ବିଚାର

ଆପଣ ଦେଖୁଛନ୍ତି କି ଏହି ସବୁ ସ୍ବପ୍ନ , ତେବେ ଜାଣିରଖନ୍ତୁ କଣ ରହିଛି ଏହାର ସଙ୍କେତ

ପ୍ରାୟ ଆମେ ସମସ୍ତେ ନିଦରେ ଶୋଇ ଥିବା ସମୟରେ ସ୍ବପ୍ନ ଦେଖିଥାନ୍ତି । ସ୍ବପ୍ନରେ ଆମେ ବିଭିନ୍ନ ପ୍ରକାରର ପଶୁ ପକ୍ଷୀ, ଘଟଣା ଦୁର୍ଘଟଣା ଆଦି ଦେଖିଥାଉ । ଯାହାକୁ ମନେରଖିବା କଷ୍ଟ ହୋଇଥାଏ । ଆଉ କିଛି ସ୍ବପ୍ନ ବହୁ ସମୟ ପର‌୍ୟ୍ୟନ୍ତ ମନେ ରହିଥାଏ । ହେଲେ ଆପଣ କଣ ଜାଣିଛନ୍ତି ସ୍ବପ୍ନରୁ ମଧ୍ୟ ମିଳିଥାଏ ଜୀବନକୁ ନେଇ କିଛି ସଙ୍କେତ । ଯାହା ଆମ ଉପରେ ବେଶ୍ ପ୍ରଭାବ ପକାଇଥାଏ ।

ତେବେ ଆସନ୍ତୁ ଜାଣିବା କେଉଁ ସ୍ବପ୍ନ ଦେଖିଲେ କଣ  ମିଳିଥାଏ ସଙ୍କେତ :

otaଓଟ: ସ୍ୱପ୍ନରେ ଓଟ ଦେଖିବା ଦ୍ୱାରା ଅର୍ଥ ଲାଭ ହୋଇଥାଏ ,କିନ୍ତୁ ଓଟ ରେ ଚଢି ଯାତ୍ରା କରୁଥିବାର ଦେଖିଲେ ଏହା ଅଶୁଭ ହୋଇଥାଏ ।ଯାହା ନିଜେ କିମ୍ବା ପରିଜନର କେହି ସ୍ୱର୍ଗାଧାମ ହେବାର ସଂକେତ ଦେଇଥାଏ ।

pesion_24184ପାରା : ଯଦି ସ୍ୱପ୍ନରେ ଆପଣ ପାରା ଦେଖୁଛନ୍ତି ତେବେ ବ୍ୟବସାୟରେ ଲାଭ କିମ୍ବା ଚାକିରୀ ରେ ଭଲ ଫଳ ମିଳିବାର ଏହା ଏକ ସଂକେତ ା

horse-webଘୋଡା : ଘୋଡା ସ୍ବପ୍ନ ଦେଖିବା ଦ୍ୱାରା ଉଚ୍ଚ ପଦବୀ ମିଳିବାର ର ସମ୍ଭାବନା ରହିଥାଏ ।

dogକୁକୁର ,ବାରହା ,କୁକୁଡ଼ା : କୁକୁର ,ବାରହା ,କୁକୁଡ଼ା ଯଦି ଆପଣଙ୍କ ସ୍ୱପ୍ନରେ ଆସିଲେ ତେବେ ସୁକନ୍ୟା ଲାଭ ହେଇଥାଏ ।

rabbitଠେକୁଆ : ଠେକୁଆ ଦେଖିବା ଦ୍ୱାରା ବନ୍ଧୁ ପରିଜନ ମାନଙ୍କ ଠାରୁ ଗାଳି ଖାଇବା ଓ ସମ୍ପର୍କ ରେ ତିକ୍ତତା ଆସିପାରେ

catବିଲେଇ : ଯଦି ବିଲେଇକୁ ଆପଣ ସ୍ବପ୍ନରେ ଦେଖନ୍ତି ତେବେ ଏହା ଅଶୁଭ । ନିକଟ ଅତୀତରେ ବିପଦର ସାମ୍ନା କରିବାକୁ ପଡିବାର ସଂକେତ ମିଳିଥାଏ ।

bichaବିଛା : ବିଛା କାମୁଡିବା ଦେଖିଲେ ଯଶ ଲାଭ ହେବାର ସମ୍ଭାବନା ଦେଖାଦେଇଥାଏ ।

tigerbearବାଘ ,ଭାଲୁ :  ଯଦି ଆପଣ ସ୍ବପ୍ନରେ ବାଘ ,ଭାଲୁ , ଗୋଡ଼ାଇବାର ଦେଖୁଛନ୍ତି ତେବେ ଅତି ଶୀଘ୍ର କୌଣସି ଖଳ ଲୋକଙ୍କ ଦ୍ୱାରା ଆପଣ ଶୋଷିତ ହୋଇପାରନ୍ତି ।

treeଗଛ : ସ୍ୱପ୍ନରେ ଗଛ ଦେଖିଲେ କୁଟୁମ୍ବ ବୃଦ୍ଧି ହେଇଥାଏ

fishମାଛ : ସ୍ୱପ୍ନରେ ମାଛ ଦେଖିବା ଶୁଭଫଳ ପ୍ରଦାନ କରିଥାଏ ।

buffaloମଇଁଷି :  ସ୍ୱପ୍ନରେ ମଇଁଷି ଦେଖିବା ଅଶୁଭ ହୋଇଥାଏ । ଯଦି ଏପରି ସ୍ବପ୍ନ ଦେଖି ନିଦ୍ରା ଭଙ୍ଗ ହେଇଯାଏ ଏବଂ ଆପଣ ପୁନର୍ବାର ଶୋଇପାରନ୍ତି ନାହିଁ ତେବେ ଏହା ସତ ହେଇଥାଏ ବୋଲି ମନାଯାଏ ।

ନିରାକରଣ :  ଯଦି କିଛି ଅଶୁଭ ସଂକେତର ସ୍ବପ୍ନ ଦେଖୁଛନ୍ତି ତେବେ ଆପଣ ସକାଳୁ ଉଠି ଶିବ ମନ୍ଦିରରେ କ୍ଷୀର ଢ଼ାଳିବା ସହିତ, ଓଁ ନମଃ ଶିବାୟ ମନ୍ତ୍ର ଜପ କରିନିଅନ୍ତୁ । ଏହା ସୁଫଳ ପ୍ରଦାନ କରିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button