ବିଚାର

କେବଳ ସ୍ୱାସ୍ଥ୍ୟ ନୁହେଁ, ତ୍ବଚା ପାଇଁ ମଧ୍ୟ ଲାଭକାରୀ କଞ୍ଚାକ୍ଷୀର

ତ୍ବଚାର ସୁନ୍ଦରତା ନେଇ ସମସ୍ତେ ସତର୍କ ରହିଥାନ୍ତି। ଲୋକମାନେ ତ୍ବଚାର ସୌନ୍ଦର୍ଯ୍ୟ ଏବଂ ରଙ୍ଗ ବଢାଇବା ପାଇଁ ଅନେକ ପ୍ରକାର ପ୍ରୟାସ କରିଥାନ୍ତି। କିଛି ଲୋକମାନେ ମଧ୍ୟ ବିଭିନ୍ନ ପ୍ରକାର ବ୍ୟୁଟି ପ୍ରଡ଼କ୍ଟ ବ୍ୟବହାର କରିଥାନ୍ତି। କିନ୍ତୁ କେତେଥର ଏହାର ବ୍ୟବହାରରେ ତ୍ବଚା ଖରାପ ହୋଇଯାଇଥାଏ। ଏହି ପରିସ୍ଥିତିରେ ଆପଣ ତ୍ବଚାରେ କ୍ଷୀରର ବ୍ୟବହାର କରିପାରିବେ। କ୍ଷୀର ବ୍ୟବହାର କରିବା ଦ୍ବାରା ତ୍ବଚାର ସୁନ୍ଦରତା ବଢିଥାଏ ଏବଂ ତ୍ବଚାରେ କୌଣସି ପ୍ରକାର କ୍ଷତି ହୋଇନଥାଏ। ଘରେ ମଧ୍ୟ ଆପଣ କ୍ଷୀର ସାହାଯ୍ୟରେ ଫେଶିଆଲ କରିପାରିବେ। କ୍ଷୀରରେ ଥିବା ପୋଷକ ତତ୍ତ୍ବ ତ୍ବଚାକୁ ପୋଷଣ ଏବଂ ନମନୀୟତା ପ୍ରଦାନ କରିବାରେ ସାହାଯ୍ୟ କରିଥାଏ।

ଜାଣନ୍ତୁ ଘରେ କିପରି ପ୍ରସ୍ତୁତ କରିବେ ମିଲ୍କ ଫେଶିଆଲ: 

milk face packତ୍ବଚାକୁ ସଫା କରିଥାଏ

ତ୍ବଚାକୁ ସଫା କରିବା ପାଇଁ କଞ୍ଚା କ୍ଷୀର ଏବଂ ଲେମ୍ବୁ ରସ ଆବଶ୍ୟକ ହୋଇଥାଏ। କଞ୍ଚା କ୍ଷୀରରେ ଲେମ୍ବୁ ରସ ମିଶାଇ ଏହାକୁ ତୁଳା ସାହାଯ୍ୟରେ ତ୍ବଚାରେ ଲଗାନ୍ତୁ। ଏହାକୁ ଲଗାଇ ୧୦-୧୫ ମିନିଟ ପର୍ଯ୍ୟନ୍ତ ରଖିବା ପରେ ଧୋଇ ଦିଅନ୍ତୁ। ଏହା ତ୍ବଚାର ମଇଳା ସଫା କରିବାରେ ସାହାଯ୍ୟ କରିଥାଏ।

ସ୍କ୍ରବ କରନ୍ତୁ

ସ୍କ୍ରବ କରିବା ପାଇଁ ପ୍ରଥମେ ଆପଣ କଞ୍ଚା କ୍ଷୀରରେ ଡ଼ାଲିର ପାଉଡର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ସେହି ପେଷ୍ଟ ସାହାଯ୍ୟରେ ତ୍ବଚାରେ ହାଲୁକା ଭାବେ ସ୍କ୍ରବ କରିବା ପରେ ହାଲୁକା ଉଷୁମ ପାଣିରେ ତ୍ବଚାକୁ ଧୋଇ ଦିଅନ୍ତୁ।

faceଫେଶ ପ୍ୟାକ ପ୍ରସ୍ତୁତ କରନ୍ତୁ

ଫେଶ ପ୍ୟାକ ପ୍ରସ୍ତୁତ କରିବା ପାଇଁ ଅଳ୍ପ କଞ୍ଚା କ୍ଷୀର ନେଇ ସେଥିରେ ହଳଦୀ ଗୁଣ୍ଡ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ତ୍ବଚାରେ ଲଗାଇ ୧୦-୧୫ ମିନିଟ ପର୍ଯ୍ୟନ୍ତ ରଖିବା ପରେ ଧୋଇ ଦିଅନ୍ତୁ। ଏହି ପ୍ୟାକ ତ୍ବଚାକୁ ଇନଫେକ୍ସନରୁ ରକ୍ଷା କରିବା ସହିତ ତ୍ବଚା ସମ୍ବନ୍ଧୀୟ ସମସ୍ୟା ମଧ୍ୟ କମ କରିଥାଏ।

ମଶ୍ଚରାଇଜ କରିଥାଏ

କ୍ଷୀରରେ ମହୁ ମିଶାଇ ତ୍ବଚାରେ ହାଲୁକା ଭାବେ ମସାଜ କରନ୍ତୁ। ଏହାକୁ ୧୦-୧୫ ମିନିଟ ପର୍ଯ୍ୟନ୍ତ ରଖିବା ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହି ପେଷ୍ଟ ତ୍ବଚାର ରଙ୍ଗ ବଢାଇବା ସହ ନମନୀୟତା ପ୍ରଦାନ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button