ଓଡିଶା

ନିୟମିତ ପିଅନ୍ତୁ ବେଲ ରସ, କୋଲେଷ୍ଟ୍ରଲ ସମେତ ଦୂର ହେବ ଅନେକ ସମସ୍ୟା

ଖରା ଦିନ ଆରମ୍ଭରେ ମାର୍କେଟରେ ବେଲ ବା ବେଲ ସରବତ ମିଳିଥାଏ। ବେଲ ପଣା ଗରମରୁ ରକ୍ଷା କରିବା ସହ ସ୍ବାସ୍ଥ୍ଯ ଜନିତ ସମସ୍ଯା ଦୂର କରିଥାଏ। ଗରମ ଦିନେ ପ୍ରତ୍ଯେକ ଦିନ ବେଲ ପଣା ପିଇବା ଶରୀର ପାଇଁ ଲାଭକାରୀ ହୋଇଥାଏ। ଏହି ଫଳର ବାହାର ଶକ୍ତ ଏବଂ ଭିତର କୋମଳ ହୋଇଥାଏ। ଏହା ଅଳ୍ପ ମିଠା ହୋଇଥିବାରୁ ଶରୀର ପାଇଁ ଲାଭକାରୀ ହୋଇଥାଏ, ଯାହା ପ୍ରାୟତଃ ଲୋକମାନେ ଜାଣି ନାହାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହି ଫଳ ସେବନରେ କେଉଁ ଲାଭ ମିଳିଥାଏ।

ପେଟ ଥଣ୍ଡା ରଖେ

wood-appleଗରମ ଦିନେ ବେଲ ସରବତ ପେଟ ଥଣ୍ଡା ରଖିଥାଏ। ଏହାର ରସକୁ ମହୁ ସହ ମିଶାଇ ସେବନ କରିବା ଦ୍ବାରା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଏଥିସହ ନିୟମିତ ବେଲ ସେବନ କରିବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲ ସ୍ତର ସନ୍ତୁଳନ ରହିଥାଏ।

ଉଚ ରକ୍ତଚାପ ନିୟନ୍ତ୍ରିତ କରେ

କେବଳ ବେଲ ନୁହେଁ ବେଲ ପତ୍ର ମଧ୍ଯ ଶରୀର ପାଇଁ ଲାଭକାରୀ ହୋଇଥାଏ। ଏହାର ପତ୍ର ରକ୍ତଚାପ ନିୟନ୍ତ୍ରିତ କରିବାରେ ସାହାଯ୍ଯ କରିଥାଏ। ଏହି କାରଣରୁ ବେଲ ପତ୍ରକୁ ପାଣିରେ ଫୁଟାଇ ପିଇବା ଦ୍ବାରା ରକ୍ତଚାପ କମ ହୋଇଥାଏ।

ଲିଭର ସୁସ୍ଥ ରହେ

ବେଲରେ ଥିୟାମାଇନ, ରିବୋଫ୍ଲାବିନ ଏବଂ ବିଟା-କ୍ଯାରୋଟିନ ପ୍ରଚୁର ମାତ୍ରାରେ ରହିଥାଏ। ଏହି ସବୁ ତତ୍ତ୍ବ ଲିଭର ସମ୍ବନ୍ଧୀତ ସମସ୍ଯା ଦୂର କରିବାରେ ସାହାଯ୍ଯ କରିଥାଏ। ଏଥିସହ ଗରମ ଦିନେ ହେଉଥିବା ଜଳା, ପୋଡାରୁ ରକ୍ଷା ପାଇବା ପାଇଁ ବେଲ ଲାଭକାରୀ ହୋଇଥାଏ। ଏଥିପାଇଁ କଞ୍ଚା ବେଲକୁ ଭାଙ୍ଗି ରାଶି ତେଲରେ ମିଶାଇ ଶରୀରରେ ମାଲିସ କରିବା ଦ୍ବାରା ଶରୀର ଥଣ୍ଡା ହୋଇଥାଏ।

ଅପରିସ୍କାର ରକ୍ତ ଦୂର କରେ

bealଶରୀରରୁ ଅପରିସ୍କାର ରକ୍ତ ଦୂର କରିବାରେ ମଧ୍ଯ ବେଲ ଲାଭକାରୀ ହୋଇଥାଏ। ରକ୍ତ ଦୂଷିତ ହୋଇଥିଲେ ହାଲୁକା ଉଷୁମ ପାଣି ସହ ବେଲ ରସରେ ମହୁ ମିଶାଇ ସେବନ କରିବା ଦ୍ବାରା ଶରୀରରୁ ଅପରିସ୍କାର ରକ୍ତ ଦୂର ହୋଇଥାଏ। ଏହାକୁ ନିୟମିତ କିଛି ଦିନ ସେବନ କରିବା ପରେ ରକ୍ତ ସଫା ହୋଇଯାଇଥାଏ।

କର୍କଟ ରୋଗରୁ ରକ୍ଷା କରିଥାଏ

ନିୟମିତ ରୂପେ ବେଲ ପଣା ସେବନ କରିବା ସ୍ବାସ୍ଥ୍ଯ ପାଇଁ ଲାଭକାରୀ ହୋଇଥାଏ। ଏଥିସହ ବେଲ ମହିଳାମାନଙ୍କ ସ୍ତନ କର୍କଟ ରୋଗ ଦୂର କରିବାରେ ମଧ୍ଯ ସାହାଯ୍ଯ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button