ଜୀବନଶୈଳୀ

ସକାଳୁ ଉଠି ପିଅନ୍ତୁ ନାହିଁ ରାତିରେ ରଖିଥିବା ପାଣି, ଭଲ ନିଦ ପାଇଁ ଖାଆନ୍ତୁ ଏହି ଜିନିଷ

ସବୁବେଳେ ଯେଉଁ ମାନଙ୍କୁ ସକାଳୁ ଉଠିବା ମାତ୍ରକେ ପାଣି ପିଇବାର ଅଭ୍ୟାସ ରହିଥାଏ ସେମାନେ ଶୋଇବା ପାଖରେ ପାଣି ରଖି ଶୋଇ ଥାଆନ୍ତି। କିନ୍ତୁ ଏମିତି କରିବା ବୈଜ୍ଞାନିକ ଦ୍ରୁଷ୍ଟିକୋଣରୁ ଭୁଲ ଅଟେ। କାରଣ ରାତି ସମୟରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ ଗ୍ୟାସ ବାହାରିଥାଏ ଯାହା ସକାଳ ପର‌୍ୟ୍ୟନ୍ତ ପୂରା ରୁମରେ ହୋଇଯାଇଥାଏ। ସେଠାରେ ଥିବା ସବୁ ବସ୍ତୁ ଉପରେ ଏହାର ପ୍ରଭାବ ପଡିଥାଏ। ଯଦି ପାଖରେ ବିନା ଢ଼ାଙ୍କୁଣୀରେ ଗ୍ଲାସରେ ପାଣି ରଖୁଛନ୍ତି ତେବେ ସେହି ଗ୍ୟାସ ସେଥିରେ ମିଶି ଯାଇଥାଏ। ଯାହାଦ୍ବାରା ପାଣିରେ ଉଦାସ, ଥକ୍କାପଣ ରହିଥାଏ। ଏଥିପାଇଁ ପାଣି ଗ୍ଲାସକୁ ଘୋଡାଇ ରଖିଦିଅନ୍ତୁ।

ଭଲ ନିଦ ପାଇଁ ଏହା ଖାଆନ୍ତୁ

ରାତି ସମୟରେ ଖାଇଥିବା ଭୋଜନର ସିଧା ପ୍ରଭାବ ଆମ ନିଦ ଉପରେ ପଡିଥାଏ। ଜାଣନ୍ତୁ ନିଦ ଆସିବାରେ ସାହାଯ୍ୟ କରୁଥିବା କିଛି ଜିନିଷ ବିଷୟରେ।

ମହୁ – ଉଷୁମ କ୍ଷୀର କିମ୍ବା ହର୍ବାଲ ଚାରେ ଅଳ୍ପ ମହୁ ମିଶାଇ ପିଇବା ଦ୍ବାରା ଭଳ ନିଦ ହୋଇଥାଏ। ଏଥିରେ ଥିବା ଗ୍ଲୁକୋଜ୍ ମସ୍ତିଷ୍କର ନ୍ୟୁରୋଟ୍ରାନ୍ସମିଟରକୁ ବନ୍ଦ କରିବାରେ ସଂକେତ ଦେଇଥାଏ। ଏହା ଆଲର୍ଟନେସର ଏକ କାରକ ଅଟେ।

କଦଳୀ – କାର୍ବୋହାଇଡ୍ରେଟରେ ଭରପୂର ହୋଇଥିବା କଦଳୀ ମସ୍ତିଷ୍କକୁ ରିଲାକ୍ସ କରିବା ହର୍ମୋନ ରିଲିଜ୍ କରିଥାଏ ଯାହା ମସ୍ତିଷ୍କକୁ ଆରାମ ସ୍ଥିତିରେ ନେଇଆସିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button