ଜୀବନଶୈଳୀ

କିଏ ଆପଣଙ୍କ ମିତ୍ର ଏବଂ କିଏ ଶତ୍ରୁ ? କାନ ଦେଖି ଏମିତି ଜାଣନ୍ତୁ

ସାଧାରଣ ଜୀବନରେ ନିଜ ବା ପର ଲୋକମାନଙ୍କୁ ଚିହ୍ନବା କଷ୍ଟକର ହୋଇଥାଏ। ଅନେକ ଥର ଆପଣ କିଛି ବ୍ୟକ୍ତିଙ୍କୁ ଜାଣିଥିଲେ ମଧ୍ୟ ତାଙ୍କର ପ୍ରକୃତ ପରିଚୟ ଜାଣି ପାରିନଥାନ୍ତି। କିନ୍ତୁ ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଯେକୌଣସି ବ୍ୟକ୍ତିଙ୍କ କାନ ତାଙ୍କର ଅସଲ ପରିଚୟ ବତାଇଥାଏ। ଏହାର ଅର୍ଥ ହେଉଛି ଆପଣ କେତେ ଗୁଣବାନ ଏବଂ କେତେ ଧନବାନ, ଏହା ଆପଣଙ୍କ କାନ ଦେଖି କୌଣସି ବ୍ୟକ୍ତି ଜାଣିପାରିବେ। ଜାଣନ୍ତୁ ଆପଣ କିପରି ନିଜ ସମ୍ପର୍କିୟ ମାାନଙ୍କ କାନ ଦେଖି ପ୍ରକୃତ ପରିଚୟ ଜାଣିପାରିବେ।

ear shape-କାନ କେବଳ ଶୁଣାଇବା ବା ଶୁଣିବା ପାଇଁ ହୋଇନଥାଏ। ଏହା ଆପଣଙ୍କ ଭାଗ୍ୟ ଏବଂ ବ୍ୟକ୍ତିତ୍ବ ଦର୍ଶାଇଥାଏ। ନିଜ କାନ ଦେଖି ଜାଣନ୍ତୁ କିପରି ରହିଛି ଆପଣଙ୍କ ବ୍ୟକ୍ତିତ୍ବ। ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ କାନରେ ଅଧିକ କେଶ ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି। ଏହି ବ୍ୟକ୍ତିମାନଙ୍କର ଆୟୁସ ଅଧିକ ହୋଇଥାଏ ଏବଂ ସେମାନେ ଜୀବନରେ ଅନେକ ଧନ-ସମ୍ପତ୍ତି ଅର୍ଜିତ କରିଥାନ୍ତି। ଯେଉଁ ପୁରୁଷମାନଙ୍କର କାନ ଗଜ କାନ ବା ହାତୀ କାନ ଭଳି ହୋଇଥାଏ, ସେହି ଲୋକମାନେ ସମ୍ପୂନ୍ନତା, ପ୍ରତିଷ୍ଠିତ ଏବଂ ଦୀର୍ଘାୟୁ ହୋଇଥାନ୍ତି। ଏହିଭଳି ଲୋକମାନେ ସମାଜରେ ଖୁବ୍ ସମ୍ମାନ ପାଇଥାନ୍ତି। ଯଦି ଆପଣଙ୍କ କାନ ହାତୀ କାନ ଭଳି ହୋଇନଥାଏ ତେବେ ନିରାଶ ହେବାର କୌଣସି ଆବଶ୍ୟକତା ନାହିଁ କାରଣ ଛୋଟ କାନ ଥିବା ବ୍ୟକ୍ତିମାନେ ବୁଦ୍ଧିମାନ ହୋଇଥାନ୍ତି। ଯେଉଁ ବ୍ୟକ୍ତିଙ୍କ କାନ ଜନ୍ମରୁ ଲମ୍ବା ହୋଇଥାଏ ସେହି ବ୍ୟକ୍ତିମାନେ ଜୀବନରେ ସର୍ବଦା ସୁଖ ଭୋଗ କରିଥାନ୍ତି। ତାଙ୍କୁ ଜୀବନରେ କମ ସଂଘର୍ଷ କରିବାକୁ ପଡ଼ିଥାଏ।

earସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଯେଉଁ ପୁରୁଷଙ୍କ କାନ ବହୁତ ଛୋଟ ହୋଇଥାଏ, ସେହି ବ୍ୟକ୍ତିମାଦେ ଅଧିକ ଧନ ସଞ୍ଚୟ କରିଥାନ୍ତି। ସାଧାରଣତଃ ଏହି ବ୍ୟକ୍ତିମାନେ ଲୋଭି ହୋଇଥାନ୍ତି। ଯେଉଁ ବ୍ୟକ୍ତିମାନଙ୍କର କାନ ମୋଟା ହୋଇଥାଏ ସେହି ବ୍ୟକ୍ତିମାନଙ୍କ ପାଖରେ ନେତୃତ୍ୱ କରିବାର କ୍ଷମତା ରହିଥାଏ। ଏହି ବ୍ୟକ୍ତିମାନେ ନେତା ବା କୌଣସି କାର୍ଯ୍ୟକ୍ରମରେ ଟିମର ଲିଡର ହିସାବରେ କାର୍ଯ୍ୟ ତୁଲାଇ ଥାନ୍ତି। ଏଭଳି ବ୍ୟକ୍ତମାନେ ସବୁ କାମରେ ଭାଗ ନେଇଥାନ୍ତି।

ear shapeକୌଣସି ବ୍ୟକ୍ତିଙ୍କ କାନ ଚେପା ହୋଇଥିଲେ ସେହି ବ୍ୟକ୍ତିମାନେ ଭୋଗ-ବିଳାସରେ ଅଧିକ ଇଛା ରଖିଥାନ୍ତି। ଏହିଭଳି ବ୍ୟକ୍ତିମାନଙ୍କର ଅନେକ ପ୍ରକାର ଇଛା ରହିଥାଏ। ଏପରି କାନ ଥିବା ବ୍ୟକ୍ତିମାନେ ମୌଜ-ମସ୍ତି କରିବା ପାଇଁ ଅନେକ ସମୟ ଦେବା ସହ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି। ଯେଉଁ ବ୍ୟକ୍ତିମାନଙ୍କର କାନ ଶୁଷ୍କ ବା କଳା ହୋଇଥାଏ ସେହି ବ୍ୟକ୍ତିମାନେ ଜୀବନରେ ଅନେକ ସଂଘର୍ଷର ସାମ୍ନା କରିଥାନ୍ତି। ସେହି ବ୍ୟକ୍ତିମାନଙ୍କ ଜୀବନରେ ପ୍ରାୟତଃ ଆର୍ଥିକ ସମସ୍ୟା ଦେଖାଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button