ଦେଶ ବିଦେଶ

ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଆପଣଙ୍କ ଆଖି ଖରାପ ନ ହେଉ ତେବେ ସମୟ ପୂର୍ବରୁ ଏହି ୫ ଟିପ୍ସ ଉପରେ ରଖନ୍ତୁ ଧ୍ୟାନ

ଦିନ-ରାତି ଫୋନ, କମ୍ପ୍ୟୁଟର ଏବଂ ଟିଭିର ବ୍ୟବହାର ଦ୍ବାରା ଆଖି ଉପରେ ଖରାପ ପ୍ରଭାବ ପଡିଥାଏ। ଆଜିକାଲି ବଢ଼ୁଥିବା ପ୍ରଦୂଷଶ କାରଣରୁ ମଧ୍ୟ ଆଖିରେ ଧୂଳିକଣା, ବିଶାକ୍ତ ଧୂଆଁ ଦ୍ବାରା ପାଣି ଆସିବା ସମସ୍ୟା ଲୋକମାନଙ୍କ ମଧ୍ୟରେ ବଢ଼ିବାକୁ ଲାଗୁଛି। ଆପଣଙ୍କ ଆଖି ଦୁର୍ବଳ ନ ହେଉ ଏଥିପାଇଁ ଏହା ଉପରେ ନିଶ୍ଚୟ ଧ୍ୟାନ ରଖନ୍ତୁ।

ଟେକ୍ନୋଲୋଜିର ବ୍ୟବହାର କମ୍ କରନ୍ତୁ

ବିଶେଷଜ୍ଞ ମଧ୍ୟ ଫୋନ, କମ୍ପ୍ୟୁଟର ଆଦିକୁ କମ୍ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି। ଅଫିସରେ କମ୍ପ୍ୟୁଟରରେ କାମ କରିବା ଆପଣଙ୍କ ପାଇଁ ବାଧ୍ୟତାମୂଳକ ହୋଇପାରେ, କିନ୍ତୁ ଘରେ ନୁହେଁ। ଏଥିପାଇଁ ଘରେ କମ୍ପ୍ୟୁଟର ଏବଂ ମୋବାଇଲ ଫୋନ ଠାରୁ ଦୂରେଇ ରୁହନ୍ତୁ।

ସଠିକ ଭାବରେ ଖାଦ୍ୟପେୟ

କେବଳ ପେଟ ଭରିବା ପାଇଁ ଖାଦ୍ୟ ଖାଆନ୍ତୁ ନାହିଁ। ଡାଇଟରେ ସେହି ଜିନିଷକୁ ସାମିଲ କରନ୍ତୁ ଯାହାର ସିଧା ପ୍ରଭାବ ଆପଣଙ୍କ ଆଖି ଉପରେ ପଡିଥାଏ। ଖାଦ୍ୟରେ ଯେତେ ସମ୍ଭବ ପୋଷକ ତତ୍ତ୍ବ ଏବଂ ପ୍ରୋଟିନ ଯୁକ୍ତ ଆହାର ସାମିଲ କରନ୍ତୁ। ସବୁଜ ପରିବା, ପାଳଙ୍ଗ, ମାଛ ଏବଂ ଫଳ ଆଦି ଖୁବ୍ ଖାଆନ୍ତୁ। ଏହାକୁ ଖାଇବା ଦ୍ବାରା ଆଖିରେ ଡ୍ରାଇ ଆଇ ସିଣ୍ଡ୍ରୋମ୍ ସମସ୍ୟା ହୋଇ ନଥାଏ।

eye problemଚେକଅପ୍ ଆବଶ୍ୟକ

ଆଖି ଜଳିବା କିମ୍ବା କମ୍ପ୍ୟୁଟରରେ କାମ କରିବା ଦ୍ବାରା ଆଖିରେ ପାଣି ଆସିବା ଭଳି ସମସ୍ୟା ହେଲେ ଆଖି ପରୀକ୍ଷା କରାନ୍ତୁ। ଆଖିରେ କୌଣସି ସମସ୍ୟା ନ ଦେଖାଗଲେ ମଧ୍ୟ ବର୍ଷକୁ ଅତିକମରେ ଥରେ ଆଖି ପରୀକ୍ଷା କରାଇବା ଆବଶ୍ୟକ।

ପଲକ ପକାନ୍ତୁ

ଯଦି ଆପଣ କମ୍ପ୍ୟୁଟରରେ ଡେରି ପର୍ଯ୍ୟନ୍ତ କାମ କରୁଛନ୍ତି, ତେବେ ପ୍ରତି ସେକେଣ୍ଡରେ ପ୍ରାୟ ତିନି ରୁ ଚାରିଥର ନିଜର ପଲକକୁ ମଝିରେ ମଝିରେ ପକାନ୍ତୁ। ଏହା ଦ୍ବାରା ଆଖି ଫ୍ରେସ୍ ଏବଂ ଚିନ୍ତା ମୁକ୍ତ ରହିଥାଏ। ଏମିତି କରିବା ଦ୍ବାରା ଆଖି ଉପରେ ଚାପ ପଡିନଥାଏ।

ଆଖିର କରନ୍ତୁ ବ୍ୟାୟାମ

ଆଖିର ରଶ୍ମୀ ଏବଂ ସ୍ବାସ୍ଥ୍ୟକୁ ଭଲ ରଖିବା ପାଇଁ ବ୍ୟାୟାମ କରନ୍ତୁ। ଦୁଇ ପାପୁଲିକୁ ଘସନ୍ତୁ ଯେତେବେଳେ ପାପୁଲି ଗରମ ହୋଇଯିବ ତେବେ ହାଲୁକା ଭାବରେ ଆଖିରେ ରଖନ୍ତୁ। ଏହା ଦ୍ବାରା ଆଖିର ଚାପ ଏବଂ ଯନ୍ତ୍ରଣା ଦୂର ହୋଇଥାଏ। ବାହାରୁ ଆସିଲେ ଆଖିରେ ପାଣି ଛିଟା ନିଶ୍ଚୟ କରନ୍ତୁ। ଏହା ଦ୍ବାରା ଆଖିରେ ଥିବା ଧୂଳି ବାହାରିଯିବ ଏବଂ ଆଖିକୁ କୌଣସି କ୍ଷତି ପହଁଚିବ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button