ବିଚାର

ପେଟର ସମସ୍ତ ସମସ୍ୟାକୁ ଚୁଟକିରେ ଦୂର କରିବ ତେଜପତ୍ର, ଏପରି କରନ୍ତୁ ବ୍ୟବହାର

ଘରେଘରେ ମସଲା ଭାବେ ବ୍ୟବହାର ହେଉଥିବା ତେଜପତ୍ର ପ୍ରୟୋଗ ଅଧିକାଂଶ ଲୋକ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାନ୍ତି । କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି, ଏହା କେବଳ ମସଲା ନୁହେଁ ବରଂ ବହୁତ ରୋଗର ଚିକିତ୍ସା ପାଇଁ ମଧ୍ୟ ଉପଯୋଗୀ। ତେଜପତ୍ରରେ ବହୁତ ଆୟୁର୍ବେଦୀକ ଗୁଣ ରହିଥାଏ। ଯାହା ଆମକୁ ବହୁତ ରୋଗରୁ ମୁକ୍ତି ଦେଇଥାଏ।

ଖାଦ୍ୟର ସ୍ୱାଦ ସହ ତାହାର ବାସ୍ନା ବଢାଉଥିବା ତେଜପତ୍ରରେ ଅନେକ ପରିମାଣର କପର୍ , ପୋଟାସିୟମ୍, କ୍ୟାଲସିୟମ୍ , ଗେଗନିଜ୍ , ସେଲେସିୟମ୍ , ଓ ଆଇରନ୍ ଭଳି ପୋଷକ ରହିଥାଏ। ଏହା ଖାଦ୍ୟର ସ୍ବାଦ ସହ ଏହା ଆପଣଙ୍କ ପାଚନ ସମ୍ବନ୍ଧିତ ସମସ୍ତ ଅସୁବିଧାକୁ ଦୁର କରିବ।

bayleaves

ଚା ଭାବେ ତେଜପତ୍ର ବ୍ୟବହାର କରି କୋଷ୍ଠ୍ୟକାଠିନ୍ୟ, ଏସିଡିଟି ଓ ପେଟ କାମୁଡିବା ପରି ସମସ୍ୟାରୁ ମୁକ୍ତି ଦେଇଥାଏ। ଯଦି ଆପଣଙ୍କର ମଧୁମେହ ରହିଛି ତେବେ ତେଜପତ୍ର ଆପଣଙ୍କ ରୋଗ ପାଇଁ ସଠିକ୍ ଉପାୟ ଅଟେ। ଚାରେ ଆପଣ ତେଜପତ୍ର ପକାଇ ପିଇଲେ ବ୍ଲଡ୍ ସୁଗର୍ କଣ୍ଟ୍ରୋଲ୍ ରହିଥାଏ । ଏହାର ସେବନ ହୃଦୟର କ୍ରିୟାଶିଳତା ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button