ଦେଶ ବିଦେଶ

ଥଣ୍ଡା କାଶକୁ ଚୁଟକିରେ ଦୂର କରିବ ମସଲା ଚା’

ଶୀତ ଦିନ ସହ ଅସିଥାଏ ଥଣ୍ଡାକାଶ, ଫ୍ଳୁ, କଫ ଆଦି ଅସୁବିଧା । ଏହା ସାଧାରଣ ରୋଗ ହୋଇଥିଲେ ମଧ୍ୟ ଏଥିପାଇଁ ଅନେକ ଅସୁବିଧା ଭୋଗିବାକୁ ପଡ଼ିଥାଏ। ଏଣୁ ଏହି ସମୟରେ ଔଷଧ ସହ କିଛି ଘରୋଇ ଉପଚାର କରିବା ନିହାତି ଆବଶ୍ୟକ। ଏହି ସମସ୍ତ ଅସୁବିଧାର ସହଜ ସମାଧାନ ହେଉଛି ମସଲା ଚା। ଯାହା ଦ୍ବାରା ଏହି ଦିନରେ ହୋଇଥିବା ଛୋଟ ଛୋଟ ଅସୁବିଧାର ସମାଧାନ ମିଳିଯିବ।

cold-flu

 

ଆସନ୍ତୁ ଜାଣିବା ମସଲା ଚାର ପ୍ରସ୍ତୁତି :

ଆବଶ୍ୟକ ସାମଗ୍ରୀ : ଲବଙ୍ଗ, ଅଦା, ଗୁଜୁରାତି, ଗୋଲମରିଚ, ତୁଳସୀ ।

ପ୍ରସ୍ତୁତି : ଏକ ଜାଗାରେ ପାଣି ନେଇ ସେଥିରେ ଏକ ଚାମଚ ଚାପତି ପକାନ୍ତୁ। ଏଥିରେ ଲବଙ୍ଗ, ଅଦା, ଗୋଲମରିଚ ଏବଂ ତୁଳସୀ ପତ୍ର ପକାଇ ଫୁଟାନ୍ତୁ। ଏହାକୁ ସେପର‌୍ୟ୍ୟନ୍ତ ଫୁଟାନ୍ତୁ ଯେପର‌୍ୟ୍ୟନ୍ତ ପାତ୍ରରେ ପାଣି ଅଧା ହୋଇଯାଇନଥିବ। ତେବେ ଏହାର ସ୍ବାଦ ବଢ଼ାଇବା ପାଇଁ ଏଥିରେ ଆପଣ ମହୁ ମିଶାଇ ପାରିବେ। ଚା ପ୍ରସ୍ତୁତ ହେବା ପରେ ଏହାକୁ ଗରମ ଗରମ ସେବନ କରନ୍ତୁ।

ALT TAG

କଣ ମିଳିବ ଫାଇଦା :

-ମସଲା ଚାରେ ଆଣ୍ଟି-ଅକ୍ସିଡ଼େଟ ସହ ପଲିଫେନେଲ ଗୁଣ ରହିଥାଏ। ଯାହା ଶରୀରରେ ଇମ୍ୟୁନିଟି ସିଷ୍ଟମକୁ ତ୍ବରାନ୍ବିତ କରିଥାଏ। ଯାହା ଶରୀରରେ ବଢ଼ୁଥିବା ଥଣ୍ଡା ଜନିତ ରୋଗକୁ କମ କରିଥାଏ।

-ଏହି ଚାରେ ଗୋଲମରିଚ ଥିବାରୁ ଏହା ପାଚନକ୍ରିୟାକୁ ସକ୍ରିୟ କରିଥାଏ। ଏହା ହଜମକ୍ରିୟାକୁ ମଜବୁତ କରାଇଥାଏ। ଏହା ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ କରାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button