାରା ମହିଳାଙ୍କ ମାସିକଧର୍ମ ସମ୍ବନ୍ଧୀୟ ସମସ୍ଯା ଦୂର ହୋଇଥାଏ।

-ସାଧାରଣତଃ ମହିଳା ନାକରେ ସୁନା ବା ରୁପାର ନୋଥ ପିନ୍ଧିଥାନ୍ତି। ଏହା ଦ୍ବାରା ସେହି ଧାତୁର ସମସ୍ତ ଗୁଣ ଶରୀରରେ ସକାରତ୍ମକ ଉର୍ଜା ଭରିଥାଏ ବୋଲି କୁହାଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button