ବିଚାର

ଗର୍ଭାବସ୍ଥା ସମୟରେ ମା’ର ବ୍ଲଡପ୍ରେସର ଜଣାଇଥାଏ ଗର୍ଭରେ ପୁଅ ଅଛି ନା ଝିଅ !

କାନାଡାର ମାଉଣ୍ଟ ସିନାଇ ହସପିଟାଲରେ ନିକଟରେ ଜାରୀ କରାଯାଇଥିବା ଏକ ରିସର୍ଚ୍ଚ ରିପୋର୍ଟରୁ ସଂକୁଚିତ ବିଚାରଧାରା ବିଶିଷ୍ଟ ବ୍ୟକ୍ତି ଖୁସି ହୋଇପାରନ୍ତି ଯେଉଁମାନେ ପୁଅ ଏବଂ ଝିଅ ମାନଙ୍କ ମଧ୍ୟରେ ଭେଦଭାବ କରିଥାନ୍ତି। ହସପିଟାଲର ରିସର୍ଚ୍ଚର ଟିମ୍ ନିଜ ଅଧ୍ୟୟନରେ ପାଇଛନ୍ତି ଯେ ଗର୍ଭାବସ୍ଥା ସମୟରେ ବ୍ଲଡପ୍ରେସର ଦ୍ବାରା ପିଲାର ଲିଙ୍ଗ ନିର୍ଦ୍ଧାରଣ କରାଯାଇପାରେ।

ରିସର୍ଚ୍ଚର ମାନଙ୍କ ହିସାବରେ ଯଦି ଗର୍ଭାବସ୍ଥା ପୂର୍ବରୁ କିମ୍ବା ସେହି ସମୟରେ ମହିଳାଙ୍କ ବ୍ଲଡପ୍ରେସର ଅଧିକ ରହିଥାଏ ତେବେ ପୁଅ ହେବାର ଅଧିକ ଚାନ୍ସ ରହିଥାଏ। ସେହିଭଳି ଯଦି ବ୍ଲଡପ୍ରେସର କମ୍ ରହିଥାଏ ତେବେ ଝିଅ ହୋଇପାରେ। ହସପିଟାଲର ଏଣ୍ଡୋକ୍ରାଇନୋଲିଜିଷ୍ଟ ଡାକ୍ତରଙ୍କ ନେତ୍ରୁତ୍ତ୍ବରେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ଡାକ୍ତରଙ୍କ କହିବାନୁଯାୟୀ ବ୍ଲଡପ୍ରେସର ଫ୍ୟାକ୍ଟରରେ ଏହାର ସୂଚନା ପୂର୍ବରୁ ନଥିଲା। କିନ୍ତୁ ରିସର୍ଚ୍ଚରେ ଏହା ପରିଷ୍କାର ଭାବରେ ଦେଖାଯାଇଥିଲା ଯେ ମହିଳାଙ୍କ ବ୍ଲଡପ୍ରେସର ପିଲାଙ୍କ ଲିଙ୍ଗ ଉପରେ ପ୍ରଭାବ ପକାଇଥାଏ। ରିପୋର୍ଟ ଅନୁଯାୟୀ ଏହି ଅନୁସନ୍ଧାନ ୨୦୦୯ରେ ଆରମ୍ଭ କରାଯାଇଥିଲା। ଚୀନର ଲିୟୁୟାଙ୍ଗ ପ୍ରାନ୍ତରେ ୩୩୭୫ ଗର୍ଭବତୀ ମହିଳାଙ୍କୁ ଏହି ରିସର୍ଚ୍ଚରେ ସାମିଲ କରାଯାଇଥିଲା। ସେହିଭଳି ରିସର୍ଚ୍ଚର ୧୬୯୨ ମହିଳାଙ୍କ ବ୍ଲଡପ୍ରେସର ବ୍ୟତୀତ କୋଲେଷ୍ଟ୍ରଲ, ଟ୍ରାଇଗ୍ଲିସରାଇଡ୍ ଏବଂ ଗ୍ଲୁକୋଜ୍ ମଧ୍ୟ ଯାଞ୍ଚ କରାଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button