ଜୀବନଶୈଳୀ

ପୁରୁଷଙ୍କ ତୁଳନାରେ କାହିଁକି ମହିଳାଙ୍କୁ ହୁଏ ଅଧିକ ମୁଣ୍ଡବିନ୍ଧା, ଜାଣନ୍ତୁ କାରଣ ?

ବ୍ୟସ୍ତବହୁଳ ଜୀବନରେ ପ୍ରାୟ ସମସ୍ତଙ୍କର ମୁଣ୍ଡବିନ୍ଧା ହେବା ଏକ ସାଧାରଣ କଥା। କିନ୍ତୁ ଆପଣ ଜାଣିଛନ୍ତି କି, ପୁରୁଷଙ୍କ ତୁଳନାରେ ମହିଳାଙ୍କର ଅଧିକ ମୁଣ୍ଡବିନ୍ଧା ହୋଇଥାଏ। କାରଣ ମହିଳାଙ୍କ ଜୀବନ ଅଧିକ ବ୍ୟସ୍ତତା ମଧ୍ୟରେ ବିତିଥିବା ସହ ହର୍ମୋନାଲ ପରିବର୍ତ୍ତନ ହୋଇଥାଏ। ଏହାଛଡ଼ା ମୁଣ୍ଡବିନ୍ଧାର କାରଣ କିଛି ରୋଗ ମଧ୍ୟ ହୋଇପାରେ। ଆସନ୍ତୁ ଜାଣିବା କେଉଁ କାରଣରୁ ମୁଣ୍ଡ ବିନ୍ଧା ହୋଇଥାଏ।

headache

-ଦୁଇପ୍ରକାର ଜୀବନ ପାଇଁ ମହିଳା ଅଧିକ ଚିନ୍ତାଗସ୍ତ ହୋଇଥାନ୍ତି। ଏଥିକାରଣରୁ ମୁଣ୍ଡର ଦୁଇ ଅଂଶରେ କଷ୍ଟ ଅନୁଭବ ହୋଇଥାଏ। ତେବେ ଏହାର ଆଗକୁ ବଢ଼ି କୌଣସି ଭୟଙ୍କର ରୋଗର ରୁପ ନେଇଥାଏ।

-ମୁଣ୍ଡବିନ୍ଧାର କାରଣ ମାଇଗ୍ରେନ ମଧ୍ୟ ହୋଇଥାଇପାରେ। ଯଦି ଆପଣଙ୍କ ମୁଣ୍ଡବିନ୍ଧା ମସ୍ତିଷ୍କର ମଝିଆମଝି ହୋଇଥାଏ ତେବେ ତୁରନ୍ତ ଡ଼ାକ୍ତରଙ୍କ ସହ ସଂପର୍କ କରନ୍ତୁ।

busy women

-ମୁଣ୍ଡବିନ୍ଧାର କାରଣ ପାଚନକ୍ରିୟାରେ ଅସୁବିଧା ମଧ୍ୟ ହୋଇପାରେ। ଅନେକ ସମୟରେ ପାଚନ ସଠିକ୍ ଭାବେ ନହେବା କାରଣରୁ ମଧ୍ୟ ଅଧିକ ସମୟ ପର‌୍ୟ୍ୟନ୍ତ ମୁଣ୍ଡବିନ୍ଧା ହୋଇଥାଏ। ତେବେ ମୁଣ୍ଡର ଗୋଟିଏ ଅଂଶରେ ବାରମ୍ବାର ମୁଣ୍ଡବିନ୍ଧା ଡ଼ାଇରିଆ ମଧ୍ୟ ହୋଇଥାଇପାରେ।

-ଅଧିକ ସମୟ ଫୋନରେ କଥା ହେବା ଦ୍ବାରା ମଧ୍ୟ ମୁଣ୍ଡବିନ୍ଧା ହୋଇଥାଏ। ଯେହେତୁ ମହିଳାଙ୍କୁ ଗପିବାର ଅଧିକ ଅଭ୍ୟାସ ରହିଥାଏ ଏଣୁ ତାଙ୍କର ମୁଣ୍ଡବିନ୍ଧା ମଧ୍ୟ ଅଧିକ ହୋଇଥାଏ।

tension women

-କିଛି କଥାକୁ ଅଧିକ ଭାବିବା ଏବଂ ଶରୀରରେ ହର୍ମୋନାଲ ପରିବର୍ତ୍ତନ ମଧ୍ୟ ମୁଣ୍ଡବିନ୍ଧାର ଏକ କାରଣ ରହିଥାଏ। ଏପରିକି ଏହା ଦ୍ବାରା ହୃଦସ୍ପନ୍ଦନ ମଧ୍ୟ ବଢ଼ିଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button