ଦେଶ ବିଦେଶ

ରମଜାନରେ ପ୍ରସ୍ତୁତ କରନ୍ତୁ ଖାସ ଅଣ୍ଡା କିମା କରୀ

ରମଜାନ ମାସ ଆରମ୍ଭ ହୋଇସାରିଛି। ରମଜାନରେ ଇଫତାର ଭୋଜନକୁ ନେଇ ବହୁତ ମାନ୍ୟତା ରହିଛି। ଏଥିରେ ରମଜାନର କିଛି ଖାସ ବ୍ୟଞ୍ଜନ ରହିଥାଏ। ସଂଧ୍ୟାରେ ବହୁତ ପ୍ରକାରର ଖାଦ୍ୟ ହୋଇଥାଏ, ଯାହାକୁ ଇଫତାର କୁହାଯାଏ। ଏହି ସବୁ ରେସିପି ମଧ୍ୟରୁ ଏକ ଖାସ ବ୍ୟଞ୍ଜନ ହେଉଛି ଅଣ୍ଡା କିମା କରୀ।

ସାମଗ୍ରୀ

ଅଣ୍ଡା – ୩ ରୁ ୪

ହଳଦୀ – ୧ ଛୋଟ ଚାମଚ

ଟମାଟୋ ଛୋଟ କଟା ହୋଇଥିବା – ଏକ କପ୍

ଲାଲ ଲଙ୍କା ପାଉଡର – ଏକ ଛୋଟ ଚାମଚ

ରଷୁଣ ଛୋଟ କଟା ହୋଇଥିବା – ଏକ ଛୋଟ ଖଣ୍ଡ

ଜିରା ଏବଂ ଧନିଆ ପାଉଡର – ୧ ଛୋଟ ଚାମଚ

ଗରମ ମସଲା – ୧ ଛୋଟ ଚାମଚ

ଜିରା – ଏକ ଛୋଟ ଚାମଚ

ସୋରିଷ ତେଲ – ୪ ବଡ ଚାମଚ

ବଟର ଏବଂ ସଜାଇବା ପାଇଁ ଗୋଟିଏ ସିଝା ଅଣ୍ଡା।

ପ୍ରଣାଳୀ

ପ୍ୟାନରେ ତେଲ ଗରମ କରନ୍ତୁ। ସେଥିରେ ଜିରା ପକାନ୍ତୁ। କଟା ହୋଇଥିବା ରଷୁଣ ଏବଂ ଅଦାକୁ ପକାଇ ଭାଜନ୍ତୁ। ଟମାଟୋ ଭଲ ଭାବରେ କଷି ହେବା ଭିତରେ ହଳଦୀ, ଜିରା, ଲଙ୍କା ଏବଂ ଧନିଆ ପାଉଡର ମିଶାନ୍ତୁ। ତେଲ ଛାଡିବା ପର‌୍ୟ୍ୟନ୍ତ ଭାଜନ୍ତୁ। କିମା ପକାଇ ଭାଜନ୍ତୁ। ଅଣ୍ଡା ଫେଣ୍ଟି ପକାନ୍ତୁ ଏବଂ ତେଲ ଛାଡିବା ପର‌୍ୟ୍ୟନ୍ତ ଭାଜନ୍ତୁ। ବଟର ଏବଂ ଗରମ ମସଲା ପକାନ୍ତୁ। ଏହାପରେ ଅଣ୍ଡା ସିଝାକୁ କାଟି ତା ଉପରେ ସର୍ଭ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button