ଦେଶ ବିଦେଶ

ନଡିଆ ତେଲ ସାହାଯ୍ୟରେ ଘରେ ବସି କରନ୍ତୁ Pedicure, ଏବେ ଆଉ ଯିବାକୁ ପଡିବନି ପାର୍ଲର

ସାଧାରଣତଃ ସବୁ ବ୍ୟକ୍ତି ନିଜ ତ୍ବଚା ଏବଂ କେଶର ଯତ୍ନ ନେବା ପଛରେ ନିଜର ପାଦର ଯତ୍ନ ନେବାକୁ ଅଣଦେଖା କରିଦିଅନ୍ତି। ଯେତିକି ଆବଶ୍ୟକ କେଶ ଏବଂ ତ୍ବଚାର ଯତ୍ନ ନେବା ସେତିକି ଆବଶ୍ୟକ ପାଦର ମଧ୍ୟ ଯତ୍ନ ନେବା। ପାଦର ସୁନ୍ଦରତାକୁ ବଢ଼ାଇବା ପାଇଁ ଆପଣ ସ୍କ୍ରବ କରିପାରିବେ। ସ୍କ୍ରବ ଆପଣଙ୍କ ମୃତ କୋଶିକାକୁ ଏକ୍ସଫୋଲିଏଟ କରିବାରେ ସାହାଯ୍ୟ କରିଥାଏ ନଡିଆ ତେଲରୁ ପ୍ରସ୍ତୁତ ହୋଇଥିବା ତେଲ ଆପଣଙ୍କ ପାଦର ସୁନ୍ଦରତା ବଢ଼ାଇବା ସହିତ ପାଦର ତ୍ବଚାକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ନଡିଆ ତେଲରେ ଥିବା ମଶ୍ଚରାଇଜର ଏଜେଣ୍ଟ ପାଦର ତ୍ବଚାକୁ ନମନିୟତା ପ୍ରଦାନ କରିଥାଏ। ଯାହା ଦ୍ବାରା ପାଦ ଚମକାଇଥାଏ।

feetନଡିଆ ତେଲର ଲାଭ

ନଡିଆରେ ହେଲଦି ଫ୍ୟାଟ୍ସ ରହିଥାଏ ଯାହା ପାଦର ଚର୍ମକୁ ନମନୀୟତା ପ୍ରଦାନ କରିଥାଏ। ଏହା ଦ୍ବାରା ଚର୍ମର ରୂକ୍ଷତା କମ୍ ହୋଇଥାଏ ଏବଂ ଏକ୍ସଫୋଲିଏଟ କରିବା ଦ୍ବାରା ଚର୍ମ ରୂକ୍ଷ ହୋଇନଥାଏ। ନଡିଆ ତେଲ ଦ୍ବାରା ପାଦର ଗନ୍ଧ ଦୂର ହୋଇଥାଏ ଏବଂ ତ୍ବଚାର ଉଜ୍ବଳତା ଆଣିଥାଏ।

ନଡିଆ ତେଲ ଏବଂ ସି-ବଟର

ଏକ ଚାମଚ ନଡିଆ ତେଲରେ ଗୋଟିଏ ଚାମଚ ସି-ବଟର ଏବଂ ଏକ ଚାମଚ ଚିନି ମିଶାନ୍ତୁ। ଏହାପରେ ଏହି ମିଶ୍ରଣକୁ ନେଇ ପାଦରେ ସ୍କ୍ରବ କରନ୍ତୁ। ଏମିତି କରିବା ଦ୍ବାରା ପାଦର ଗନ୍ଧ ଦୂର ହେବା ସହିତ ପାଦ ସୁନ୍ଦର ଦେଖାଯାଇଥାଏ।

ନଡିଆ ତେଲ ଏବଂ କଳା ଲୁଣ

Spa-Pedicureକଳା ଲୁଣ ଏକ ବହୁତ ଭଲ ଏକ୍ସଫୋଲିଏଟ ଭାବରେ କାମ କରିଥାଏ। ଯାହା ପାଦର ସୁନ୍ଦରତାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଦୁଇ ଚାମଚ ନଡିଆ ତେଲରେ ୩ ଚାମଚ କଳା ଲୁଣ ମିଶାଇ ସେହି ମିଶ୍ରଣକୁ ପାଦରେ ସ୍କ୍ରବ କରନ୍ତୁ। ଦେଖିବେ ଏପରି କରିବା ଦ୍ବାରା ପାଦ ଚମକାଇଥାଏ।

ନଡିଆ ତେଲ ଏବଂ ସମୁଦ୍ର ଲୁଣ

ନଡିଆ ତେଲ ଏବଂ ସମୁଦ୍ର ଲୁଣ ପାଦର ମୃତ କୋଶିକାକୁ ଶେଷ କରିଦେଇଥାଏ। ଏହା ପାଦର ସୁନ୍ଦରତାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଗୋଟିଏ ପାତ୍ରରେ ନଡିଆ ତେଲ ନିଅନ୍ତୁ ଏବଂ ଏଥିରେ ଦୁଇ ଚାମଚ ସମୁଦ୍ର ଲୁଣ ମିଶାନ୍ତୁ। ଏହି ମିଶ୍ରଣରେ ପାଦର ସ୍କ୍ରବ୍ କରନ୍ତୁ। ଏହି ସ୍କ୍ରବ୍ ପାଦର ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button