ଜୀବନଶୈଳୀ

ଯୋଗ କରିବା ପାଇଁ କାହିଁକି ଜରୁରୀ ମ୍ୟାଟ୍ ?

ଯୋଗ ଅଭ୍ୟାସ ଭାରତରେ ପ୍ରାଚୀନ କାଳରୁ ଚାଲି ଆସିଛି। ନିତିଦିନ ଏହାକୁ କରିବା ଦ୍ବାରା ମାନସୀକ ଏବଂ ଶରୀରିକ ସମସ୍ତ ସମସ୍ୟା ଠିକ୍ ହୋଇଥାଏ। ପୂର୍ବେ ପାଣି, ପଥର, କାଠ ଅଥବା ଭୁଇଁରେ ବସି ଯୋଗଭ୍ୟାସ କରାଯାଉଥିଲା। କିନ୍ତୁ ସମୟ ସହ ପରିବର୍ତ୍ତନ ହୋଇଛି ଏହାକୁ କରିବାର ଉପାୟ। ଏଣୁ ଏବେ ଯୋଗଭ୍ୟାସ କରିବା ପାଇଁ ମ୍ୟାଟର ବ୍ୟବହାର କରାଯାଉଛି। ଏହାର ବ୍ୟବହାର ନେଇ ଅନେକଙ୍କ ମନରେ ପ୍ରଶ୍ନ ଆସିଥିବା ବେଳେ ଏହା କାହିଁକି ଜରୁରୀ ତାହା ବିଷୟରେ ଆଜି ଆମେ କହିବାକୁ ଯାଉଛୁ।

yoga matr=erress

କାହିଁକି ମ୍ୟାଟ୍ ଜରୁରୀ

ବହୁବର୍ଷ ପୂର୍ବେ ଯୋଗ ଅଭ୍ୟାସ କରିବା ପାଇଁ ପ୍ରାକ୍ରୁତିକ ଉତ୍ପାଦ ତଥା ପାଣି, ପଥର, କାଠ ଆଜି ବ୍ୟବହାର କରାଯାଉଥିଲା। କିନ୍ତୁ ଏବେ ତାହା ପରିବର୍ତ୍ତେ ମ୍ୟାଟର ବ୍ୟବହାର କରାଯାଉଛି।

ପୁରାତନ କାଳରେ ଯୋଗ ଅଭ୍ୟାସ ପାଇଁ ଘାସ ଅଥବା ପଶୁଙ୍କ ଛାଲର ବ୍ୟବହାର କରାଯାଉଥିଲା। ଏବେ ବଜାରରେ ବିଭିନ୍ନ ପ୍ରକାରର ଯୋଗ ମ୍ୟାଟ ମିଳୁଥିଲେ ହେଁ ଏହା ପରିବର୍ତ୍ତେ ଆପଣ ସିନଥେଟିକ୍ କପଡ଼ା ଅଥବା ହାତରେ ନିର୍ମିତ ମ୍ୟାଟର ବ୍ୟବହାର କରିପାରିବେ।
କିଛି ଖାସ ଆସନ ବା ଯୋଗ ରହିଛି ଯାହାକୁ ଖାଲି ଭୁଇଁରେ କରିବା ଉଚିତ୍ ନୁହଁ। କାହିଁକି ନା ଏହା ଦ୍ବାରା ହାତ ଗଣ୍ଠିରେ ସିଧାସଳଖ ପ୍ରଭାବ ପଡିଥାଏ। ସେହିପରି ବ୍ରୁକ୍ଷାସନ, ଦାଢ଼େ ମୁଖ ଶ୍ବନାସନ ଏବଂ କୁମ୍ବାକାସନ ଭଳି ଯୋଗ ଆପଣ ବିନା ମ୍ୟାଟରେ କରିପାରିବେ ନାହିଁ।

matress

ଯୋଗ ସମୟରେ ଏହି ଜିନିଷର ରଖନ୍ତୁ ଧ୍ୟାନ

ସବୁବେଳେ ଖୋଲା ଆକାଶ ତଳେ ଯୋଗ କରିବା ଲାଭଦାୟକ ହୋଇଥାଏ। ଯଦି ଆପଣଙ୍କ ପାଇଁ ଏହା ସମ୍ବବପର ନୁହଁ ତେବେ ଚେଷ୍ଠା କରନ୍ତୁ କୌଣସି ଖାଲି ସ୍ଥାନରେ ଯୋଗ କରିବେ। ଯୋଗ କରିବା ସମୟରେ ଆଣ୍ଠୁଗଣ୍ଠି, ଅଣ୍ଟା, ମେରୁଦଣ୍ଡ ଏବଂ ବେକ ଆଦିର ଖାସ ଧ୍ୟାନ ରଖିନ୍ତୁ। ଯଦି କୌଣସି ପ୍ରକାରର ଯନ୍ତ୍ରଣା ଅନୁଭବ ହେଉଛି ତେବେ ଧିରେ ଧିରେ ଯୋଗାସନ କରିବାକୁ ଚେଷ୍ଟା କରନ୍ତୁ।
କୌଣସି ଯୋଗାସନର ମୁଦ୍ରା ତୁରନ୍ତ ପରିବର୍ତ୍ତନ କରନ୍ତୁ ନାହିଁ। ସବୁବେଳେ ଯୋଗ କରିବା ପୂର୍ବରୁ ଅଳଙ୍କାର, ବେକର ଚେନ୍, ଘଣ୍ଟା , କଡ଼ା ଆଦିକୁ କାଢ଼ି ଅଲଗା ରଖନ୍ତୁ। କାରଣ ଏହା ଦ୍ବାରା ଆପଣ ଖଣ୍ଡିଆ ହେବାର ସମ୍ଭାବନା ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button