ବିଚାର

ତେଲିଆ ତ୍ବଚାର ସମସ୍ୟା ଦୂର କରିଥାଏ ଏହି ଫେଶ ପ୍ୟାକ୍, ଜାଣନ୍ତୁ କିପରି

ଅଧିକାଂଶ ଲୋକମାନଙ୍କର ତ୍ବଚା ତେଲିଆ ହେବା କାରଣରୁ ଅନେକ ତ୍ବଚା ସମ୍ବନ୍ଧୀୟ ସମସ୍ୟା ଦେଖାଯାଇଥାଏ। ତ୍ବଚା ତେଲିଆ ହେବା ଦ୍ବାରା ବ୍ରଣ, କଳା ଦାଗ ଏବଂ ଧଳା ଦାଗ ଭଳି ଅନେକ ସମସ୍ୟା ଦେଖାଯାଇଥାଏ। କିଛି ଲୋକମାନେ ଏହି ତ୍ବଚାର ସମସ୍ୟାରୁ ରକ୍ଷା ପାଇବା ପାଇଁ ମାର୍କେଟରେ ମିଳୁଥିବା ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। କିନ୍ତୁ ସେହି ପ୍ରଡକ୍ଟରେ ଥିବା କେମିକାଲ ତ୍ବଚାକୁ କ୍ଷତି ପହଞ୍ଚାଇଥାଏ। ଚନ୍ଦନରେ ପ୍ରସ୍ତୁତ ହୋଇଥିବା ଫେଶ ମାକ୍ସ ବ୍ୟବହାର କରିବା ଦ୍ବାରା ଏହି ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଚନ୍ଦନ ପାଉଡ଼ରରେ ପ୍ରସ୍ତୁତ ହୋଇଥିବା ଫେଶମାକ୍ସରେ ଥିବା ପୋଷକ ତତ୍ତ୍ବ ତ୍ବଚାର ଅତିରିକ୍ତ ତେଲକୁ ନଷ୍ଟ କରିଥାଏ। ଏହା ବ୍ୟତୀତ ଚନ୍ଦନ ପାଉଡ଼ର ତ୍ବଚାକୁ ସୁନ୍ଦର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

facepackଟମାଟ, ଚନ୍ଦନ ଏବଂ ମୁଲତାନ ମାଟି ଫେଶପ୍ୟାକ

ଟମାଟ, ଚନ୍ଦନ ଏବଂ ମୁଲତାନ ମାଟିରେ ଫେଶପ୍ୟାକ ତିଆରି କରିବା ପାଇଁ ଏକ ପାତ୍ରରେ ଚନ୍ଦନ ପାଉଡ଼ର ଓ ଟମାଟର ରସକୁ ଭଲଭାବେ ମିଶାଇ ସେଥିରେ ମୁଲତାନ ମାଟି ପକାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ତ୍ବଚାରେ ଲଗାଇ ୫ ମିନିଟ ରଖିବା ପରେ ହାଲୁକା ଉଷୁମ ପାଣିରେ ଧୋଇଦିଅନ୍ତୁ। ଏପରି କରିବା ଦ୍ବାରା ତ୍ବଚାର ତେଲିଆ ଅଂଶ ଦୂର ହୋଇଥାଏ।

ଚନ୍ଦନ ଗୁଣ୍ଡ, କମଳା ଏବଂ ଗୋଲାପ ଜଳରେ ପ୍ରସ୍ତୁତ ଫେଶ ମାକ୍ସ

୧ ଚାମଚ ଚନ୍ଦନ ପାଉଡ଼ର, ୧ ଚାମଚ କମଳା ପାଉଡ଼ରକୁ ଗୋଲାପ ଜଳରେ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଏବଂ ବେକରେ ଲଗାଇ ୧୫ ମିନିଟ ପର୍ଯ୍ୟନ୍ତ ରଖିବା ପରେ ଭଲଭାବେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ଦୁଇ ଥର ବ୍ୟବହାର କରନ୍ତୁ।

face mask-ମୁଲତାନ ମାଟି, ଚନଦନ ପାଉଡ଼ର ଏବଂ ହଳଦୀ ଫେଶ ମାକ୍ସ

୧ ଚାମଚ ମୁଲତାନ ମାଟି, ୧ ଚାମଚ ଚନ୍ଦନ ଗୁଣ୍ଡ ଏବଂ ଅଳ୍ପ କିଛି ହଳଦୀ ଗୁଣ୍ଡ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ତ୍ବଚାରେ ଲଗାଇ ୨୦-୨୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ଏହା ପରେ ହାଲୁକା ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏପରି ଫେଶ ପ୍ୟାକ ବ୍ୟବହାର କରିବା ଦ୍ବାରା ତେଲିଆ ତ୍ବଚା ଜନିତ ସମସ୍ୟା ଦୂର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button