ତ୍ୱଚା ପାଇଁ ଟନିକ୍ ଗ୍ଲିସେରିନ୍ ! ନିୟମିତ ଗୋଲାପ ଜଳ ଏବଂ ଲେମ୍ବୁ ରସ ସହ ମିଶାଇ ଲଗାନ୍ତୁ, ମିଳିବ ଚମତ୍କାରୀ ଫାଇଦା

ତ୍ବଚାର ସୁରକ୍ଷା ପାଇଁ ସମସ୍ତେ ଯତ୍ନଶୀଳ। କାରଣ ଏକ ଛୋଟ ଭୁଲ ପାଇଁ ମଧ୍ୟ ତ୍ବଚା ଖରାପ ହୋଇପାରେ । ତ୍ବଚା ସମ୍ବନ୍ଧିତ ସମସ୍ୟା ଯେପରି- ବ୍ରଣ, ମୁହଁରେ ଦାଗ ହେବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ତ୍ବଚାର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଲୋକମାନେ ସ୍କିନ କେୟାର ପ୍ରଡକ୍ଟର ବ୍ୟବହାର କରିଥାନ୍ତି, କିନ୍ତୁ କେତେ ଥର ପ୍ରଡକ୍ଟ ଗୁଡ଼ିକ ତ୍ବଚାକୁ କ୍ଷତି ପହଞ୍ଚାଇଥାଏ ଏବଂ ତ୍ବଚାର ସମସ୍ୟା ବଢାଇଥାଏ। ଏଥିରେ ଗ୍ଲିସେରିନ, ଗୋଲାପ ଜଳ ଏବଂ ଲେମ୍ବୁର ବ୍ୟବହାର ତ୍ବଚା ପାଇଁ ଲାଭଦାୟକ ହୋଇଥାଏ । ଏହା ସହ ତ୍ବଚାର ସୌନ୍ଦର୍ଯ୍ୟ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ।
ଜାଣନ୍ତୁ ଗ୍ଲିସେରିନ, ଗୋଲାପ ଜଳ ଏବଂ ଲେମ୍ବୁ ରସର ବ୍ୟବହାର ଆପଣ କେଉଁ କେଉଁ ଉପାୟରେ କରିପାରିବେ:
ଫେସିଆଲ କ୍ଲିଞ୍ଜର ଏବଂ ସ୍କ୍ରବ:
୧ ଚାମଚ ଗ୍ଲିସେରିନ, ୧ ଚାମଚ ଗୋଲାପ ଜଳ ଏବଂ ୧ ଚାମଚ ଲେମ୍ବୁ ରସର ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ତ୍ବଚାରେ ଲଗାଇ ହାଲକା ଭାବେ ହାତରେ ସ୍କ୍ରବ କରନ୍ତୁ। କିଛି ସମୟ ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କର ତ୍ବଚା ସଫା ହୋଇଥାଏ।
ଫେଶିଆଲ ମାସ୍କ:
ଗ୍ଲିସେରିନ, ଗୋଲାପ ଜଳ ଏବଂ ଲେମ୍ବୁ ରସକୁ ତ୍ବଚାରେ ଲଗାଇ ୧୫ ମିନିଟ ଛାଡ଼ିଦେବା ପରେ ଧୋଇ ଦିଅନ୍ତୁ। ଏହା ଦ୍ବାରା ତ୍ବଚାର ମୃତ କୋଷିକା ଗୁଡ଼ିକ ନଷ୍ଟ ହୋଇଥାଏ ଏବଂ ତ୍ବଚାରେ ସୌନ୍ଦର୍ଯ୍ୟ ବଢିଥାଏ।
ମଶ୍ଚରାଇଜର:
ଗ୍ଲିସେରିନ, ଗୋଲାପ ଜଳ ଏବଂ ଲେମ୍ବୁ ରସ ଏକ ବହୁତ ଭଲ ମଶ୍ଚରାଇଜର ଭଳି କାମ କରିଥାଏ। ଏହା ତ୍ବଚାର ଶୁଷ୍କତା କମ୍ କରିଥାଏ ଏବଂ ତ୍ବଚାର ସୌନ୍ଦର୍ଯ୍ୟ ବଢାଇଥାଏ। ଏହା ସହ ତ୍ବଚାରୁ ଦାଗ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ।
ମେକଅପ ସେଟିଙ୍ଗ ସ୍ପ୍ରେ:
୨୦ମିଲି ଗ୍ଲିସେରିନ, ୧ ଚାମଚ ଗୋଲାପ ଜଳ ଏବଂ ଲେମ୍ବୁର ରସକୁ ଏକ ସ୍ପ୍ରେ ବୋତଲରେ ଢାଳି ଫ୍ରିଜରେ ରଖିଦିଅନ୍ତୁ । ପରେ ଏହାକୁ ତ୍ବଚାରେ ସ୍ପ୍ରେ କରନ୍ତୁ। ଏହାଦ୍ବାରା ଆପଣଙ୍କ ତ୍ବଚାର ସୌନ୍ଦର୍ଯ୍ୟ ବଢିଥାଏ ।



