ସ୍ୱାସ୍ଥ୍ୟ

ଖରା ଦିନେ କାକୁଡ଼ି ଖାଇବା ପସନ୍ଦ କି ? ତେବେ ହୋଇଯାଆନ୍ତୁ ସତର୍କ ନଚେତ. . .

ଖରା ଦିନର ଆରମ୍ଭରେ ବଜାରରେ କାକୁଡ଼ି ବିକ୍ରି ହୋଇଥାଏ। କାକୁଡ଼ିରେ ପୋଷକ ତତ୍ତ୍ବ ରହିଥାଏ, ଯାହା ଆପଣଙ୍କ ଡାଇଟିଙ୍ଗ୍ ରେ ସବୁଠାରୁ ସୁସ୍ଥ ଖାଦ୍ୟ ହୋଇଥାଏ। କାକୁଡ଼ିରେ ସାଣ୍ଡୱିଚ, ରାଇତା ଏବଂ ସାଲାଡ଼ ଭଳି ଖାଦ୍ୟ ପ୍ରସ୍ତୁତ ହୋଇପାରେ। ଏହା ସହିତ କାକୁଡ଼ିରେ ୯୫ ପ୍ରତିଶତ ପାଣି ରହିଥାଏ। କାକୁଡ଼ିରେ ଭିଟାମିନ-ସି, ଭିଟାମିନ-କେ, କପର, ମ୍ୟାଗନେସିୟମ, ପୋଟାସିୟମ, ମାଙ୍ଗାନିଜ ଭଳି ପୋଷକ ତତ୍ତ୍ବ ରହିଥାଏ। କାକୁଡ଼ି ଶରୀର ପାଇଁ ଲାଭକାରୀ ହେବା ସହିତ ଖରାପ ମଧ୍ୟ ହୋଇଥାଏ, ଯାହା ଆପଣମାନେ ଜାଣିବା ନିହାତି ଆବଶ୍ୟକ ରହିଛି। ଏହା ଦ୍ବାରା ଆପଣମାନେ ଏହାର ଭୁଲ ବ୍ୟବହାର କରିବାରେ ସତର୍କତା ଅବଲମ୍ବନ କରିପାରିବେ।
କିଛି ଲୋକମାନେ ଡାଇଟିଙ୍ଗ୍ କରିବା ସମୟରେ ଦିନରେ ୧୦-୧୨ଟି କାକୁଡ଼ି ସେବନ କରିଥାନ୍ତି। ଏହା ଶରୀର ପାଇଁ ଲାଭକାରୀ ହୋଇଥାଏ, କିନ୍ତୁ ଆବଶ୍ୟକତା ଠାରୁ ଅଧିକ ସେବନ କଲେ ଏହା ଶରୀର ପାଇଁ ବିଷ ସମାନ ହୋଇଥାଏ।

saladକାକୁଡ଼ି କେବେବି ରାତି ସମୟରେ ସେବନ କରନ୍ତୁ ନାହିଁ। କାକୁଡ଼ି ସକାଳ ସମୟରେ ସେବନ କଲେ ଶରୀର ପାଇଁ ସବୁଠାରୁ ଅଧିକ ଲାଭକାରୀ ହୋଇଥାଏ। ଏହାକୁ ଅପରାହ୍ନ ସମୟରେ ସେବନ କଲେ ଶରୀର ପାଇଁ ସାମାନ୍ୟ ଲାଭକାରୀ ହୋଇଥାଏ, କିନ୍ତୁ ରାତି ସମୟରେ କାକୁଡ଼ି ସେବନ କଲେ ଏହା ଶରୀର ପାଇଁ ହାନିକାରକ ହେବା ସହିତ ଶରୀରକୁ କଷ୍ଟ ଦେଇଥାଏ।

କାକୁଡ଼ିରେ କୁକୁର୍ବିଟାଇନ୍ସ ଭଳି ଟୋକ୍ସିକ୍ ଯୁକ୍ତ ତତ୍ତ୍ବ ରହିଥାଏ। ଆପଣ ଅଧିକ କାକୁଡ଼ି ସେବନ କରିବା ଦ୍ବାରା ଅଧିକ ମାତ୍ରାରେ ଟୋକ୍ସିକ୍ ଶରୀର ମଧ୍ୟକୁ ଯାଇଥାଏ। ଏହି କାରଣରୁ ଆପଣଙ୍କର ଲିଭର, ପାନକ୍ରିୟାଆଟିଟିସ୍, କିଡ଼ିନି ଏବଂ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ଫୁଲିଥାଏ। ଏହି କାରଣରୁ ଉଚିତ ମାତ୍ରାରେ କାକୁଡ଼ି ସେବନ କରନ୍ତୁ।

cucumbers (1)କାକୁଡ଼ି ସାଧାରଣତଃ ଥଣ୍ଡା ହୋଇଥାଏ। ଏହି କାରଣରୁ କାଶ ବା ଥଣ୍ଡା ସମ୍ବନ୍ଧୀୟ କୌଣସି ରୋଗ ହୋଇଥିଲେ ରାତି ସମୟରେ କାକୁଡ଼ି ସେବନ କରନ୍ତୁ ନାହିଁ । ଯଦି ଆପଣ କାକୁଡ଼ି ଅଧିକ ମାତ୍ରାରେ ସେବନ କରୁଛନ୍ତି ତେବେ ଆପଣଙ୍କ ପେଟ ପୁରିବା ଭଳି ଲାଗିଥାଏ। କାକୁଡ଼ିରେ ଫାଇର ରହିଥାଏ, କିନ୍ତୁ ଅଧିକ ସେନ କରିବା ପରେ ଆପଣଙ୍କୁ ଢକାର ଆସିଥାଏ ଏବଂ ଆପଣଙ୍କୁ କଷ୍ଟ ଅନୁଭବ ହୋଇଥାଏ। ଏହି କାରଣରୁ କାକୁଡ଼ି ଶରୀର ପାଇଁ ଲାଭକାରୀ ହୋଇଥାଏ, କିନ୍ତୁ ଅତ୍ୟଧିକ ସେବନ କଲେ ଏହା ଶରୀର ପାଇଁ ହାନିକାରକ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button