ରାଶିଫଳ

ମିଛ କହିପାରନ୍ତି ନାହିଁ ଏହି ରାଶିର ବ୍ୟକ୍ତି, ଦେଖନ୍ତୁ ଆପଣ ଅଛନ୍ତି କି ସାମିଲ

ଜ୍ୟୋତିଷ ଶାସ୍ତ୍ର କେବଳ ଲୋକଙ୍କ ବିତିଥିବା ଜୀବନ, ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ କହିନଥାଏ ବରଂ ଲୋକଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧୀୟ ଅନେକ ରହସ୍ୟ ମଧ୍ୟ ଖୋଲିଥାଏ। ଜ୍ୟୋତିଷ ଶାସ୍ତ୍ର ତଥା ରାଶିରେ ଏପରି ଅନେକ ଜିନିଷ ରହିଛି ଯାହା ବ୍ୟକ୍ତିଙ୍କର ଚରିତ୍ର ଏବଂ ବ୍ୟବହାର ଉପରୁ ସମସ୍ତ ପ୍ରକାରର ପରଦା ଉଠାଇଥାଏ। ଆଜି ଆମେ ଏମିତି କିଛି ରାଶି ବିଷୟରେ କହିବାକୁ ଯାଉଛୁ ଯିଏ ଚାହିଁଲେ ମଧ୍ୟ ମିଛ କହିପାରନ୍ତି ନାହିଁ। ଏପରିକି ମିଛ କହିବା ମାତ୍ରେ ତୁରନ୍ତ ଧରା ପଡିଥାନ୍ତି।

kanya

କନ୍ୟା ରାଶି

କନ୍ୟା ରାଶିର ବ୍ୟକ୍ତି ବିଶ୍ବସ୍ତ ହେବା ସହ ସମୟ ଆସିଲେ ନିଜ ମନକଥା ଖୋଲି କହିଥାନ୍ତି। ଏମାନେ ପରଫେକ୍ଟସନିଷ୍ଟ ହୋଇଥାନ୍ତି । ଏମାନଙ୍କୁ ସେତେବେଳେ ଠିକ ଲାଗିନଥାଏ ଯେବେ ତାଙ୍କୁ କିଏ ମିଛ କହିଥାଏ। ଏମାନେ ତାଙ୍କ ପରିବାର ଏବଂ ପାଖ ଲୋକଙ୍କୁ ଏତେ ଭଲ ଭାବେ ଜାଣିଥାନ୍ତି ଫଳରେ କିଏ ମିଛ କହିବା ମାତ୍ରେ ତୁରନ୍ତ ତାଙ୍କୁ ଧରିପକାନ୍ତି।

ବ୍ରୁଷ ରାଶି

ଏହି ରାଶିର ବ୍ୟକ୍ତି ଖୁବ ବିଶ୍ବସ୍ତ ହୋଇଥାନ୍ତି। ଏହି କଥାର ଅଧିକ ସମ୍ଭାବନା ରହିଥାକି ବ୍ରୁଷ ରାଶିର ପୁରୁଷଙ୍କ ଅପେକ୍ଷା ମହିଳା ମାନେ ଅଧିକ ସତ କହିଥାନ୍ତି। କହିବାକୁ ଗଲେ ଏହି ରାଶିର ବ୍ୟକ୍ତି କାହାକୁ ମିଛ କହିପାରନ୍ତି ନାହିଁ । ଏମାନଙ୍କ ଚରିତ୍ର ଗୋଟିଏ ଖୋଲା ବହି ସ୍ବରୁପ ହୋଇଥାଏ।

bicha

ବିଛା ରାଶି

ଏହି ରାଶିର ଲୋକ ଜାଣିଥାନ୍ତି ମିଛ କହିବାର ପରିଣାମ କେତେ ଭୟଙ୍କର ହୋଇଥାଏ। ଏମାନଙ୍କର ଷଷ୍ଠ ଇନ୍ଦ୍ରିୟ ଖାସ ଭାବେ କାମ କରିଥାଏ। ଏମାନଙ୍କର ଅନ୍ୟ ବ୍ଯକ୍ତିଙ୍କ କାମରେ ମୁଣ୍ଡ ପୁରାଇବା  ସ୍ବଭାବ ହୋଇନଥାଏ। ଏହି ରାଶିର ବ୍ୟକ୍ତିଙ୍କୁ ମିଛ କହିବା ଦ୍ବାରା ଭାରପଣ ଅନୁଭୂତ ହୋଇଥାଏ।

dhanu 2

ଧନୁ ରାଶି

ମିଛ ନକହିବା ଏବଂ ଦେଖାଣିଆ ପ୍ରକ୍ରୁତି ନରଖିବା ହିଁ, ଏହି ରାଶି ବ୍ୟକ୍ତିଙ୍କ ଜୀବନର ମୂଳ ମନ୍ତ୍ର ରହିଥାଏ। ଏହି ରାଶିର ବ୍ୟକ୍ତି ମୁହଁରେ ଜବାବ ଦେବା ପସନ୍ଦ କରନ୍ତି। ଏହି ରାଶିର ବ୍ୟକ୍ତିଙ୍କୁ ମିଛ କହିବା ବିଲକୁଲ ପସନ୍ଦ ନଥାଏ।

ମକର ରାଶି

ଏହି ରାଶିର ବ୍ଯକ୍ତିଙ୍କୁ ମିଛ କହିବାର ଫାଇଦା ଜଣାନଥାଏ। ଏଣୁ ଏମାନେ ମିଛ କହିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ସଚୋଟର ରାସ୍ତାରେ ଯିବାକୁ ପସନ୍ଦ କରନ୍ତି। ଏମାନେ ମିଛ କହିବା ଶିଖି ନାହାନ୍ତି କି କିଏ ମିଛ କହିଲେ ବରଦାସ୍ତ କରି ପାରନ୍ତି ନାହିଁ।

ମୀନ ରାଶି

ସଚୋଟପଣର ପ୍ରତ୍ଯାକ୍ଷ ଉଦାହରଣ ହେଉଛନ୍ତି ଏହି ରାଶିର ବ୍ଯକ୍ତି। ଏମୋନେ ଯେତେ ଚେଷ୍ଟା କଲେ ମଧ୍ୟ ମିଛ କହିପାରନ୍ତି ନାହିଁ। ଏମାନେ ଖୁବ ଇମୋସନାଲ ଏବଂ ଦୟାଳୁ ରହିଥାନ୍ତି। ଏମାନଙ୍କ ମନରେ ଯାହା ଥାଏ ସେମାନେ ଖୋଲି କହିଦେଇଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button