ମନ୍ତ୍ର ଜପ କରିବା ସମୟରେ ଏହି କଥା ଉପରେ ଧ୍ୟାନ ରଖନ୍ତୁ, ନଚେତ ଅଧୂରା ରହିଯିବ ପୂଜା !

ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ମନ୍ତ୍ରର ପ୍ରଭାବ ବିଷୟରେ ବହୁତ କିଛି କୁହାଯାଇଛି। ଅନେକ ତଥ୍ୟ ସହିତ ଏହା ମଧ୍ୟ ଉଲ୍ଲେଖ କରାଯାଇଛି। ପୂଜା-ପାଠ କରିବା ସମୟରେ ମନ୍ତ୍ରର ଜପ କରିବା ଦ୍ବାରା ଭଗବାନଙ୍କର କ୍ରୁପା ମିଳିଥାଏ। ଏହା ମଧ୍ୟ କୁହାଯାଇଛି ଯେ ମନ୍ତ୍ରର ପ୍ରଭାବରେ ଜାତକରେ ଗ୍ରହ ଦୋଷ ଏବଂ ଖରାପ ଗ୍ରହର ସ୍ଥିତିରେ ପଡୁଥିବା ପ୍ରଭାବ ଠାରୁ ମୁକ୍ତି ମିଳିଥାଏ। ଏହା ସହିତ ଏହା ଧନ,ଯଶ,ବୈଭବ ଏବଂ ସଫଳତାରେ ପ୍ରଭାବ ପଡିଥାଏ। କିନ୍ତୁ ଭୁଲ ଉପାୟ ଦ୍ବାରା ମନ୍ତ୍ରର ଯପ କରିବା ଦ୍ବାରା ଏହାର ପ୍ରତିକୂଳ ପ୍ରଭାବ ପଡିଥାଏ। ଆସନ୍ତୁ ଜାଣିବା କେଉଁ ଭଳି ଭାବେ ମନ୍ତ୍ରର ଜପ କଲେ କୌଣସି ସମସ୍ୟା ଆସିବ ନାହିଁ।
ସକାଳୁ ଉଠି ନିତ୍ୟ କର୍ମ ସାରି ସ୍ନାନ କରି ଭଗବାନଙ୍କ ସାମ୍ନାରେ ଶାନ୍ତ ମନରେ ମନ୍ତ୍ରକୁ ଜପ କରିବା ଆବଶ୍ୟକ। ସନ୍ଧ୍ୟା ସମୟ ମଧ୍ୟ ମନ୍ତ୍ର ଜପ କରିବାର ଠିକ ସମୟ ଅଟେ। ଅବଶ୍ୟ ତନ୍ତ୍ର ସାଧନା କରୁଥିବା ବ୍ୟକ୍ତିଙ୍କୁ ରାତି ସମୟରେ ମନ୍ତ୍ର ଜପ କରିବା ଆବଶ୍ୟକ।
ଆରାଧନା କରୁଥିବା ବ୍ୟକ୍ତିଙ୍କୁ ପୂଜା କରିବା ପାଇଁ ଗୋଟିଏ ସମୟ ରଖିବା ଆବଶ୍ୟକ ଏବଂ ଏହି ସମୟରେ ମନ୍ତ୍ରର ଜପ କରିବା ଉଚିତ। ବାରମ୍ବାର ସମୟ ବଦଳାଇଲେ ମନ୍ତ୍ରର ସମ୍ପୂର୍ଣ୍ଣ ଫଳ ମିଳିନଥାଏ। ପୂଜା କରିବା ପାଇଁ ଆପଣ ଯେଉଁ ମାଳର ବ୍ୟବହାର କରୁଛନ୍ତି ସେହି ମାଳ ବିଷୟରେ କୌଣସି ବ୍ୟକ୍ତିଙ୍କ ଠାରୁ ସୂଚନା ନେବା ଆବଶ୍ୟକ। ମାଳକୁ ଧରି ମନ୍ତ୍ର କରିବା ଦ୍ବାରା ଏହା ମନକୁ ମଧ୍ୟ ପ୍ରଭାବିତ କରିଥାଏ।
ପୂଜା କରିବା ସମୟରେ ମନ୍ତ୍ରର ଜପ କରିବା ସମୟରେ ସାଧକଙ୍କୁ କାଠର ଚୌକି, ସୂତା କପଡାର ଆସନକୁ ବ୍ୟବହାର କରିବା ଉଚିତ। ମନ୍ତ୍ରର ଜପ କରିବା ସମୟରେ ଏକ କପଡା ସାହାଯ୍ୟରେ ହାତକୁ ଢ଼ାଙ୍କି ରଖିବା ଉଚିତ।
ପୂଜା କରିବା ପାଇଁ ଯେଉଁ ମାଳର ବ୍ୟବହାର କରୁଛନ୍ତିଳ ତାହା ବିଷୟରେ ଜଣାଥିବା ବ୍ୟକ୍ତିଙ୍କ ଠାରୁ ତଥ୍ୟ ନେବା ଆବଶ୍ୟକ। ଆରାଧକ ଯଦି ଜପ କରିବା ସମୟରେ ନିଜ ମୁଣ୍ଡ ଉପରେ କପଡା ରଖି ଦିଅନ୍ତି କିମ୍ବା ମୁଣ୍ଡକୁ ଘୋଡାଇ ଦିଅନ୍ତି ତେବେ ଏହା ଉଚିତ ରହେ ବୋଲି କୁହାଯାଏ। ସବୁବେଳେ ଏହି କଥା ଉପରେ ଧ୍ୟାନ ରଖନ୍ତୁ ଯେ ଯେପରି ମଝି ଆଙ୍ଗୁଳିରେ ମାଳକୁ ଜପିବା ଉଚିତ।



