ବିଚାର

ଭୁଲରେ ମଧ୍ୟ ଅନ୍ୟର ଏହି ୬ଟି ଜିନିଷକୁ ବ୍ୟବହାର କରନ୍ତୁ ନାହିଁ, ନଚେତ ହୋଇପାରେ ଦୁର୍ଭାଗ୍ୟର କାରଣ

ବାସ୍ତୁଶାସ୍ତ୍ରରେ ସବୁ ବସ୍ତୁର ନିଜର ସ୍ବତନ୍ତ୍ର ଶକ୍ତି ରହିଛି। ଯେଉଁ କାରଣରୁ ବସ୍ତୁର ଏହି ଶକ୍ତିର ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ ମଧ୍ୟ ପଡିଥାଏ। ଆଜ୍ଞା ହଁ ଆମ ଦ୍ବାରା ବ୍ୟବହାର କରାଯାଉଥିବା ଜିନିଷର ନିଜ ନିଜର ସକାରାତ୍ମକ ଏବଂ ନକାରାତ୍ମକ ଶକ୍ତିରେ ଗଭୀର ପ୍ରଭାବ ପଡିଥାଏ। ଏଥିପାଇଁ ବସ୍ତୁ ଗୁଡିକ ମଧ୍ୟରେ ଏମିତି କଥା ଅଛି, ଯାହା କୌଣସି ଅନ୍ୟ ବ୍ୟକ୍ତିଙ୍କର ବ୍ୟବହାର କରିବା ଉଚିତ ନୁହେଁ। କାରଣ ଏହି ବସ୍ତୁ ଆପଣଙ୍କ ଦୁର୍ଭାଗ୍ୟର କାରଣ ହୋଇପାରେ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଯାହା କେବେ ବି ଅନ୍ୟ କାହାରିକୁ ବ୍ୟବହାର କରିବା ପାଇଁ ଦେବା ଉଚିତ ନୁହେଁ।

ପେନ

parkerକେତେକ ଥର ଆମେ କୌଣସି କାମ ପାଇଁ ଅନ୍ୟର ପେନ ଉଧାରରେ ଆଣିଥାଉ। କିନ୍ତୁ କାମ ସରିବା ପରେ ତାଙ୍କୁ ଫେରାଇବା ଭୁଲି ଯାଇଥାନ୍ତି। ଏହା ଆମ ପାଇଁ ଆର୍ଥିକ ଚିନ୍ତା ଏବଂ ଅପମାନର କାରଣ ହୋଇପାରେ। ଏଥିପାଇଁ ଭୁଲରେ ମଧ୍ୟ ଅନ୍ୟ କାହାର ପେନ ନିଜ ପାଖରେ ରଖନ୍ତୁ ନାହିଁ।

ବିଛଣା

ଅନ୍ୟ କାହାର ବିଛଣା ବା ପଲଙ୍କରେ ଶୋଇବାକୁ ମଧ୍ୟ ବାସ୍ତୁ ଦୋଷ କୁହାଯାଏ। ଏମିତି କରିବା ଦ୍ବାରା ବିଛଣାରେ ସବୁବେଳେ ଶୋଉଥିବା ଲୋକଙ୍କ ମଧ୍ୟରେ ହେଉଥିବା ଝଗଡା ଏବଂ ଆର୍ଥିକ ସମସ୍ୟା ଆପଣଙ୍କ ଉପରେ ପଡିପାରେ।

ଘଣ୍ଟା

ହାତରେ ପିନ୍ଧା ଯାଉଥିବା ଘଣ୍ଟା ମଧ୍ୟ ମଣିଷଙ୍କ ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ। ଅନ୍ୟର ଘଣ୍ଟା ପିନ୍ଧିବା ଦ୍ବାରା ମଣିଷର କାମରେ ଅସଫଳତା ଏବଂ ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡିଥାଏ।

ପୋଷାକ

ଅନ୍ୟ କାହାର ପୋଷାକ ମାଗିବା ବା ପିନ୍ଧିବା ଦ୍ବାରା ଆପଣଙ୍କ ପାଇଁ ବହୁତ ପ୍ରକାର ସମସ୍ୟା ଏବଂ ଦୁଃଖ ଆସିପାରେ। ଏଥିପାଇଁ ଅନ୍ୟର ପୋଷାକ ମାଗିବା ଏବଂ ପିନ୍ଧିବା ଠାରୁ ଦୂରେଇ ରୁହନ୍ତୁ।

ଧନ

currency

କାହର ଟଙ୍କା ଉପରେ ନଜର ପକାଇବା ବା ଉଧାର ନେଇ ଟଙ୍କା ନଫେରାଇବାରେ ମଧ୍ୟ ମଣିଷଙ୍କ ପାଇଁ ଆର୍ଥିକ ସମସ୍ୟା ଏବଂ ଦୁର୍ଭାଗ୍ୟର କାରଣ ହୋଇଥାଏ। ଏଥିପାଇଁ କାହା ଠାରୁ ଉଧାର ନେଇ ଟଙ୍କା ଫେରାଇ ଦିଅନ୍ତୁ।

ରୁମାଲ

ଅନ୍ୟର ରୁମାଲ ବ୍ୟବହାର କରିବା ଦ୍ବାରା ଚିନ୍ତା ଏବଂ ବହୁତ ସମସ୍ୟା ବଢ଼ିଥାଏ। ଏହା ସହିତ ଅନ୍ୟର ରୁମାଲ ବ୍ୟବହାର କରିବା ଦ୍ବାରା ବାରମ୍ବାର ଟଙ୍କାର ଅଭାବ ସାମ୍ନା କରିବାକୁ ପଡିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button