ରାଶିଫଳ

ଆପଣଙ୍କ ରାଶି କହିବ କେଉଁ ଅକ୍ଷର ଆପଣଙ୍କ ପାଇଁ ହୋଇଥାଏ ଶୁଭ

ଜୀବନରେ ନାମ ଏବଂ ଅକ୍ଷକ୍ଷରକୁ ନେଇ ବହୁତ କିଛି ପରିବର୍ତ୍ତନ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ରାଶିର ସମ୍ପର୍କ ଯେକୌଣସି ରାଶି ସହିତ ହୋଇଥାଏ। ପ୍ରତ୍ୟେକ ଅକ୍ଷରର ଅର୍ଥ ମଧ୍ୟ ଅଲଗା ହୋଇଥାଏ। ରାଶି ସହିତ ଅକ୍ଷରର ସମ୍ବନ୍ଧ ଥିବାରୁ ଆମ ଜୀବନରେ ଆମ ନାମର ପ୍ରଭାବ ଅଧିକା ପଡିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଅକ୍ଷର ଆପଣଙ୍କ ରାଶି ଅନୁଯାୟୀ ଶୁଭ ଅଟେ।

ମେଷ

ଏହି ରାଶିର ମୁଖ୍ୟତଃ ତିନୋଟି ଅକ୍ଷର ମହତ୍ୱପୂର୍ଣ୍ଣ ଅଟେ ଯଥା- ମ, ଭ, ନ। ଏହି ବ୍ୟକ୍ତିମାନଙ୍କର ବିବାହ ପାଇଁ ପ, ଖ ଅକ୍ଷରର ନାମ ଅଶୁଭ ଅଟେ। କାଯ୍ୟକ୍ଷେତ୍ରରେ ସଫଳତା ଲାଭ ପାଇଁ ‘ମ’ ଅକ୍ଷରର ନାମ ଅତ୍ୟନ୍ତ ଶୁଭ ଅଟେ।

ବୃଷ

ଏହି ରାଶିର ଲୋକମାନଙ୍କ ପାଇଁ ଗ ଅକ୍ଷରର ନାମ ଅତ୍ୟନ୍ତ ଶୁଭ ଅଟେ। ବ୍ୟବସାୟ କ୍ଷେତ୍ରରେ ହେଉ କିମ୍ବା ବିବାହ କ୍ଷେତ୍ରରେ ହେଉ ‘ଗ’ ଅକ୍ଷରର ନାମ ଖୁବ ଲାଭଦାୟକ ହୋଇଥାଏ।

ମିଥୁନ

ଏହି ରାଶି ପାଇଁ ମୁଖ୍ୟତଃ ଦୁଇଟି ଅକ୍ଷର ଶୁଭ ଅଟେ। ଜୀବନରେ ସଫଳତା ପାଇବା ପାଇଁ ସ, ଶ ଅକ୍ଷରରୁ ଆରମ୍ଭ ହେଉଥିବା ନାମ ବ୍ୟବହାର କରିବା ଉଚିତ ରହିବ।

କର୍କଟ

ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ନ, ଶ, ମ, ପ ଅକ୍ଷର ଶୁଭ ଅଟେ। ବୈବାହିକ ଜୀବନରେ ସଫଳତା ପାଇବା ପାଇଁ ଏହି ଅକ୍ଷରର ନାମ ବ୍ୟବହାର କରନ୍ତୁ।

numberସିଂହ

ଏହି ରାଶି ପାଇଁ ଭ, ୟ, ଲ, ଅ ଅକ୍ଷରର ଅତ୍ୟନ୍ତ ଶୁଭ ଅଟେ। ଭଲ ସ୍ୱାସ୍ଥ୍ୟ ଓ କର୍ମକ୍ଷେତ୍ରରେ ଉନ୍ନତି ପାଇଁ ଏହି ଅକ୍ଷରର ନାମ ବ୍ୟବହାର କଲେ ଶୁଭଫଳ ମିଳିବ।

କନ୍ୟା

ଏହି ରାଶି ପାଇଁ ଗ, ର ଅକ୍ଷର ଶୁଭ ଅଟେ। ସ, ତ ଅକ୍ଷର ଅତ୍ୟନ୍ତ ଅଶୁଭ ହୋଇଥାଏ। ତେଣୁ ଧନ ଲାଭ ଓ ଖୁସୀରେ ରହିବା ପାଇଁ ସର୍ବଦା ‘ର’ ଅକ୍ଷରର ବ୍ୟବହାର କରନ୍ତୁ।

ତୁଳା

ଏହି ରାଶି ପାଇଁ ଶ, ସ, କ, ଘ ଅକ୍ଷର ଶୁଭ ଅଟେ। ଏହି ରାଶିର ବ୍ୟକ୍ତିମାନେ ଜୀବନରେ ଉନ୍ନତି ପାଇବା ପାଇଁ ସର୍ବଦା ‘ସ’ ଅକ୍ଷରର ନାମ ପ୍ରୟୋଗ କରନ୍ତୁ।

ବିଛା

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅ, ନ, ଦ ଅତ୍ୟନ୍ତ ଶୁଭ ଅଟେ। ପ, ର, କ ଅକ୍ଷରର ପ୍ରୟୋଗ ଜୀବନରେ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଜୀବନରେ ଘଟୁଥିବା ସମସ୍ୟାର ସମାଧାନ ପାଇବା ପାଇଁ ଅ ଅକ୍ଷରର ବ୍ୟବହାର କରନ୍ତୁ।

ଧନୁ

ଏହି ରାଶି ପାଇଁ ଶ, ମ ,ହ, ଅ ଅକ୍ଷର ଶୁଭ ହୋଇଥାଏ। ତେଣୁ ଶାନ୍ତିପୁର୍ଣ୍ଣ ଜୀବନ ଓ ଉନ୍ନତି ପାଇଁ ‘ଅ’ ଅକ୍ଷର ଅତ୍ୟନ୍ତ ଶୁଭ ହୋଇଥାଏ।

ମକର

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବ, ଲ, ଜ, ଖ ଅକ୍ଷର ଶୁଭ ଅଟେ। ଜୀବନରେ ସଫଳତା ପାଇବା ପାଇଁ ‘ବ’ ଅକ୍ଷରର ପ୍ରୟୋଗ କରିବା ଉଚିତ ହେବ।

କୁମ୍ଭ

ଏହି ରାଶି ପାଇଁ କ, ଶ, ର ଅକ୍ଷରରୁ ଆରମ୍ଭ ନାମ ଅତ୍ୟନ୍ତ ଶୁଭ ହୋଇଥାଏ। ମାତ୍ର ‘ଅ’ ଅକ୍ଷରର ବ୍ୟବହାର ଦ୍ୱାରା ଏହି ରାଶିର ବ୍ୟକ୍ତିମାନେ ଜୀବନରେ ଖୁବ ଉନ୍ନତି କରିପାରିବେ।

ମୀନ

ଏହି ରାଶିର ବ୍ୟକ୍ତିମାନେ ହ, ନ, ୟ ଅକ୍ଷରରେ ଅଧିକ ଉନ୍ନତି କରିଥାନ୍ତି। ଜୀବନରେ ସମସ୍ତ ପ୍ରକାର ଉନ୍ନତି ପାଇଁ ‘ନ’ ଅକ୍ଷର ବ୍ୟବହାର କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button