ଧର୍ମ

ଆପଣ ଜାଣିଛନ୍ତି କି, କାହିଁକି ମହିଳା ଦିଅନ୍ତି ମୁଣ୍ଡରେ ଓଢ଼ଣା

ହିନ୍ଦୁ ଧର୍ମରେ ମହିଳାଙ୍କ ସଂପର୍କୀୟ ବିଭିନ୍ନ ନିୟମ ରହିଛି। ଏନେଇ ଆପଣ ଦେଖିଥିବେ ହିନ୍ଦୁ ଧର୍ମରେ ସାଧାରଣତଃ ମହିଳା ମୁଣ୍ଡରେ ଓଢ଼ଣା ଦେଇଥାନ୍ତି। ଏହାକୁ ପରମ୍ପରା କୁହାଯାଇଥିବା ବେଳେ ବାସ୍ତବରେ ଏହା ପଛରେ ରହିଛି କିଛି ବାସ୍ତୁଶାସ୍ତ୍ର। ଆସନ୍ତୁ ଜାଣିବା ମହିଳାଙ୍କ ମୁଣ୍ଡରେ ଓଢ଼ଣା ଦେବାର ପଛରେ ଥିବା କାରଣ ବିଷୟରେ।

-ହିନ୍ଦୁ ଧର୍ମ ଅନୁସାରେ ମହିଳା ଯେଉଁ ମାନଙ୍କୁ ସମ୍ମାନ ଦେଇଥାନ୍ତି ତାଙ୍କ ଆଗରେ ମୁଣ୍ଡ ଘୋଡାଇବା ଉଚିତ। ତେଣୁ ମୁଣ୍ଡିଆ ମାରିବା ବେଳେ ସମ୍ମାନ ଜଣାଇ ମହିଳାମାନେ ମୁଣ୍ଡରେ ଓଢଣା ଦେଇଥାନ୍ତି।

-ହିନ୍ଦୁ ଧର୍ମରେ ବିଶ୍ୱାସ ରଖାଯାଏ ଯେ, ମୁଣ୍ଡରେ ଓଢଣା ଦେଇ ପୂଜାର୍ଚ୍ଚନା କରିଲେ ଏହାର ଶୁଭ ଫଳ ମିଳେ। ଭଗବାନ ଶୀଘ୍ର ଏହା ଦ୍ୱାରା ପ୍ରସନ୍ନ ହୋଇଥାନ୍ତି।

indian-bride

-ବେଦ ଅନୁସାରେ ମୁଣ୍ଡର କେନ୍ଦ୍ର ଭାଗରେ କେନ୍ଦ୍ରୀୟ ଚକ୍ର ରହିଛି ଯାହାକୁ ଘୋଡାଇ ରଖି ପୂଜା କରିଲେ ଏକାଗ୍ରତା ବୃଦ୍ଧି ପାଏ। ଏକାଗ୍ରତା ସହ ପୂଜା କରିଲେ ଭଗବାନଙ୍କର କୃପା ପ୍ରାପ୍ତ ହୁଏ।

-ମୁଣ୍ଡ ଘୋଡାଇ ରଖି ପୂଜା କରିଲେ କୌଣସି ନକାରତ୍ମକ ଚିନ୍ତା ମନକୁ ଆସେ ନାହିଁ ବୋଲି ବିଶ୍ୱାସ କରାଯାଏ। ଏହା ଦ୍ୱାରା ପୂଜାକାର୍ଯ୍ୟ ସଫଳ ହୋଇଥାଏ।

-ସଧବା ମହିଳାମାନେ ମୁଣ୍ଡରେ ଓଢଣା ଦେବା ଦ୍ୱାରା ସ୍ୱାମୀଙ୍କର ମଙ୍ଗଳ ମଧ୍ୟ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button