ଓଡିଶା

ଏବେ ମଇଦା ନୁହଁ ଆଳୁ ଦ୍ବାରା ପ୍ରସ୍ତୁତ କରନ୍ତୁ ସୁଆଦିଆ ଜିଲାପି, ଜାଣନ୍ତୁ ରେସିପି

ଯଦି ଆପଣଙ୍କୁ ମଧ୍ୟ ଘରେ ପ୍ରସ୍ତୁତ ମିଠା ଖାଇବା ପସନ୍ଦ ତେବେ ଏହି ଖବର ଖାସ ଆପଣଙ୍କ ପାଇଁ। ଆପଣଙ୍କୁ ହେଲଦି ଜିଲାପି ପ୍ରସ୍ତୁତ କରିବାର ସହଜ ଉପାୟ ଆଜି ଆମେ କହିବାକୁ ଯାଉଛୁ। ସଧାରଣ ଜିଲାପି ମଇଦାର ହୋଇଥିବା ବେଳେ ତାହା ଶରୀର ପାଇଁ କିଛିଟା ହାନିକାରକ ହୋଇଥାଏ। ଏନେଇ ଆଜି ଆମେ ଆପଣଙ୍କୁ ଆଳୁ ଜିଲାପି ପ୍ରସ୍ତୁତ କରିବାର ରେସିପି କହିବାକୁ ଯାଉଛୁ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ ହେବ ଗରମ ଗରମ ଆଳୁ ଜିଲାପି।

jalebi

ଆବଶ୍ୟକୀୟ ସାମଗ୍ରୀ :

ଆଳୁ , ଅରାରୁଟ, ଚିନି, ଲେମ୍ବୁ, ଦହି, ପିସ୍ତା, ହଳଦିଆ ଏବଂ ନାଲି ଖାଇବା ରଙ୍ଗ, ଇଲାଇଚି ପାଉଡର ଏବଂ ଘିଅ।

ପ୍ରସ୍ତୁତି :

-ସର୍ବପ୍ରଥମେ ସିଝା ଆଳୁକୁ ନେଇ ତାହାର ଚୋପା ଚଢ଼ାଇ ତାହାକୁ ଭଲ ଭାବେ ଚକଟନ୍ତୁ। ଏହି ପେଷ୍ଟରେ ଅରାରୁଟ, ଅଧା ଲେମ୍ବୁ, ଦହି, ପିସ୍ତା ଏବଂ ଏକ ଚୁଟକି ହଳଦିଆ ଏବଂ ନାଲି ରଙ୍ଗ ପକାନ୍ତୁ। ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ। ତେବେ ଏହି ସମୟରେ ଧ୍ୟାନ ରଖନ୍ତୁ ଏହି ମିଶ୍ରଣଟି ଅଧିକ ପତଳା ବା ଅଧିକ କଠିନ ହୋଇନଥିବ।

jalebi

-ଏବେ ଜିଲାପିର ଆକାର ଦେବା ପାଇଁ ଏକ ଜରିର କୋନ ପ୍ରସ୍ତୁତ କରି ସେଥିରେ ଏହି ମିଶ୍ରଣକୁ ଭର୍ତ୍ତି କରନ୍ତୁ। ଏହାପରେ କୋନର ମୂଳକୁ କାଟିଦିଅନ୍ତୁ।

-ଏବେ ଗ୍ୟାସରେ ଏକ କଡେଇ ବସାଇ ସେଥିରେ ତେଲ ଗରମ କରନ୍ତୁ। ଏହାପରେ ଗୋଲ ଆକାରର ଏଥିରେ ସେହି ଆଳୁ ପେଷ୍ଟକୁ ପକାନ୍ତୁ। ଏହାକୁ ମୁଡୁମୁଡୁ ହେବା ପର‌୍ୟ୍ୟନ୍ତ ଛାଣନ୍ତୁ।

-ପରେ ଏହାକୁ ବାହାର କରି ସିରାରେ କିଛି ସମୟ ଭେଦେଇ ରଖନ୍ତୁ। ହୋଇଗଲା ଆପଣଙ୍କ ସ୍ବାଦିଷ୍ଟ ଆଳୁ ଜିଲାପି ପ୍ରସ୍ତୁତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button