ଜୀବନଶୈଳୀ

ନବଦମ୍ପତିଙ୍କ ଜୀବନ ଉପରେ ପ୍ରଭାବ ପକାଏ ବିବାହ କାର୍ଡ, ଜାଣନ୍ତୁ ଏନେଇ ବାସ୍ତୁ ନିୟମ

ବିବାହ ଜୀବନର ଏକ ମହତ୍ତ୍ବପୂର୍ଣ୍ଣ ଅଂଶ। କୁହାଯାଇଥାଏ କି, ବିବାହ ପରେ ମନୁଷ୍ୟର ଏକ ନୂତନ ଜୀବନ ଆରମ୍ଭ ହୋଇଥାଏ। ଏଣୁ ବିବାହ ସମୟରେ ଅନେକ ଜିନିଷ ଉପରେ ଖାସ ଧ୍ୟାନ ରଖାଯାଇଥାଏ। କିନ୍ତୁ ଏହି ସମୟରେ କିଛି ଛୋଟ ଭୁଲ ଦ୍ବାରା ଆପଣଙ୍କୁ ସାରାଜୀବନ ପଶ୍ଚତାପ କରିବାକୁ ପଡିବ। ସେହି ମଧ୍ୟରେ ଏକ ହେଉଛି ବିବାହ କାର୍ଡ। ବିବାହ କାର୍ଡରେ ମଧ୍ୟ ବାସ୍ତୁର ଧ୍ୟାନ ରଖିବାକୁ ପଡିଥାଏ। ଅଥବା ଏହାର ପରିଣାମ ଭବିଷ୍ୟତରେ ଭୋଗିବାକୁ ପଡିଥାଏ।

card

-କିଛି ବ୍ୟକ୍ତି ଆର୍କଷଣୀୟ କରିବା ପାଇଁ ତେଢ଼ାମେଢ଼ା କାର୍ଡ କରିଥାନ୍ତି। କିନ୍ତୁ ବାସ୍ତବରେ ଏହା ବାସ୍ତୁଶାସ୍ତ୍ର ଅନୁଯାୟୀ ଖରାପ ହୋଇଥାଏ।

-ବାସ୍ତୁ ଅନୁଯାୟୀ, କାର୍ଡର ଆକାର ବର୍ଗାକାର ହେବା ଉଚିତ୍। କାରଣ ଏହା ଦ୍ବାରା ସକାରତ୍ମକ ଉର୍ଜ୍ବା ଜାତ ହୋଇଥାଏ।

-କାର୍ଡକୁ ଆକଷର୍ଣୀୟ କରିବା ପାଇଁ ଯେକୌଣସି ରଙ୍ଗର ନକରି ତାହାକୁ ସବୁବେଳେ ହଳଦିଆ, ନୀଳ ଏବଂ ନାଲି ରଙ୍ଗର କରନ୍ତୁ। ଏଥିସହ କଳାରଙ୍ଗର ବିଲକୁଲ ମଧ୍ୟ ବ୍ୟବହାର କରନ୍ତୁ ନାହିଁ।

-ବର୍ତ୍ତମାନ କାର୍ଡରେ ଅନେକ ଲୋକ ବରବଧୂଙ୍କ ଫଟୋ ଛପାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ବାସ୍ତୁ ହିସାବରେ ଏହା ଦ୍ବାରା ନବବିବାହିତାଙ୍କ ଜୀବନରେ ଖରାପ ପ୍ରଭାବ ପଡିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button