ବିଚାର

ପାପୁଲିର ଏହି ସଂକେତ ଜଣାଇଥାଏ ଆପଣଙ୍କର ବିଦେଶ ଯାତ୍ରାର ଯୋଗ ଅଛି ନା ନାହିଁ !

ଅନେକ ଲୋକଙ୍କ ମନରେ ଏହା ନିଶ୍ଚୟ ଭାବରେ ସ୍ୱପ୍ନ ଥାଏ ଯେ ଜୀବନରେ କେବେ ବିଦେଶ ଯାତ୍ରା ନିଶ୍ଚୟ କରିବା ପାଇଁ। ବିଦେଶ ଯାତ୍ରର ସୁଖ ସେହି ବ୍ୟକ୍ତି ପାଇପାରିବେ ଯେଉଁ ମାନଙ୍କ ପାଖରେ ପୂର୍ବରୁ ଅନେକ ଜିନିଷ ଉପଲବ୍ଧ ଥିବ। ଏହାଛଡା ସେହି ବ୍ୟକ୍ତି ବିଦେଶ ଯାତ୍ରାର ସୁଖ ପାଇପାରିବ ଯେଉଁମାନଙ୍କ ଭାଗ୍ୟରେ ବିଦେଶ ଯାତ୍ରାର ସୁଖ ରହିଥାଏ। ହସ୍ତରେଖା ଜ୍ୟେତିଷ ଶାସ୍ତ୍ରରେ ପାପୁଲିରେ ଥିବା ରେଖାରୁ ଜଣାପଡିଯିବ। ହସ୍ତରେଖା ଜ୍ୟେତିଷ ଶାସ୍ତ୍ରରେ ପାପୁଲିରେ ଥିବା ରେଖାରୁ ଜଣାପଡିବ ଆପଣଙ୍କର ବିଦେଶ ଯାତ୍ରାର ସୁଖ ରହିଛି ନା ନାହିଁ।

-ଆଙ୍ଗୁଠିର ତଳ ଭାଗକୁ ଶୁକ୍ର ପର୍ବତ କୁହାଯାଏ ଏବଂ ଶୁକ୍ର ପର୍ବତର ବିପରୀତରେ ପାପୁଲିର ଅନ୍ତିମ ଭାଗରେ ଚନ୍ଦ୍ର ପର୍ବତ ରହିଥାଏ। ଯଦି କୌଣସି ରେଖା ଶୁକ୍ର ପର୍ବତରୁ ବାହାରି ଚନ୍ଦ୍ର ପର୍ବତ ଆଡକୁ ଯାଏ ତେବେ ବିଦେଶ ଯାତ୍ରାର ଶୁଭ ଯୋଗ ବନିଥାଏ। ଏହି ରେଖା ଯେତେ ଗଭୀର ହୋଇଥାଏ ବିଦେଶ ଯାତ୍ରା କରିବାର ସମ୍ଭାବନା ସେତିକି ଅଧିକ ରହିଥାଏ।

palm-ଯଦି ସବୁଠାରୁ ଛୋଟ ଆଙ୍ଗୁଳିର ତଳଭାଗ ଯାହାକୁ ବୁଧ ପର୍ବତ କୁହାଯାଏ ସେଠାରୁ କୌଣସି ରେଖା ବାହାରି ପାଖରେ ଥିବା ଦ୍ୱିତୀୟ ଆଙ୍ଗୁଠି ଯାହାକୁ ଅନାମିକା କୁହାଯାଏ ତାହାର ତଳେ ସୂର୍ଯ୍ୟ ପର୍ବତ ଅଡେକୁ ଆସିଥାଏ ତେବେ ଏମିତି ବ୍ୟକ୍ତିଙ୍କ ଜୀବନରେ ଅନେକ ଥର ବିଦେଶ ଯାତ୍ରାର ସୁଖ ମିଳିଥାଏ।

-ଯଦି କୌଣସି ବ୍ୟକ୍ତିଙ୍କ ପାପୁଲିରେ ଚନ୍ଦ୍ର ପର୍ବତରେ ତ୍ରିଭୂଜର ଚିହ୍ନ ରହିଥାଏ ତେବେ ଏମାନଙ୍କ ଭାଗ୍ୟରେ ବିଦେଶ ଯାତ୍ରାର ଯୋଗ ରହିଥାଏ।
-ଯେଉଁମାନଙ୍କର ଚନ୍ଦ୍ର ପର୍ବତ ଭରି ହୋଇ ରହିଥାଏ ସେମାନଙ୍କର ବିଦେଶ ଯାତ୍ରା ସୁଖ ପ୍ରାପ୍ତ ହୋଇଥାଏ।

-ପାପୁଲିରେ ରେଖା ବ୍ୟତୀତ କଳା ଜାଇରୁ ମଧ୍ୟ ଜଣାପଡିପାରେ ଆପଣଙ୍କର ବିଦେଶ ଯାତ୍ରାର ସୁଖ ଅଛି ନା ନାହିଁ। ଦୁଇ ଆଇବ୍ରୋଜ୍‌ ମଝିରେ କୌଣସି କଳା ଜାଇ ଥିଲେ ସେହି ବ୍ୟକ୍ତି ବିଦେଶ ଯାତ୍ରା କରିଥାଏ। ଏହାଛଡା ନାକରେ, ପାଦ ତଳେ ଏବଂ ଆଙ୍ଗୁଠିରେ କଳାଜାଇ ଥିଲେ ବ୍ୟକ୍ତି ବିଦେଶ ଯାତ୍ରା କରିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button