ଜୀବନଶୈଳୀ

ମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ବିଷୟରେ ଜାଣି ନିଅନ୍ତୁ କିଛି ଖାସ କଥା

ଜନ୍ମ ମାସ , ତାରିଖ ଏବଂ ରାଶି ହିସାବରେ ବ୍ୟକ୍ତିଙ୍କ ସ୍ବଭାବ ଭିନ୍ନ ଭିନ୍ନ ହୋଇଥାଏ। ଏପରିକି ଏନେଇ ଆପଣ ଜଣେ ବ୍ୟକ୍ତିଙ୍କର ଚରିତ୍ର ଏବଂ ଆଚରଣ ବିଷୟରେ ମଧ୍ୟ ସହଜରେ ଜାଣିପାରିବେ। ଆଜି ଆମେ ଆପଣଙ୍କୁ ମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ କିଛି ଖାସ ସ୍ବଭାବ ବିଷୟରେ କହିବାକୁ ଯାଉଛୁ।

-ମାର୍ଚ୍ଚ ମାସରେ ଜନ୍ମ ନେଇଥିବା ଲୋକ ଅଧିକ ସମ୍ବେଦନଶୀଳ ହୋଇଥାନ୍ତି। ଏମାନଙ୍କୁ ଧୋକା ଦେବା ଖୁବ କଷ୍ଟକର। ଏମାନଙ୍କ ଇଷ୍ଟୁସନ ପାୱାର ଖୁବ ଭଲ ରହିଥାଏ।

new born

-ମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଦୟାଳୁ ସ୍ବାଭାବର ହୋଇଥାନ୍ତି। ଏମାନେ ଦରକାର ସମୟରେ ସମସ୍ତଙ୍କ ସାହାଯ୍ୟ କରିବା ସହ ସହଜରେ ସମସ୍ତଙ୍କ ମନ ଜିତି ଦେଇଥାନ୍ତି।

-ଏମାନେ ପରିବାରକୁ ଖୁବ ଭଲ ପାଇବା ସହ ଖୁବ ବିଶ୍ବସ୍ତ ହୋଇଥାନ୍ତି।

ନିଶ୍ଚିତ ପଢ଼ନ୍ତୁ:  ‘M’ ଅକ୍ଷର ନାମ ଥିବା ବ୍ଯକ୍ତି ହୋଇଥାନ୍ତି ବିଶ୍ବସ୍ତ , ଜାଣନ୍ତୁ ଏମାନଙ୍କ ଜୀବନ ସହିତ ଜଡିତ କିଛି ରୋଚକ କଥା

-ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜ ଭାବନାର ଦୁନିଆରେ ରହିଥାନ୍ତି। ଏବଂ ଅଧିକ ରୋମାଣ୍ଟିକ୍ ହୋଇଥାନ୍ତି। ଏମାନେ ନିଜ ସାଥିଙ୍କ ପ୍ରତି ସର୍ମପିତ ରହିବା ସହ ତାଙ୍କୁ ଖୁସି କରିବାର ସବୁ ସମ୍ଭବ କାମ କରିଥାନ୍ତି।

-ଏହିବ୍ୟକ୍ତି ମାନେ ଟିକେ ଲାଜକୁଳା ସ୍ବଭାବର ହୋଇଥାନ୍ତି। ଏତେ ସହଜରେ କାହା ସହ ମିଶିବାକୁ ପସନ୍ଦ କରନ୍ତି ନାହିଁ।

-ମାର୍ଚ୍ଚ ମାସରେ ଜନ୍ମ ନେଇଥିବା ବ୍ୟକ୍ତି ଖୁବ ରାଗି ହୋଇଥାନ୍ତି। ଏମାନେ ଝଗଡ଼ାରେ ହାର ମାନି ନଥିବା ବେଳେ ମନରେ ପ୍ରତିଶୋଧର ଭାବନା ମଧ୍ୟ ରଖିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button