ଦେଶ ବିଦେଶ

ଶକ୍ତି ବଢାଇବା ସହ ଶାରୀରିକ ଥକ୍କାପଣ ଦୂର କରିଥାଏ ଡାଳିମ୍ବ, ଜାଣନ୍ତୁ ଏହାକୁ ଖାଇବାର ଫାଇଦା

ଆପଣ ଯଦି ନିୟମିତ ଡାଳିମ୍ବ ଖାଉଛନ୍ତି ତେବେ ଆପଣ ଶରୀରକୁ ଅନେକ ରୋଗ ଦାଉରୁ ରକ୍ଷା କରିବାରେ ସମର୍ଥ ହେଉଛନ୍ତି ବୋଲି ଭାବି ନେବାକୁ ପଡିବ । କାରଣ ଡାଳିମ୍ବ ଏମିତି ଏକ ଫଳ ଯାହାର ମଞ୍ଜି ଠାରୁ ଆରମ୍ଭ କରି ଚୋପା ପର୍ଯ୍ୟନ୍ତ ସବୁ କିଛି ଶରୀର ପାଇଁ ରାମବାଣ ସଦୃଶ ହୋଇଥାଏ । ତେବେ ଡାଳିମ୍ବ ଖାଇବା ଦ୍ବାରା ଶରୀର ଉପରେ କି କି ପ୍ରଭାବ ପଡିଥାଏ ଆସନ୍ତୁ ଜାଣିବା ।

ଡାଳିମ୍ବ ଆମ ଶରୀରର ବ୍ଳଡ ସୁଗାର ଲେବଲ ନିୟନ୍ତ୍ରିତ ରଖିବାରେ ସହାଯ୍ୟ କରିବା ସହ ହୃଦରୋଗ ଓ କ୍ୟାନସର ଭଳି ରୋଗର ବିପଦକୁ ମଧ୍ୟ ଦୂର କରିଥାଏ ।

ନ୍ୟୁଟ୍ରିସନ ପରିମାଣ

ଗୋଟିଏ ଡାଳିମ୍ବରୁ ୨୩୪ କ୍ୟାଲୋରି ଶକ୍ତି ମିଳିଥାଏ । ଏଥିରେ କାର୍ବୋହାଇଡ୍ରେଟସ,ପ୍ରୋଟିନ,ଭିଟାମିନ –ବି ଓ ସି ସହିତ ଆୟରନ,କ୍ୟାଲସିୟମ,ପୋଟାସିୟମ ଓ ମ୍ୟାଗ୍ନେସିୟମର ଭରପୁର ମାତ୍ରା ରହିଛି ।

ଯଦି ଡାଏଟିଙ୍ଗ କରୁଥାନ୍ତି
ଏହା ଓଜନ ହ୍ରାସ କରିବା ସହ କଲୋଷ୍ଟ୍ରଲର ମାତ୍ରା ମଧ୍ୟ କମ କରିଥାଏ । ଏହା ଡାଏଟିଙ୍ଗରେ ହେଉଥିବା ଦୁର୍ବଳତାକୁ ଦୂର କରି ଶକ୍ତି ପ୍ରଦାନ କରିଥାଏ ।

ଅଧିକ ଫାଇଦା ପାଇଁ ଜୁସ୍ ପିଅନ୍ତୁ

halves-pomegranate-with-seeds-and-pomegranate-juice-on-marbled-surface
ଡାଳିମ୍ବର ମଞ୍ଜି ଖାଇବା ବଦଳରେ ଏହାର ଜୁସ୍ ପିଅନ୍ତୁ । ଏହା ଦ୍ବାରା ଏହି ରସ ତୁରନ୍ତ ରକ୍ତବାହିକାରେ ପହଞ୍ଚି ଶରୀରରେ ଶକ୍ତି ଉତ୍ପନ୍ନ କରେ ।
ଡାଳିମ୍ବ ଖାଇବାର ଉତ୍ତମ ସମୟ  ସକାଳୁ ଖାଲିପେଟରେ ଡାଳିମ୍ବର ମଞ୍ଜି କିମ୍ବା ଜୁସ୍ ନେଇପାରିବେ । ନଚେତ ଖାଦ୍ୟ ଖାଇବାର ଠିକ ପୂର୍ବରୁ କିମ୍ବା ପରେ ନେଇପାରିବେ ।

ଏମାନେ ଖାଇପାରିବେ ନାହିଁ
କାଶ,କୋଷ୍ଠକାଠିନ୍ୟ ଓ ଏଲର୍ଜି ଥିବା ବ୍ୟକ୍ତିମାନେ ବିନା ଡାକ୍ତର ପରାମର୍ଶରେ ଡାଳିମ୍ବ ଖାଆନ୍ତୁ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button