ଧର୍ମ

ପୂଜାପାଠ ଓ ମନ୍ତ୍ର ଜପ ସମୟରେ ଜାଣନ୍ତୁ କେଉଁ ଆସନର ବ୍ୟବହାର କରିବା ଉଚିତ

ଧାର୍ମିକ କାର୍ଯ୍ୟ ପୂଜାପାଠ, ଯଜ୍ଞ, ପ୍ରାର୍ଥନା ଆଦି କରିବା ସମୟରେ କିଛି ଖାସ ଆସନର ପ୍ରୟୋଗ କରାଯାଇଥାଏ। ପୂଜାପାଠ ମନ୍ଦିରରେ ହେଉ ଅଥବା ଗୃହରେ ସବୁବେଳେ ଏହାକୁ ବସିବା ଅବସ୍ଥାରେ କରାଯାଇଥାଏ । ଏହି ସମୟରେ ଆମକୁ ଆସନର ବ୍ୟବହାର କରିବାକୁ ପଡ଼େ। ଶାସ୍ତ୍ରରେ ଏପରି କରିବାର କାରଣ ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତିଦିନ ପୂଜା କରିବା ସମୟରେ କିଭଳି ଆସନ ବ୍ୟବହାର କରିବା ଉଚିତ, ତାହା ମଧ୍ୟ ଜାଣିବା ଆବଶ୍ୟକ। ଜାଣନ୍ତୁ ଏହା ବିଷୟରେ

-ଶାସ୍ତ୍ର ଅନୁଯାୟୀ ପୂଜାପାଠ ଓ ମନ୍ତ୍ର ଜପ କରିବା ସମୟରେ ସର୍ବଦା ଆସନର ପ୍ରୟୋଗ କରିବା ଉଚିତ। ଆସନ ବିନା ଭୂମିରେ ପୂଜାପାଠ କରିବା ଦ୍ୱାରା ଦୁଃଖ ପ୍ରାପ୍ତି ହୋଇଥାଏ।

pooja-asan

-ପୂଜାପାଠ ଓ ମନ୍ତ୍ର ଜପ କରିବା ସମୟରେ ସର୍ବଦା ରେଶମ ଓ ତାଳପତ୍ରରେ ପ୍ରସ୍ତୁତ ଆସନର ପ୍ରୟୋଗ କରିବା ଖୁବ ଶୁଭ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ଏପରି କରିବା ଦ୍ୱାରା ଭଗବାନଙ୍କ ଆଶୀର୍ବାଦ, ଜୀବନରେ ସୁଖଶାନ୍ତି ପ୍ରାପ୍ତି ହେବା ସହ ବାଧାବିଘ୍ନ ଦୂର ହୋଇଥାଏ।

-ବାଉଁଶରେ ନିର୍ମିତ ଆସନରେ ବସି ପୂଜାପାଠ କିମ୍ବା ମନ୍ତ୍ର ଜପ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦରିଦ୍ରତା ଆସିଥାଏ।
ପଥର କିମ୍ବା ଇଟାରେ ବସି ପୂଜାର୍ଚ୍ଚନା ଓ ମନ୍ତ୍ର ଜପ କରିବା ଦ୍ୱାରା ରୋଗ ଲାଗି ରହିଥାଏ। କାଠରେ ନିର୍ମିତ ଆସନ ପ୍ରୟୋଗ କରିବା ଦ୍ୱାରା ଦୁର୍ଭାଗ୍ୟ ପ୍ରାପ୍ତି ହୋଇଥାଏ।

-ଘାସର ଆସନରେ ପୂଜାର୍ଚ୍ଚନା କରିବା ଦ୍ୱାରା ଯଶ କିର୍ତ୍ତି ନଷ୍ଟ ହୋଇଥାଏ।

-ପତ୍ରରେ ପ୍ରସ୍ତୁତ ଆସନରେ ପୂଜା ଓ ପ୍ରାର୍ଥନା କରିବା ଦ୍ୱାରା ମନ ବ୍ୟସ୍ତ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button