ଜୀବନଶୈଳୀ

ଜାଣନ୍ତୁ ୬ ଏପ୍ରିଲରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ କିପରି ରହିବ ଚଳିତ ବର୍ଷ

ମୂଳଅଙ୍କ ପ୍ରତ୍ୟେକ ବ୍ୟକ୍ତିର ଜନ୍ମ ତାରିଖ ସହ ସଂଯୋଗ ରହିଥାଏ ଅର୍ଥାତ ଯେଉଁ ତାରିଖରେ ଆପଣଙ୍କର ଜନ୍ମ ହୋଇଥାନ୍ତି, ସେହି ତାରିଖର ଯୋଗକୁ ମୂଳଅଙ୍କ କୁହାଯାଇଥାଏ। ଯଦି ଆପଣଙ୍କ ଜନ୍ମ ୧ ରୁ ୯ ତାରିଖ ମଧ୍ୟରେ ହୋଇଥାଏ ତେବେ ଆପଣଙ୍କ ମୂଳଅଙ୍କ ଏହା ହିଁ ହୋଇଥାଏ। ସେହିପରି ଯଦି ୧୦ ରୁ ୩୧ ତାରିଖ ମଧ୍ୟରେ କୌଣସି ଦିନ ଆପଣଙ୍କର ଜନ୍ମ ହୋଇଥାଏ ତେବେ ଏହି ଦୁଇ ଅଙ୍କର ଯୋଗରେ ଆପଣଙ୍କ ମୂଳଅଙ୍କ ଦର୍ଶାଇଥାଏ। ଯେପରି ଆପଣଙ୍କ ଜନ୍ମ ୨୪ ତାରିଖରେ ହୋଇଥିଲେ ମୂଳଅଙ୍କ ୬ ହୋଇଥାଏ।

april-6-zodiacଏହି ମୂଳଅଙ୍କରୁ ଜାତକ ଦୃଢ ନିଶ୍ଚିନ୍ତ ଏବଂ ଭାବନା ପ୍ରଦାନ କରିଥାଏ। ପ୍ରତ୍ୟେକ କାର୍ଯ୍ୟକୁ ବ୍ୟବସ୍ଥିତ ଏବଂ ସୁରୁଚି ଢଙ୍ଗରେ ସମ୍ପନ୍ନ କରିଥାନ୍ତି। ସୌନ୍ଦର୍ଯ୍ୟ, କଳା, ସଙ୍ଗୀତ, କାବ୍ୟ ଆଦି ପ୍ରତି ଇଛାଶକ୍ତି ରହିଥାଏ। ରଚନାତ୍ମକ କାର୍ଯ୍ୟରେ ଏହି ଜାତକ ବିଶେଷ ପ୍ରଗତି କରିଥାଏ। ଏହି ଜାତକର ବ୍ୟକ୍ତିମାନେ ଜୀବନର ମଧ୍ୟ କାଳରେ ଲକ୍ଷ୍ୟ ହାସଲ କରିବା ସହିତ ସମାଜର ବିଭିନ୍ନ ସଭାରେ ସମ୍ମାନ ପାଇଥାନ୍ତି। ଚଳିତ ବର୍ଷ ଏହି ଜାତକର ବ୍ୟକ୍ତିମାନେ ସୂର୍ଯ୍ୟଙ୍କ ସହ ପ୍ରଭାବିତ ରହିବେ।

ଚଳିତ ବର୍ଷ ପାଇପାରିବେ ସଫଳତା

-ଚଳିତ ବର୍ଷ ଆପଣ ନିଜର ସମୀସ୍ତ କାର୍ଯ୍ୟକୁ ଅତ୍ୟନ୍ତ ବୁଦ୍ଧିମତାର ସହ ସମ୍ପନ୍ନ କରିବେ।

-ସଫଳତା ଏବଂ ଭାଗ୍ୟଦୋୟର ଦୃଷ୍ଟିରେ ଏହି ବର୍ଷ ଅନୁକୂଳ ରହିବ।

-ସାମାଜିକ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବା ସହ ଭୂ-ସମ୍ପତ୍ତି କାର‌୍ୟ୍ୟରେ ସଫଳତା ପାଇପାରିବେ।

-ଉଚ୍ଚ ସ୍ତରୀୟ କ୍ଷେତ୍ରରେ ପରିଚୟ ବୃଦ୍ଧି ହେବ ଏବଂ ବିଦେଶ ଯାତ୍ରା କରିବାର ଯୋଗ ମଧ୍ୟ ରହିଛି।

April-6-Zodiac--ପରୀକ୍ଷାରେ ଅନୁକୂଳ ସଫଳତା ପାଇପାରିବେ ଏବଂ ଇଞ୍ଜିନିୟରିଂ, ମେଡିକାଲ, ବିଦେଶ ସେବା, ବିଜ୍ଞାନ, ସେନା ଆଦି କ୍ଷେତ୍ରରେ ସଫଳତା ପାଇପାରିବେ।

-ବ୍ୟବସାୟ ବର୍ଗରେ ବ୍ୟବସାୟୀମାନେ ସଫଳତାରେ ପ୍ରସନ୍ନ ହେବେ।

-ଚଳିତ ବର୍ଷ ସେନା, ପୋଲିସ, ଚିକିତ୍ସା ଆଦି କ୍ଷେତ୍ରରେ ସେବାରତ ଥିବା ବ୍ୟକ୍ତିମାନଙ୍କର ପ୍ରମୋସନ ହେବାର ଇଛା ପୂରଣ ହେବ ଏବଂ ରିସର୍ଚ୍ଚ କ୍ଷେତ୍ରରେ କାର୍ଯ୍ୟରତ ଥିବା ବ୍ୟକ୍ତିମାନେ ସଫଳତା ପାଇପାରିବେ।

-ଭୌତିକ ଦଷ୍ଟି କୋଣରୁ ଚଳିତ ବର୍ଷ ଅଧିକାଂଶ ଲୋକମାନଙ୍କର ଇଛା ପୂରଣ ହୋଇପାରିବ ଏବଂ ସ୍ବାସ୍ଥ୍ୟ ଉତ୍ତମ ରହିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button