ଦେଶ ବିଦେଶ

ଆପଣ ଚାହୁଁଛନ୍ତି କି କଳା,ଘନ ଏବଂ ମୋଟା କେଶ ? ତେବେ ବ୍ୟବହାର କରନ୍ତୁ ଏହି ଜିନିଷ

ସୁନ୍ଦର,ସୁସ୍ଥ ଏବଂମୋଟା କେଶ ପାଇଁ କିଏ ନଚାହାନ୍ତି, କିନ୍ତୁ ଧୂଳି ଏବଂ ପ୍ରଦୂଷଣ ଯୋଗୁ ଆମର କେଶ ଖରାପ ହୋଇଯାଇଥାଏ। କେତେ ବେଳେ କୌଣସି ରୋଗ ସମୟରେ ଆମର କେଶ ଝଡ଼ିଥାଏ । କିନ୍ତୁ ଏହି କେଶ କିପରି ନ ଝଡ଼ିବ ଏବଂ ସୁନ୍ଦର,ମୋଟା ରହିବ ସେଥିପାଇଁ ଏହାର କିଛି ଉପାୟ ରହିଛି । କେଶ ବିଶେଷଜ୍ଞ ଡ଼ା.ଏସ୍ କ୍ଲିନିକ୍ଫାଉଣ୍ଡର,ଡ଼ା.ଅରବିନ୍ଦ ପୈସବାଲ୍ କହିଛନ୍ତି ଔଷଧୀୟ ଉପାୟରେ ଅଦା ବ୍ୟବହାର କଲେ କେଶ ପାଇଁ ଲାଭବାନ୍ ହୋଇଥାଏ। ଅଦା କେଶ ର ବିକାଶ କରିବାରେ ସାହାର୍ଯ୍ଯ କରିଥାଏ।

ଏପରି ରୋକିପାରିବେ କେଶ ଝଡ଼ିବା  :

using gingerଅଦା ମୂଳରେ ମ୍ୟାଗ୍ନେସିୟମ୍,ପୋଟାସିୟମ,ଫସ୍ଫୋରସ୍ ଏବଂ ବହୁତ ସାରା ଭିଟାମିନ୍ ରହିଥାଏ । ଯାହା ଆପଣଙ୍କ କେଶକୁ ପୋଷଣ ପ୍ରଦାନ କରିବା ସହିତ ମଜବୁତ ଓ ଝଡ଼ିବାରୁ ରୋକିଥାଏ। ଅଦାକୁ ଏହିଭଳି ଭାବେ ବ୍ୟବହାର କଲେ ଆପଣଙ୍କ କେଶ ବଢିବା ସହିତ  ମଜବୁତ କରିବାରେ ସହାୟକ ହୋଇଥାଏ।

ଡ଼୍ରାଏନେସ୍ ଠାରୁ ଦୂରରେ ରୁହନ୍ତୁ :

Benefits Of Gingerଡ଼୍ରାଏ କରିବାଦ୍ବାରା କେଶ ଶୁଷ୍କ ହୋଇ ଫାଟିଥାଏ। ଅଦା ଏକ ପ୍ରକାରର କଣ୍ଡିସିନର ଭଳି କାମ କରି କେଶକୁ ଶୁଷ୍କ ହେବାରୁ ରକ୍ଷା କରିଥାଏ। ଅଦାରେ ଥିବା ଲିନୋଲେଇକ୍ ଏସିଡ଼୍ କେଶ ପାଇଁ ପୋଷଣ ପ୍ରଦାନ କରିଥାଏ।

ରକ୍ତ ପ୍ରବାହରେ ସୁବିଧା :

ginger picଅଦାର ସକ୍ରିୟ ତତ୍ତ୍ବ ରକ୍ତ କେଷିକାକୁ ଠିକ୍ ଭାବେ କାର‌୍ୟ୍ୟ କରିବାକୁ ସାହାଯ୍ୟ କରିଥାଏ । ଯାହା ଦ୍ବାରା ଶରୀରରେ ରକ୍ତ ସଂଚାଳନ ଠିକ୍ ଭାବେ ହୋଇଥାଏ। ଅଦାରେ ରୋଗ ପ୍ରତିରୋଧକ ଗୁଣ ରହିଥାଏ, ଯାହା ରୂପିକୁ ନିୟନ୍ତ୍ରୀତ କରିବା ସହିତ କେଶ ଝଡ଼ିବା ରୁ ରୋକିବାରେ ସହାୟକ ହୋଇଥାଏ।

ଏହିପରି ଭାବେ ଅଦାକୁ ତେଲରେ ମିଶାନ୍ତୁ :

ginger oilଏକ ପାତ୍ର ରେ ଅଦା ପେଷ୍ଟ କୁ ଅଆପଣ ଲଗାଉଥିବା ତେଲ ସହ ଭଲଭାବେ ମିଶାଇ ଦିଅନ୍ତୁ। କେଶର ମୂଳରେ ଏହାକୁ ଭଲଭାବେ ମାଲିସ୍ କରନ୍ତୁ। ଏହା ଦ୍ବାରା ରକ୍ତ ସଂଚାଳନରେ ସୁଧାର ଆସିଥାଏ। ଏହାକୁ ଲଗାଇବାର ୩୦ମିନିଟ୍ ପରେ ଶାମ୍ପୂରେ ଭଲଭାବେ ଧୋଇଦିଅନ୍ତୁ। ତେଲର କଣ୍ଡିସିନର ଗୁଣ ସହିତ ଅଦା ଆପଣଙ୍କ କେଶକୁ ଭରପୁର୍ ମାତ୍ରାରେ ପୋଷଣ ପ୍ରଦାନ କରିବା ସହିତ ମଜବୁତ୍ କରିଥାଏ।

ଅଦା ପେଷ୍ଟ :

ginger pest picକିଛି ମାତ୍ରାର ଅଦା ନେଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ପାଣିରେ ଭଲଭାବେ ଫେଣ୍ଟନ୍ତୁ। ଏହାକୁ କେଶର ମୂଳରେ ଲଗାଇ ୪୫ମିନିଟ୍ ପରେ ଶାମ୍ପୂରେ ଭଲଭାବେ ଧୋଇ ଦିଅନ୍ତୁ। ଅଦାରେ ରୋଗପ୍ରତିରୋଧକ ଶକ୍ତି ରହିଥିବାରୁ କେଶ ଝଡ଼ିବା ରୋକିବା ସହିତ କେଶ ର ବିକାଶରେ ମଧ୍ଯ ବେଶ୍ ସହାୟକ ହୋଇଥାଏ । ଏହା କେଶର ସୁରକ୍ଷା ପାଇଁ ଏକ ସରଳ ଉପାୟ ଅଟେ।

ଅଦା ଏବଂ ରସୁଣ ପେଷ୍ଟ :

Garlic And Gingerଅଦା ଏବଂ ରସୁଣ ର ପେଷ୍ଟ କୁ ଭଲଭାବେ ମିଶାନ୍ତୁ ଓ ଏହାକୁ କେଶର ମୂଳରେ ମାଲିସ୍ କରି ୩୦ମିନିଟ୍ ରଖିବା ପରେ ଶାମ୍ପୂରେ ଭଲଭାବେ ଧୋଇଦିଅନ୍ତୁ। ରସୁଣରେ ସଲଫର ରହିଥାଏ। ଏହା କେଶକୁ ଘନ ଏବଂମୋଟା କରିବାରେ ସହାୟକ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button