ବିଚାର

ନିଜର ଝଡିଥିବା କେଶକୁ ଫିଙ୍ଗନ୍ତୁ ନାହିଁ, ଯଦି ଏହାର ୫ ଫାଇଦା ଜାଣିବେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ପ୍ରାୟ ସମସ୍ତେ ଝଡିଥିବା କେଶକୁ ଫିଙ୍ଗି ଦିଅନ୍ତି କିନ୍ତୁ ଏହି କେଶରେ ମିଳୁଥିବା କେରାଟିନ ପ୍ରୋଟୀନର ଫାଇଦା ବିଷୟରେ ବହୁତ କମ୍ ଜାଣିଥିବେ। ଏହି ପ୍ରୋଟୀନ କାରଣରୁ ଝଡିଥିବା କେଶରେ କିଛି ଉପାୟ ମଧ୍ୟ କରାଯାଇହେବ। କେଶ କଳା, କଅଁରିଆ, ଧଳା ଏବଂ ଲାଲ ରଙ୍ଗର ଥାଏ। ଧ୍ୟାନ ରଖନ୍ତୁ କେଶକୁ ଭୁଲରେ ଖାଇଦେବା ଦ୍ବାରା ବାନ୍ତି ହୋଇଥାଏ। ଏହାସହିତ ଏହା ଶରୀର ଭିତରର ସମସ୍ତ ଅଙ୍ଗକୁ କ୍ଷତି ପହଁଞ୍ଚାଇଥାଏ। ଆସନ୍ତୁ ଜାଣିବା ଆପଣଙ୍କର ଝଡିଥିବା କେଶର ଫାଇଦା ବିଷୟରେ।

-କେଶକୁ କୁଣ୍ଡାଇବା ସମୟରେ ଝଡିଥିବା କେଶକୁ ଏକାଠି କରି ଏକ ପାତ୍ରରେ ରଖିଦିଅନ୍ତୁ ଏବଂ ସେଥିରେ ସାମାନ୍ୟ ସୋରିଷ ତେଲ ପକାଇ ଦିଅନ୍ତୁ। ଏହାପରେ ଏହି ତେଲକୁ ଉଷୁମ କରି ଅଧାରୁ ଝଡୁଥିବା କେଶରେ ଲଗାଇ ଦିଅନ୍ତୁ ଏହାଦ୍ବାରା କେଶ ଛିଡିବା ବନ୍ଦ ହୋଇଯିବ।

-ଓଟର କେଶକୁ ଜଳାଇ ସୁଙ୍ଘିବା ଦ୍ବାରା ନାକରେ ରକ୍ତ ବୋହିବା ବନ୍ଦ ହୋଇଯାଇଥାଏ।

-ନିଆଁରେ ଜଳିଯାଇଥିବା ଘାରେ ଝଡିବା କେଶକୁ ଲଗାଇବା ଦ୍ବାରା ଘା ଠିକ ହୋଇଯାଇଥାଏ।

-କେଶକୁ ଗୁଣ୍ଡ କରି ଭିନେଗାର ସହିତ ମିଶାଇ ବଥ ଏବଂ ବ୍ରଣ ହୋଇଥିବା ସ୍ଥାନରେ ଲଗାଇବା ଦ୍ବାରା ଆରାମ ମିଳିଥାଏ।

-ଯଦି କୌଣସି କାରଣରୁ ଗାଈ, ମଇଁଷି ଏବଂ ଛେଳି ଆଦିର ସିଙ୍ଗ ଭାଙ୍ଗିଯାଏ ତେବେ ମିଠା ତେଲରେ ଝଡିଥିବା କେଶ ସହିତ ସିଙ୍ଗରେ ଲଗାଇବା ଦ୍ବାରା ଜଳଦି ଘା ଭଲ ହୋଇଯାଇଥାଏ। ଏଥିସହିତ ନୂଆ ସିଙ୍ଗ ବାହାରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button