ରାଶିଫଳ

ଜାଣନ୍ତୁ କେଉଁ ରାଶି ପାଇଁ ରହିବ ଶୁଭ ଏବଂ କେଉଁ ସ୍ଥାନରେ ହେବ ଦୃଶ୍ୟମାନ

ଆଜି ମଧ୍ୟରାତ୍ର ୧.୩୧ରୁ ୪ଟା ୩୧ ମଧ୍ୟରେ ଚନ୍ଦ୍ର ଗ୍ରହଣ ସମୟ ରହିବ । ଏହି ସମୟ କର୍କଟ, ସିଂହ, କନ୍ୟା, ତୁଳା, ବିଛା, କୁମ୍ଭ ରାଶି ପାଇଁ ଭଲ ରହିଛି । ଏହି ଚନ୍ଦ୍ରଗ୍ରହଣ ଭାରତ ସମେତ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକା ଆଦି ସ୍ଥାନରେ ଦୃଶ୍ୟମାନ ହେବ। ୧୭ତାରିଖ ମଧ୍ୟରାତ୍ର ୧୨ଟା ୧୩ ମିନିଟରୁ ଆଂଶିକ ଗ୍ରହଣ ଆରମ୍ଭ ହେବ। ଏହି ସମୟରେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ। ମାତ୍ର ଏହି ସମୟରେ ଏହାକୁ ଖାଲି ଆଖିରେ ଦେଖିହେବ ନାହିଁ। ମଧ୍ୟରାତ୍ର ଗୋଟାଏ ୩୧ରୁ ୪ଟା ୩୧ ପର୍ଯ୍ୟନ୍ତ ପ୍ରାୟ ୩ଘଣ୍ଟା ଯାଏ ଏହା ଖାଲି ଆଖିରେ ଦେଖାଯିବ। ଆଜି ଅପରାହ୍ନ ୪ଟା୩୧ରୁ ପାକ ତ୍ୟାଗ ହେଉଥିବାବେଳେ ଭୋର ୪ଟା ୩୧ରେ ସର୍ବମୋକ୍ଷ ହେବ । ମୋଟ୍‌ ୨ ଘଣ୍ଟା ୫୮ ମିନିଟ୍‌ ପାଖାପଖି ଗ୍ରହଣ ସମୟ ମଧ୍ୟରେ ଗର୍ଭବତୀମାନେ ବାହାରକୁ ନ ବାହାରି ଶ୍ରୀଫଳ ସହ ଠାକୁରଙ୍କୁ ସ୍ମରଣ କଲେ କୌଣସି କ୍ଷତି ହେବ ନାହିଁ ବୋଲି କହିଛନ୍ତି ଜ୍ୟୋତିର୍ବିତ୍‌ ଦେବଦର୍ଶୀ ଖଡ଼ିରତ୍ନ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button