ସନ୍ଧ୍ୟାରେ ପ୍ରସ୍ତୁତ କରନ୍ତୁ ଟେଷ୍ଟୀ କ୍ରିସପି ଚିକେନ ପକୋଡା

ଚିକେନ ପକୋଡା ସମସ୍ତଙ୍କ ପ୍ରିୟ ଅଟେ। ଏହା ଖାଇବାକୁ ବହୁତ ସ୍ବାଦିଷ୍ଟ। ଖାସ କରି ନନଭେଜ୍ ବାର ଆସିଲେ ଆମେ ଚିକେନପକୋଡା ଖାଇବା ବିଲକୁଲ୍ ବି ଭୁଲନ୍ତି ନାହିଁ। ଏହା ସହଜରେ ଭୋକକୁ କାବୁ କରିପାରେ। ଯଦି ଆପଣ ମଧ୍ୟ ଏହାକୁ ଖାଇବାକୁ ପସନ୍ଦ କରନ୍ତି ତେବେ ଜାଣନ୍ତୁ ଏହାକୁ ବନାଇବାର ପ୍ରସ୍ତୁତି।
ସାମଗ୍ରୀ
ଚିକେନ ପିସ୍ – ୧/୨ କପ୍
ପିଆଜ – ୧/୨ କପ୍
କଞ୍ଚା ଲଙ୍କା – ୨ଟି
ଅଦା ରସୁଣ ପେଷ୍ଟ – ୧ ଚାମଚ୍
ଲେମ୍ବୁ ରସ – ଏକ ଚାମଚ
ଲାଲ ଲଙ୍କା ପାଉଡର – ୧/୨ ଚାମଚ
ଗରମ ମସଲା – ୧/୪ ଚାମଚ
ହଳଦୀ ପାଉଡର – ୧/୮ ଚାମଚ
ଲୁଣ – ସ୍ବାଦାନୁସାରେ
ଭ୍ରୁଷଙ୍ଗ ପତ୍ର – ୧୫ ରୁ ୨୦ଟି
ବେସନ – ୪ ରୁ ୬ ଚାମଚ
କର୍ଣ୍ଣଫ୍ଲୋର – ୧ ଚାମଚ
ତେଲ – ଛାଣିବା ପାଇଁ
ପ୍ରସ୍ତୁତି ପ୍ରଣାଳୀ

-ଚିକେନ ପିସରେ କଟା ପିଆଜ, କଟା ହୋଇଥିବା ଅଦା-ରସୁଣ ପେଷ୍ଟ, ଭ୍ରୁଷଙ୍ଗ ପତ୍ର, ଲାଲ ଲଙ୍କା ପାଉଡର, କଟା କଞ୍ଚା ଲଙ୍କା, ଗରମ ମସଲା ପାଉଡର, ଲୁଣ ଏବଂ ଲେମ୍ବୁ ରସ ମିଶାଇ ଭଲଭାବେ ମିଶ୍ରଣ କରନ୍ତୁ। ଏହାପରେ ଚିକେନକୁ ମେରିନେଟ୍ ହେବା ପାଇଁ ୩୦ ମିନିଟ୍ ପର୍ୟ୍ୟନ୍ତ ରଖିଦିଅନ୍ତୁ।
-ଏହାପରେ ଛାଣିବା ପାଇଁ ତେଲ ଗରମ କରନ୍ତୁ।
-ତେଲ ଗରମ ହେବା ପରେ ମେରିନେଟ୍ ପାଇଁ ରଖିଥିବା ଚିକେନରେ ବେସନ ଏବଂ କର୍ଣ୍ଣଫ୍ଲୋର ମିଶାଇ ଦିଅନ୍ତୁ। ଯଦି ସବୁକୁ ମିଶ୍ରଣ କରିବା ପରେ ବି ସୁଖା ଲାଗିଲା ତେବେ ଏଥିରେ ସାମାନ୍ୟ ପାଣି ମିଶାଇ ପାରିବେ।
-ଯେତେବେଳେ ତେଲ ଭଳଭାବେ ଗରମ ହୋଇଯିବ ସେଥିରେ ଆପଣ ପିଆଜ ସହିତ ଚିକେନକୁ ମଧ୍ୟ ମିଶାଇ ଦିଅନ୍ତୁ। ଏହାପରେ ଏହାକୁ ତେଲରେ ପକାଇ ଫ୍ରାଇ କରନ୍ତୁ। ଏହା ସନେଲୀ ରଙ୍ଗ ହୋଇଗଲା ପର୍ୟ୍ୟନ୍ତ ମଧ୍ୟମ ଆଞ୍ଚରେ ଛାଣନ୍ତୁ।
-ଏହା ପ୍ରସ୍ତୁତ ହୋଇଗଲା ପରେ ଏହାକୁ କଡାରୁ ବାହାରକୁ ବାହାର କରିଦିଅନ୍ତୁ। ଏବେ ଆପଣଙ୍କର କ୍ରିସପି ଚିକେନ ପକୋଡା ପ୍ରସ୍ତୁତ ହୋଇଯାଇଛି।
-ଏବେ ଆପଣ ଏହାକୁ ପୋଦିନା ଚଟଣୀ ସହିତ କିମ୍ବା ଟମାଟୋ ସସ୍ ସହିତ ସର୍ବ କରିପାରିବେ।



