ବିଚାର

ପୂଜାରେ ସାମିଲ କରନ୍ତୁ ଏହି ଜିନିଷ ମାତା ଲକ୍ଷ୍ମୀଙ୍କ କୃପା ପାଇବା ସହିତ ଦୂର ହେବ ଶନି ଦଷା

ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। ଯେଉଁ ବ୍ୟକ୍ତି ଭଲ କାମ ନ କରନ୍ତି ସେମାନଙ୍କ ଉପରେ ଶନିଦେବ ଉତ୍ତମ ଦୃଷ୍ଟି ରଖିଥାନ୍ତି। ସେହିଭଳି ଯେଉଁ ବ୍ୟକ୍ତି ଖରାପ କାର୍ଯ୍ୟରେ ନିୟୋଜିତ ଥାନ୍ତି ସେମାନଙ୍କ ଉପରେ ଶନିଦେବଙ୍କର କୁପ୍ରଭାବ ପଡିଥାଏ। ତାଙ୍କର ସବୁ କାମ ବିଗାଡି ଯାଇଥାଏ। ବାରମ୍ବାର ଚେଷ୍ଟା କରିବା ସତ୍ତ୍ବେ ମଧ୍ୟ ତାଙ୍କୁ ସଫଳତା ମିଳିନଥାଏ।

Panchamrutଜାତକରେ ଶନି ଗ୍ରହ ଦୋଷ ଥିଲେ କିମ୍ବା ଘରର ବାସ୍ତୁ ସଠିକ୍ ନଥିଲେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଏ ସବୁରୁ ମୁକ୍ତି ପାଇବା ପାଇଁ ଏବଂ ସବୁକ୍ଷେତ୍ରରେ ନିଜକୁ ସଫଳ କରାଇବା ପାଇଁ କିଛି ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଆପଣ ଏକ ସୁଖସମୃଦ୍ଧି ଭରା ଜୀବନ ପାଇପାରିବେ। ତେବେ ଏଥିପାଇଁ ଆପଣ ପୂଜା କରିବା ସମୟରେ ପ୍ରତିଦିନ ପଞ୍ଚାମୃତ ଭୋଗ ଅର୍ପଣ କରନ୍ତୁ।

Panchamrutପୂଜା ସରିବା ପରେ ପଞ୍ଚାମୃତକୁ ପରିବାରର ସମସ୍ତ ସଦସ୍ୟଙ୍କୁ ଦେବା ସହ ଏକ ଫୁଲ କିମ୍ବା ଦୁବରେ ଏହାକୁ ଘରର ଚାରିପଟେ ସିଞ୍ଜନ କରନ୍ତୁ ଏହାଦ୍ୱାରା ଘର ଭିତରକୁ ନକାରାତ୍ମକ ଶକ୍ତି ଆସିପାରେ ନାହିଁ ଏବଂ ସମସ୍ତ ପ୍ରକାର ବାସ୍ତୁ ଦୋଷ ଦୂର ହୋଇଥାଏ । ପଞ୍ଚାମୃତ ସିଞ୍ଜନ କରିବା ପରେ ତାହା ଯେପରି କାହାର ପାଦ ସ୍ପର୍ଶରେ ଯେମିତି ନଆସେ, ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

ପଞ୍ଚାମୃତ ଭୋଗ କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ମଧ୍ୟ ମିଳିଥାଏ । ଫଳରେ ଆର୍ଥିକ ସଙ୍କଟ ଦୂର ହୋଇଥାଏ । ଯଦି ଆପଣ ସବୁଦିନେ ଏହି ବିଧି କରିପାରୁନାହାନ୍ତି, ତାହେଲେ ପ୍ରତ୍ୟେକ ଗୁରୁବାର ଓ ଶନିବାର ଦିନ ଏହାକୁ ନିଶ୍ଚିତ ଭାବେ ପୂଜା ବିଧିରେ ସାମିଲ୍ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button