ଦେଶ ବିଦେଶ

ଶୋଇବା ପୂର୍ବରୁ ଗରମ ପାଣି ପିଇଲେ ମିଳିବ ଏହି ସବୁ ଫାଇଦା

ଗରମ ପାଣି ପିଇବା ଦ୍ବାରା ଶରୀରରେ ଅନେକ ପ୍ରକାର ଲାଭ ମିଳିଥାଏ। ସର୍ବଦା ସକାଳୁ ଉଠି ହାଲୁକା ଗରମ ପାଣି ପିଇବା ଶରୀର ପାଇଁ ଲାଭକାରୀ ହୋଇଥାଏ। ଗରମ ପାଣି ଶାରୀରିକ କାର୍ଯ୍ୟକୁ ସୁଚାରୁ ରୂପେ ନିୟନ୍ତ୍ରିତ କରିଥାଏ। ଶୋଇବା ପୂର୍ବରୁ ଏକ ଗିଲାସ ଗରମ ପାଣି ପିଇଲେ ସ୍ବାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ଲାଭକାରୀ ହୋଇଥାଏ। ଅନେକ ଲୋକମାନେ ରାତିରେ ଶୋଇବା ପୂର୍ବରୁ ଠିକ ଭାବେ ପାଣି ପିଇନଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଶୋଇବା ପୂର୍ବରୁ ହାଲୁକା ଗରମ ପାଣି ପିଇଲେ ଶରୀର ପାଇଁ ଲାଭକାରୀ ହୋଇଥାଏ।

hot waterବାସ୍ତବରେ ଶୋଇବା ପୂର୍ବରୁ ହାଲୁକା ଗରମ ପାଣି ପିଇବା ଦ୍ବରା ଭଲ ନିଦ ହୋଇଥାଏ। ଗରମ ପାଣି ପିଇବା ଦ୍ବାରା ପାଚନ ପକ୍ରିୟା ଠିକ ଭାବେ କାର୍ଯ୍ୟ କରିଥାଏ। ରାତିରେ ପାଚନ ତନ୍ତ୍ର ଅଧିକ ଦୁର୍ବଳ ହୋଇଯାଇଥିବାରୁ ହାଲୁକା ଗରମ ପାଣି ପିଇବା ଦ୍ବାରା ଖାଦ୍ୟ ଜଲଦି ହଜମ ହୋଇଯାଇଥାଏ। ଏହା ବ୍ୟତୀତ ଗରମ ପାଣି ଓଜନ  କମ କରିବାରେ ମଧ୍ୟ ସାହାଯ୍ଯ କରିଥାଏ।

warm waterଅନେକ ରିସର୍ଚ୍ଚରୁମଧ୍ୟ ପ୍ରମାଣିତ ହୋଇଛି ଶରୀରରେ ପାଣିର ଅଭାବ ଯୋଗୁ ଚିନ୍ତା ଏବଂ ଡିପ୍ରେସନ ବଢିଥାଏ। ଏହା ଦ୍ବାରା ନିଦ ଭଲଭାବେ ହୋଇନଥାଏ। ଏହି କାରଣରୁ ରାତିରେ ଶୋଇବା ପୂର୍ବରୁ ହାଲୁକା ଗରମ ପାଣି ପିଇବା ଦ୍ବାରା ଶରୀରରେ ଜଳ ସ୍ତର ଠିକ ରହିଥାଏ ଏବଂ ମୁଡ୍ ଫ୍ରେଶ ରହିଥାଏ।

ଗରମ ପାଣି ଶରୀରରେ ଅନ୍ତରିୟ ତାପମାତ୍ରା ବଢାଇବା ସହ ଝାଳ ବାହାର କରିଥାଏ। ଯାହା ଦ୍ବାରା ଶରୀରରେ ରକ୍ତ ସଂଞ୍ଚାଳନ ସଠିକ ରୂପେ ହୋଇଥାଏ ଏବଂ ବିଷାକ୍ତ ପଦାର୍ଥ ଗୁଡିକରୁ ମୁକ୍ତି ମିଳିଥାଏ। ଏହା ବ୍ଯତୀତ ଶୋଇବା  ପୂର୍ବରୁ ଗରମ ପାଣି ପିଇଲେ ତ୍ବଚା ସୁସ୍ଥ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button