ଜୀବନଶୈଳୀ

ପ୍ରତିଦିନ ଖରାପ ଏବଂ ଭୟଙ୍କର ସ୍ୱପ୍ନ ଆପଣଙ୍କୁ ଚିନ୍ତାରେ ପକାଇଛି କି, ତେବେ ତକିଆ ତଳେ ରଖନ୍ତୁ ଏହି ଖାସ୍‌ ଜିନିଷ

ରାତିରେ ଶୋଇବା ସମୟରେ ଲୋକଙ୍କୁ ଖରାପ ଏବଂ ଭୟଙ୍କର ସ୍ୱପ୍ନ ଆସିଥାଏ। ଯେଉଁଥି ପାଇଁ ଭୟଭୀତ ହୋଇ ହଠାତ୍‌ ନିଦ ଭାଙ୍ଗି ଯାଇଥାଏ। କିଛି ଲୋକଙ୍କୁ ପ୍ରତିଦିନ ଏହି ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ବାସ୍ତୁଶାସ୍ତ୍ର ସାହାଯ୍ୟରେ ଏହି ସମସ୍ୟାରୁ ମୁକ୍ତି ପାଇହେବ। ବାସ୍ତୁର କିଛି ସରଳ ଉପାୟକୁ ଧ୍ୟାନରେ ରଖି ବ୍ୟକ୍ତି ଖରାପ ଏବଂ ଭୟଙ୍କର ସ୍ୱପ୍ନରୁ ମୁକ୍ତି ପାଇପାରିବ।

-ଖରାପ ଏବଂ ଅବ୍ୟବସ୍ଥିତ ବିଛଣାରେ ଶୋଇବାରେ ମଧ୍ୟ ଡର ଏବଂ ସ୍ୱପ୍ନ ଆସିଥାଏ। ଏଥିପାଇଁ ଶୋଇବା ପୂର୍ବରୁ ବିଛଣାକୁ ସଫା କରି ଶୋଇବା ଉଚିତ।

-କାଗଜ କିମ୍ବା କପଡାରେ ଅଳ୍ପ ହଳଦିଆ ଚାଉଳ ବାନ୍ଧି ତକିଆ ତଳେ ରଖିବା ଦ୍ୱାରା ମଧ୍ୟ ଡର ଏବଂ ସ୍ୱପ୍ନରୁ ରକ୍ଷା ମିଳିଥାଏ ।

-ଏତତ୍‌ ବ୍ୟତୀତ ରାତିରେ କେଶକୁ ବାନ୍ଧି ଶୋଇବା ଉଚିତ। ରାତିରେ କେଶ ଖୋଲି ଶୋଇବାରେ ମଧ୍ୟ ଖରାପ ସ୍ୱପ୍ନ ଆସିଥାଏ।

-ପଲଙ୍କ ଆଖପାଖରେ କିମ୍ବା ତଳେ ଜୋତା-ଚପଲ ରହିଥିଲେ ମଧ୍ୟ ଡର ଏବଂ ଖରାପ ସ୍ୱପ୍ନର କାରଣ ହୋଇଥାଏ।

-ଯେଉଁ ଚାଦରରେ ଡାର୍କ କିମ୍ବା ହିଂସକ ପଶୁର ପ୍ରିଣ୍ଟ ଥାଏ ତାହାର ବ୍ୟବହାର କରିବା ଉଚିତ ନୁହେଁ। ଫଟା ଚାଦରକୁ ମଧ୍ୟ ପ୍ରୟୋଗ କରିବା ଉଚିତ ନୁହେଁ।

-ରାତିରେ ଶୋଇବା ସମୟରେ ଡର ଲାଗୁଥିଲେ କିମ୍ବା ଭୟ ଦ୍ୱାରା ହଠାତ୍‌ ଉଠି ପଡନ୍ତି ତେବେ ନିଜ ତକିଆ ତଳେ ୫-୬ ଛୋଟ ଅଳେଇଚ କପଡାରେ ବାନ୍ଧି ରଖିବା ଦ୍ୱାରା ଲାଭ ମିଳିଥାଏ।

-ବାସ୍ତୁ ଅନୁସାରେ ରାତିରେ ଶୋଇବା ସମୟରେ ଡର ଲାଗୁଥିଲେ ତକିଆ ତଳେ କିମ୍ବା ତକିଆ ପାଖରେ ଛୁରୀ ରଖନ୍ତୁ। ଛୁରି ନଥିଲେ କଇଁଚି, ନେଲ କଟର, କଣ୍ଟା ଆଦି ମଧ୍ୟ ତକିଆ ତଳେ ରଖିପାରିବେ। ଏହାଦ୍ୱାରା ରାତିରେ ଡର ଲାଗିନଥାଏ।

-ତମ୍ବା ପାତ୍ରରେ ଜଳ ଭରି ବିଛଣା ପାଖରେ ରଖି ଦିଅନ୍ତୁ ଏବଂ ସେହି ପାଣିକୁ ଗଛରେ ପକାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button