ଦେଶ ବିଦେଶ

ଜାଣିଛନ୍ତି କି, ଚାଉଳ ଦାନା ମଧ୍ୟ ବଦଳାଇପାରେ ଆପଣଙ୍କ ଭାଗ୍ୟ

ଭାରତୀୟ ପରମ୍ପରାରେ ପୂଜା-ପାଠ କରିବା ସମୟରେ ଅନେକ ବାସ୍ତୁ ନିୟମର ପାଳନ କରାଯାଇଥାଏ। ଯାହାକୁ ବିଧି ପୂର୍ବକ ପାଳନ କରିବା ଦ୍ବାରା ପୂଜା ସଫଳ ହୋଇଥାଏ। ଏଥିମଧ୍ୟରେ ଏକ ଉତ୍ପାଦାନ ହେଉଛି ଚାଉଳ। ଚାଉଳକୁ ଖୁବ ଶୁଭ ଏବଂ ପବିତ୍ର ବୋଲି କୁହାଯାଇଥାଏ। ଏହା ଏକ ପ୍ରକାରର ଶସ୍ୟ ଯାହାକୁ ପୂଜା ସମୟରେ ସମସ୍ତ ଦେବୀଦେବତାଙ୍କ ପାଖରେ ଚଢ଼ାଯାଇଥାଏ।

ଶାସ୍ତ୍ରଅନୁଯାୟୀ, ଚାଉଳର ରଙ୍ଗ ଧଳା ହୋଇଥିବାରୁ ଏହାକୁ ଶାନ୍ତିର ପ୍ରତୀକ ବୋଲି କୁହାଯାଇଥାଏ। ଚାଉଳକୁ ସିନ୍ଦୁର ସହ ମିଶାଇ ଠାକୁରଙ୍କୁ ଅର୍ପଣ କରିବା ଦ୍ବାରା ଦେବୀୟ କ୍ରୁପା ମିଳିଥାଏ। କହିବାକୁ ଗଲେ ଚାଉଳ ବିନା କୌଣସି ଧାର୍ମିକ କାମ ପୂରା ହୋଇନଥାଏ। ଆସନ୍ତୁ ଜାଣିବା କିପରି ଚାଉଳ ପୂଜାରେ ହୋଇଥାଏ ବ୍ୟବହାର।

basmati-rice

-କେବେ ମଧ୍ୟ ଖଣ୍ଡିଆ କିମ୍ବା ଭାଙ୍ଗିଯାଇଥିବା ଚାଉଳ ପୂଜାରେ ବ୍ୟବହାର କରିବା ଉଚିତ୍ ନୁହଁ।

-ସବୁ ବେଳେ ଧଳା ଚାଉଳକୁ ହିଁ ପୂଜାରେ ବ୍ୟବହାର କରିବା ଉଚିତ୍। ବ୍ରାଉନ ବା ହଳଦିଆ ଚାଉଳ ନୁହଁ।

-ଦେବୀ-ଦେବତାଙ୍କୁ ଅର୍ପଣ କରାଯାଇଥିବା ଚାଉଳକୁ ଖାଇବା ଉଚିତ ନୁହଁ।ଏଣୁ ଏହାକୁ କୌଣସି ପକ୍ଷୀ କିମ୍ବା ଗରିବଙ୍କୁ ଦାନ କରିଦିଅନ୍ତୁ।

-ଭଗବାନଙ୍କୁ ଚଢ଼ାଇବା ପୂର୍ବରୁ ଚାଉଳକୁ ଏକ ଭଲ କପଡ଼ାରେ ରଗଡି ସଫା କରନ୍ତୁ। ଧ୍ୟାନ ରହୁ ଯେପରି ସେଥିରେ କୌଣସି ପ୍ରକାରର ମଇଳା ଲାଗି ରହିନଥିବ।

rice 2

ଚାଉଳର ଏପରି ପ୍ରୟୋଗ କରିଥାଏ ଅନେକ ଦୁଃଖ ଦୂର

-ଯେଉଁ ଘରେ ଦୈନିକ ଦେବାଦେବୀଙ୍କୁ ଚାଉଳ ଚଢ଼ାଯାଇଥାଏ ତାଙ୍କ ନିକଟରେ ଅନ୍ନର ଅଭାବ ଦେଖାଯାଇନଥାଏ।

-ପ୍ରତ୍ୟେକ ସୋମବାର ଦିନ ୭ଟି ସୁଧ ଚାଉଳ ପୂଜା କରିବା ଦ୍ବାରା ଏକ ଅଦ୍ଭୁତ ପ୍ରକାରର ଆର୍ଶୀବାଦ ପ୍ରାପ୍ତ ହୋଇଥାଏ।

-ଚାକିରୀ ସମ୍ବନ୍ଧୀୟ କୌଣସି ଅସୁବିଧା ହେଉଥିଲେ କାଉକୁ ମିଠା ଖେଚୁଡି କରି ଖୁଆଇବା ଲାଭଦାୟକ ହୋଇଥାଏ।

-ଶୁକ୍ରବାର ଚାଉଳ କ୍ଷୀରି ପ୍ରସ୍ତୁତ କରି ବାଣ୍ଟିବା ଦ୍ବାରା ସୁଖଶାନ୍ତି ପ୍ରାପ୍ତ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button