ଧର୍ମ

କାହିଁକି ପିନ୍ଧାଯାଏ ତୁଳସୀ ମାଳ ଏବଂ କଣ ରହିଛି ଏହାର ମହତ୍ବ ?

ଆପଣ ସାଧାରଣତଃ ବୟସ୍କ ଲୋକଙ୍କୁ ବେକରେ ତୁଳସୀ ମାଳ ପିନ୍ଧିଥିବା ଅଥବା ଜପ କରୁଥିବା ଦେଖିଥିବେ। ତୁଳସୀ ଗଛ ଏବଂ ପତ୍ର ସ୍ବରୁପ ଏହାର ମାଳ ମଧ୍ୟ ଖୁବ ଲାଭକାରୀ ହୋଇଥାଏ। ତେବେ ତୁଳସୀ ମାଳ କାହିଁକି ଧାରଣ କରାଯାଇଥାଏ ଏବଂ କଣ ରହିଛି ଏହାର ମହତ୍ତ୍ବ ତାହା ବିଷୟରେ ଆଜି ଆମେ କହିବାକୁ ଯାଉଛୁ।

tulsi

ଯେଉଁ ଘରେ ତୁଳସୀ ରହିଥାଏ ସେହି ଘରେ ରୋଗ ପାଦ ମାଡ଼ି ନଥାଏ। ଏଣୁ ତୁଳସୀ ମାଳ ପରିଧାନ କରିଥିବା ବ୍ୟକ୍ତି ମଧ୍ୟ ଖୁବ୍ କମ ରୋଗଗ୍ରସ୍ତ ହୋଇଥାନ୍ତି। ଏହାକୁ ପିନ୍ଧିବା ଦ୍ବାରା ସୁଖ ଶାନ୍ତି ଆଦି ବଢ଼ିଥାଏ। ଏଥିରେ ଥିବା ଔଷଧିୟ ଗୁଣ ଶରୀରରୁ ବିଭିନ୍ନ ପ୍ରକାରର ରୋଗ ଯଥା ଥଣ୍ଡା, କାଶ, ଜ୍ବର , ଚର୍ମ ରୋଗ ଆଦିକୁ ଦୂର କରିଥାଏ। କୌଣସି ରୋଗୀ ତୁଳସୀ ମାଳ ଧାରଣ କଲେ ତାଙ୍କୁ ବହୁତ ଫାଇଦା ମିଳିଥାଏ।

kanthi-mala

ଶାସ୍ତ୍ରଅନୁଯାୟୀ, ତୁଳସୀ ମାଳକୁ ଧାରଣ କରିଥିବା ବ୍ୟକ୍ତିଙ୍କୁ ଅକାଳ ମୃତ୍ୟୁ ବା କୌଣସି ହାନିକାରକ ରୋଗ ହୋଇନଥାଏ। ଶାଳିଗ୍ରାମ ପୁରାଣ ଅନୁଯାୟୀ ଯଦି ଭୋଜନ ସମୟରେ କୌଣସି ବ୍ୟକ୍ତିଙ୍କ ଶରୀରରେ ତୁଳସୀ ମାଳ ରହିଥିଲେ ତାଙ୍କୁ ଅନେକ ଯଜ୍ଞ କରିବାର ପୁଣ୍ୟ ପ୍ରାପ୍ତ ହୋଇଥାଏ। ଏହି କାରଣରୁ ବୟସ୍କ ବ୍ୟକ୍ତି ବେକରେ ତୁଳସୀମାଳ ଧାରଣ କରିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button