ବିଚାର

ହସ୍ତରେଖାରୁ ଜାଣନ୍ତୁ ଆପଣଙ୍କୁ ମିଳିବ କିପରି ଜୀବନସାଥୀ

ସମସ୍ତେ ନିଜର ଦାମ୍ପତ୍ୟ ଜୀବନ ସୁଖମୟ କରିବା ପାଇଁ ଚାହିଁଥାନ୍ତି। ଖୁସି ଜୀବନ ପାଇଁ ସମସ୍ତେ ନିଜର ଭଲ ଜୀବନ ସାଥୀ ଖୋଜିଥାନ୍ତି କାରଣ ହେବାକୁ ଯାଉଥିବା ଜୀବନ ସାଥୀଙ୍କ ସହିତ ତାଙ୍କର ଭଲ ସମ୍ପର୍କ ରହୁ। ସାଂସାରିକ ଜୀବନ ବେଳେବେଳେ ଦାମ୍ପତ୍ୟ ଜୀବନରେ ଜଞ୍ଜାଳ ସୃଷ୍ଟି କରିଥାଏ। ଜାଣନ୍ତୁ ଜ୍ୟୋତିଷ ବିଦ୍ୟା ଦ୍ବାରା ଆପଣଙ୍କ ଜୀବନ ସାଥୀଙ୍କ ବିଷୟରେ।

hasta rekha 2ଆପଣଙ୍କର ହାତରେ ଏପଟ-ସେପଟ ହୋଇ ରହିଥିବା ରେଖା ଗୁଡ଼ିକ ଆପଣଙ୍କର ଜୀବନରେ ଜଡ଼ିତ ଥିବା ସବୁ ରାଜ୍ ଖୋଲିଥାଏ। ଯେପରି ଆପଣଙ୍କର କେବେ ବିବାହ ହେବ,ବିବାହ ପରେ ଆପଣଙ୍କର ଦାମ୍ପତ୍ୟ ଜୀବନ କିପରି ହେବ ଆଦି ସବୁ ବିଷୟରେ ଆପଣଙ୍କର ହସ୍ତରେଖାରୁ ଜଣାପଡ଼ିଥାଏ। ଯଦି ଆପଣ ମଧ୍ୟ ଆପଣଙ୍କର ଜୀବନସାଥୀଙ୍କୁ ନେଇ ଚିନ୍ତାରେ ଅଛନ୍ତି ତେବେ ଭଲଭାବେ ହାପଣଙ୍କର ହାତକୁ ଦେଖନ୍ତୁ।

marraige_lineଯେଉଁ ଜାତକରେ ହାତ ଉପରେ ବିବାହ ରେଖା ହୃଦୟ ରେଖା ପାଖରେ ରହିଥାଏ ତାଙ୍କର ବିବାହ କମ ବର୍ଷ ବୟସରେ କିମ୍ବା ୨୦ ବର୍ଷ ବୟସରେ ହୋଇଥାଏ। ଯେଉଁ ଜାତକରେ ବିବାହ ରେଖା ଛୋଟ ଆଙ୍ଗୁଠି ଏବଂ ହୃଦୟ ରେଖା ମଧ୍ୟରେ ରହିଥାଏ ତାଙ୍କର ବିବାହ ୨୨ବର୍ଷ ପରେ ହୋଇଥାଏ।ହସ୍ତରେଖା ଶାସ୍ତ୍ର ଅନୁସାରେ ଯେଉଁ ଜାତକର ଡ଼ାହାଣ ହାତରେ ଦୁଇଟି ବିବାହ ରେଖା ଏବଂ ବାମ ହାତରେ ଗୋଟିଏ ରେଖା ରହିଥାଏ ତାଙ୍କର ଜୀବନ ସାଥୀ ସର୍ବଗୁଣା ସମ୍ପୂର୍ଣ୍ଣା ହୋଇଥାନ୍ତି। ଏହି ଜାତକର ଜୀବନସାଥୀ ତାଙ୍କର ବହୁତ ଯତ୍ନ ନେଇଥାନ୍ତି।

hasta rekha 3ଯେଉଁ ଜାତକର ଦୁଇ ହାତରେ ବିବାହ ରେଖା ଏକ ସମାନ ଲମ୍ବା ଏବଂ ସମାନ ଶୁଭ ଲକ୍ଷଣ ହୋଇଥାଏ , ଏହି ଲୋକମାନଙ୍କର ବୌବାହିକ ଜୀବନ ସୁଖମୟ ହୋଇଥାଏ। ଏହି ଲକ୍ଷଣ ଥିବା ଜୀବନସାଥୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଥାଏ।ଯଦି କୌଣସି ଜାତକରେ ହାତର ବିବାହ ରେଖା ହୃଦୟ ରେଖାର ତଳେ ରହିଥାଏ ତେବେ ସେମାନଙ୍କର ବିବାହ ଯୋଗ ଖୁବ୍ କମ ରହିଥାଏ। କାରଣ ହାତରେ ଥିବା ବିବାହ ରେଖା ଦାମ୍ପତ୍ୟ ଜୀବନରେ ମତଭେଦ ସୃଷ୍ଟି କରିଥାଏ। ଏହା ସହିତ ହାତର ତଳ ଭାଗରେଥିବା ରେଖା ଏବଂ ଅନ୍ୟ ରେଖା ଗୁଡ଼ିକ ମଧ୍ୟ ବୈବାହିକ ଜୀବନ ସହିତ ଜଡ଼ିତ ଥିବା ବିଷୟରେ ସଂକେତ ଦେଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button