ଦେଶ ବିଦେଶ

ଆପଣ ଚାଲି ବୁଲି ଖାଉଛନ୍ତି କି ଖାଦ୍ୟ? ତେବେ ହୋଇଯାଆନ୍ତୁ ସାବଧାନ୍, ଶରୀର ପାଇଁ ହୋଇପାରେ କ୍ଷତିକାରକ

ଆମେ ଜୀବନରେ ଏତେ ବ୍ୟସ୍ତ ରହୁଛନ୍ତି କି ଖାଦ୍ୟ ଖାଇବାକୁ ମଧ୍ୟ ସମୟ ମିଳୁନି । ସବୁ କାମ ଶିଘ୍ର ଏବଂ ଧାଁ ଦୌଡ ମଧ୍ୟରେ କରିବା ଆମର ଅଭ୍ୟାସ ହୋଇଗଲାଣି। ଗୋଟେ ସମୟରେ ବହୁତ ଗୁଡାଏ କାମ କରୁଥିବା ବ୍ୟକ୍ତି କୌଣସି କାମରେ ଠିକ୍ ଭାବେ ଧ୍ୟାନ କେନ୍ଦ୍ରୀତ କରିପାରନ୍ତି ନାହିଁ । ଏହି ଅସୁବିଧା ପ୍ରାୟତଃ ଲୋକଙ୍କୁ ହୋଇଥାଏ । ସକାଳେ ଅଫିସ୍,ସ୍କୁଲ୍ କିମ୍ବା କଲେଜ ବାହାରିବା ସମୟରେ ଗୋଟେ ହାତରେ ବ୍ୟାଗ୍ ଏବଂ ଆଉ ଗୋଟେ ହାତରେ ଖାଇବା ଧରି ଯଦି ଆପଣ ମଧ୍ୟ ଦୌଡି ଦୌଡି ଖାଆନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବହୁତ ମହଙ୍ଗା ସାବ୍ୟସ୍ତ ହୋଇପାରେ ।

pakhalaବସିକି ଖାଦ୍ୟ ଖାଇବା ପାଇଁ ପ୍ରାୟତଃ ସମସ୍ତଙ୍କ ଗୁରୁଜନ ମାନେ ପରାମର୍ଶ ଦେଇଥାନ୍ତି । ଏହା ପଛରେ ବୈଜ୍ଞାନିକ କାରଣ ଏହା ରହିଛି କି, ଯିବା ଆସବା ସମୟରେ ରକ୍ତ ପ୍ରବାହ ପ୍ରାକୃତିକ ରୂପେ ଆପଣା ଛାଏଁ ଆମ ହାତ ଗୋଡ ପଟକୁ ଚାଲିଆସିଥାଏ ଏବଂ ଖାଇବା ପାଇଁ ଯେଉଁ ପର୍ଯ୍ୟାପ୍ତ ପରିମାଣର ରକ୍ତ ଆମ ପାଚନ ତନ୍ତ୍ରକୁ ଦରକାର ଥାଏ ତାହା ପହଁଚି ପାରିନଥାଏ ।

Eating-onଭାରତୀୟ ସଂସ୍କୃତିରେ ଏବଂ ଆୟୂର୍ବେଦ ଅନୁସାରେ ମଧ୍ୟ ଏମିତି ଧରାଯାଏ କି, ବସିକି ଖାଦ୍ୟ ଖାଇବା ଉଚିତ୍ । ଏହା ପଛରେ ମଧ୍ୟ ବୈଜ୍ଞାନିକ କାରଣ ରହିଛି କି ବସି ପଡିବା ଦ୍ବାରା ସବୁ ମାଂସପେଶୀ ଗୁଡିକ ଠିକ୍ ସ୍ଥିତିକୁ ଆସିଯାଇଥାନ୍ତି ଏବଂ କିଛି ଆକ୍ୟୁପ୍ରେସର ବିନ୍ଦୁ ଏମିତି ରହିଛି ଯାହା ଉପରେ ପ୍ରେସର ପଡିବା ଦ୍ବାରା ପୁରା ପାଚନ ତନ୍ତ୍ରରେ ରକ୍ତ ପ୍ରବାହ ଠିକ୍ ହୋଇଯାଇଥାଏ ।

foodଯଦି ମନରେ ଖାଦ୍ୟ ରାନ୍ଧିବା ସମୟରେ ସୁସ୍ଥ ରହିବାର ଭାବନା ଯୋଡି ହୋଇଯାଏ ତେବେ ପୁରା ଶରୀର ଉପରେ ଏହାର ବଡ ଉତ୍ତମ ପ୍ରଭାବ ପଡିଥାଏ । ଭୋଜନ କରିବା ସମୟରେ ଆପଣଙ୍କ ଧ୍ୟାନ କେବଳ ଭୋଜନ ଉପରେ ହିଁ ରହିବା ଆବଶ୍ୟକ । ଯାହାକୁ ମାଇଣ୍ଡ କୁଲ୍ ଇଟିଙ୍ଗ୍ କୁହାଯାଏ । ଯାହା ବସିକି ଖାଇବା ଦ୍ବାରା ହିଁ ସମ୍ଭବ ହୋଇଥାଏ । ତେଣୁ ବସିକି ଖାଆନ୍ତୁ । ଏହା ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button