ରାଶିଫଳ

ଜାଣନ୍ତୁ କୁଣ୍ଡଳୀରେ କେଉଁ ଗ୍ରହ ଖରାପ ହୋଇଥାଏ କେଉଁ କେଉଁ ରୋଗ ହୋଇଥାଏ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଦେଖାଯାଉଥିଶ ଶୁଭ ଏବଂ ଅଶୁଭ ଘଟଣା ସବୁ ୯ଟି ଗ୍ରହ ସହ ଯୋଡି ହୋଇ ରହିଥାଏ। ଜାତକରେ ଯଦି କୌଣସି ଗ୍ରହ ଶୁଭ ଫଳ ଦେଇଥାଏ ତେବେ ସେହି ବ୍ୟକ୍ତିଙ୍କର ପ୍ରତ୍ୟେକ କାମରେ ସଫଳତା ମିଳିଥାଏ। ସେହିପରି ଯଦି ବ୍ୟକ୍ତିଙ୍କ କୁଣ୍ଡଳୀରେ ଯଦି ଗ୍ରହ ଅଶୁଙ ରହିଥାନ୍ତି ତେବେ ବିଭିନ୍ନ ବାଧା ବିଘ୍ନ ଦେଖଯାଇଥାଏ। ଅଶୁଭ ଗ୍ରହ ପ୍ରଭାବରୁ ମଣିଷକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କ କହିବାକୁ ଯାଉଛୁ କୁଣ୍ଡଳିରେ କେଉଁ ଗ୍ରହ ଅଶୁଭ ଥିଲେ କି ପ୍ରକାର ରୋଗ ହୋଇଥାଏ।

ସୂର୍ଯ୍ୟ: କୁଣ୍ଡଳୀରେ ସୂର୍ଯ୍ୟ ଅଶୁଭ ଫଳ ଦେବା ଦ୍ବାରା ବ୍ୟକ୍ତିଙ୍କ ଆଖି ଏବଂ ମୁଣ୍ଡ ସମ୍ବନ୍ଧିତ ରୋଗ ଦେଖାଯାଇଥାଏ।

ଚନ୍ଦ୍ରମା: ସେହିପରି ଜାତକରେ ଯଦି ଚନ୍ଦ୍ରମା ଅଶୁଭ ପ୍ରଭାବ ପକାଇଥାନ୍ତି ତେବେ ସେହି ବ୍ୟକ୍ତିଙ୍କର କଫ ଏବଂ ପେଟ ସମ୍ବନ୍ଧିତ ରୋଗ ଦେଖାଯାଇଥାଏ।

ମଙ୍ଗଳ: ମଙ୍ଗଳ ଗ୍ରହର ପ୍ରଭାବ ନାଲି ରଙ୍ଗ ଉପରେ ବେଶୀ ପଡ଼ିଥାଏ। ଏହିକାରଣରୁ କୁଣ୍ଡଳୀରେ ମଙ୍ଗଳ ଅଶୁଭ ହେବା ଦ୍ବାରା ବ୍ୟକ୍ତିଙ୍କୁ ରକ୍ତ ସମ୍ବନ୍ଧିତ ରୋଗ ବେଶୀ ହୋଇଥାଏ।

RAHUବୁଧ: ଯଦି ଆପଣଙ୍କ କୁଣ୍ଡଳିରେ ବୁଧ ଗ୍ରହ ଅଶୁଭ ପ୍ରଭାବ ପକାଇଥାନ୍ତି, ତେବେ ଆପଣଙ୍କୁ ଦାନ୍ତ ଏବଂ ନାକ ସମ୍ବନ୍ଧିତ ରୋଗ ହେବାର ସମ୍ଭାବନା ରହିଥାଏ।

ଗୁରୁ: ଜାତକରେ ଗୁରୁ ଗ୍ରହ ଖରାପ ପ୍ରଭାବ ପକାଇଲେ ନିଶ୍ବାସ ସମ୍ବନ୍ଧିତ ରୋଗ ଦେଖାଯାଇଥାଏ।

ଶୁକ୍ର: ଶୁକ୍ର ଗ୍ରହ ସମ୍ପନ୍ନତା ଏବଂ ବୈଭବର କାରକ ହୋଇଥାନ୍ତି। ଏହି ଗ୍ରହ ଅଶୁଭ ପ୍ରଭାବ ପକାଇବା ଦ୍ବାରା ବ୍ୟକ୍ତି ବିଭିନ୍ନ ପ୍ରକାର ରୋଗରେ ପିଡ଼ିତ ହୋଇଥାନ୍ତି।

ଶନି: ଯେଉଁ ଜାତକରେ ଶନି ଗ୍ରହ ଖରାପ ରହିଥାଏ, ସେହି ବ୍ୟକ୍ତିଙ୍କର ସର୍ବଦା ପେଟ ସମସ୍ୟା ଲାଗି ରହିଥାଏ।

ରାହୁ: ଜାତକରେ ରାହୁ ଖରାପ ହେବା ଦ୍ବାରା ବାରମ୍ବାର ଦେହ ଖରାପ ହୋଇଥାଏ।

କେତୁ: ସେହିପରି ଜାତକରେ ଯଦି କେତୁ ଗ୍ରହ ଠିକ୍ ରହିନଥାନ୍ତି ତେବେ ହାଡ ସମ୍ବନ୍ଧିତ ସମସ୍ୟା ଦେଖାଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button